www.samajalive.in
Saturday, December 6, 2025
14.1 C
Bhubaneswar

ଭାରତୀୟ ଆଇଟି କର୍ମଚାରୀ ଓ କମ୍ପାନୀଙ୍କ ପାଇଁ ବଡ ଆଶ୍ୱସ୍ତି; ଏଚ-୧ବି କଟକଣା ହଟାଇଲା ଆମେରିକା

ନ୍ୟୁୟର୍କ: ଆମେରିକାକୁ ଏଚ-୧ବି କର୍ମଚାରୀଙ୍କ ପ୍ରବେଶ ଉପରେ ଥିବା କଟକଣା ପ୍ରତ୍ୟାହାର କରିବାକୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ପ୍ରଶାସନ ନିଷ୍ପତ୍ତି ନେଇଛି। ଏଭଳି କଟକଣା ଭାରତୀୟ ଆଇଟି କର୍ମଚାରୀ ଓ କମ୍ପାନୀଗୁଡିକୁ ବିଶେଷ ଭାବରେ ପ୍ରଭାବିତ କରିବା ଆଶଙ୍କା ରହିଥିଲା। ଏବେ ବାଇଡେନ ପ୍ରଶାସନର ନିଷ୍ପତ୍ତି ଭାରତୀୟ ଆଇଟି କର୍ମଚାରୀ ଓ କମ୍ପାନୀଗୁଡିକ ପାଇଁ ଆଶ୍ୱସ୍ତି ଆଣିଦେଇଛି। ସୂଚନାଯୋଗ୍ୟ ଯେ ପୂର୍ବର ଟ୍ରମ୍ପ ପ୍ରଶାସନ ମୟରେ ଏଭଳି ଏକ ନିୟମ ଅଣାଯାଇଥିଲା। ତେବେ ଏହାକୁ ନେଇ ଅଦାଲତରେ ମାମଲା ଚାଲିଥିଲା ଏବଂ ନିୟମର କାର୍ଯ୍ୟକାରିତା ଉପରେ ଆମେରିକାର ଏକ ଅଦାଲତ ରହିତାଦେଶ ଜାରି କରିଥିଲେ। ଗତବର୍ଷ ଡିସେମ୍ବରରେ ଉକ୍ତ ରହିଦାଦେଶ ଉଠିଥିଲେ ମଧ୍ୟ ନିୟମକୁ ପରବର୍ତ୍ତୀ ବାଇଡେନ ପ୍ରଶାସନ ଲାଗୁ କରିନଥିଲେ। ସୂଚନାଯୋଗ୍ୟ ଯେ ଏଚ-୧ବି ଏକ ଅଣ ଆବାସିକ ଭିସା, ଯାହା ଆମେରିକୀୟ କମ୍ପାନୀଗୁଡିକୁ ପୋଥିଗତ ଏବଂ ବୈଷୟିକ କ୍ଷେତ୍ରରେ ବିଶେଷ ଜ୍ଞାନ ଥିବା ବିଦେଶୀ କର୍ମଚାରୀ ନିଯୁକ୍ତ କରିବାକୁ ଅନୁମତି ପ୍ରଦାନ କରିଥାଏ। ପ୍ରତିବର୍ଷ ଭାରତ ଓ ଚୀନ ଭଳି ରାଷ୍ଟ୍ରରୁ ହଜାର ହଜାର ସଂଖ୍ୟାରେ କର୍ମଚାରୀ ନିଯୁକ୍ତ କରିବା ନିମନ୍ତେ ଆମେରିକାର ପ୍ରଯକ୍ତି କମ୍ପାନୀଗୁଡିକ ଏହି ନିୟମ ଉପରେ ନିର୍ଭର କରିଥାନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories