www.samajalive.in
Saturday, December 6, 2025
23.1 C
Bhubaneswar

ଉତ୍କଳ ହସ୍ପିଟାଲରେ ପ୍ରଥମ କାଡାଭେରିକ କିଡନୀ ପ୍ରତିରୋପଣ ସଫଳତାର ସହିତ ସମ୍ପନ୍ନ 

ଗୁରୁଡିଝାଟିଆ: ଭୁବନେଶ୍ୱର ନିଳାଦ୍ରୀବିହାର ସ୍ଥିତ ମଲଟି ସୁପରସ୍ପେସାଲିଟି ଉତ୍କଳ ହସ୍ପିଟାଲରେ ପ୍ରଥମ କାଡାଭେରିକ କିଡନୀ ପ୍ରତିରୋପଣ ସଫଳତାର ସହିତ ସଂପନ୍ନ ହୋଇଛି। ଗ୍ରୀନ କରିଡର ମାଧ୍ୟମରେ ଅନ୍ୟ ଏକ ଚିକିତ୍ସାଳୟରୁ ଜଣେ ମୃତବ୍ୟକ୍ତିର କିଡନୀକୁ ଅଣାଯାଇ ୩୬ ବର୍ଷିୟ ମହିଳାଙ୍କ ଠାରେ କିଡନୀ ପ୍ରତିରୋପଣ କରାଯାଇଥିଲା। ଉତ୍କଳ ହସ୍ପିଟାଲର ବିଶେଷଜ୍ଞ ଡାକ୍ତର କାଳୀ ପ୍ରସାଦ ମିଶ୍ର, ଡାକ୍ତର ଲଲାଟ ବରୁଣ ପାତ୍ର, ଡାକ୍ତର ପବିତ୍ର କୁମାର ମିଶ୍ର, ଡାକ୍ତର ଆର ବି ରାଜୁ, ଡାକ୍ତର ଜିତାମିଶ୍ର ମିତ୍ର ପ୍ରମୁଖ ଦୀର୍ଘ ୧୦ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ସଫଳତାର ସହିତ ଅସ୍ତ୍ରୋପଚାର ସଂପନ୍ନ ହୋଇଥିଲା।
କିଡନୀ ପ୍ରତିରୋପଣରର ୧୪ ଦିନ ପରେ ମହିଳାଜଣକ ଚିକିତ୍ସାଳୟରୁ ଘରକୁ ଯିବା ପରେ ଏବେ ଦେଢ ମାସ ଧରି ସୁସ୍ଥରେ ରହିଛନ୍ତି । ଚିିକିତ୍ସକ ଦଳଙ୍କ କାଡାଭେରିକ କିଡନୀ ପ୍ରତିରୋପଣକୁ ସଫଳତାର ସହିତ ସଂପନ୍ନ କରିଥିବାରୁ ଚିକିତ୍ସାଳୟର ଅଧ୍ୟକ୍ଷ ଡାକ୍ତର ଆଦିତ୍ୟ ସାମଲ, ପରିଚାଳନା ନିର୍ଦ୍ଦେଶକ ଡାକ୍ତର ପ୍ରଜ୍ଞାନ ରଞ୍ଜନ ଘଡେଇ, ନିର୍ଦ୍ଦେଶକ (ମେଡିକାଲସେବା) ଡାକ୍ତର ରଞ୍ଜନ କୁମାର ମହାପାତ୍ର ଓ ସିଓଓ ମାନବ ପ୍ରମୁଖ ସାଧୁବାଦ ଓ କୃତଜ୍ଞତା ଜ୍ଞାପନ କରିଛନ୍ତି । ଉଲ୍ଲେଖଯୋଗ୍ୟ ଜୈନିକ ୩୬ ବର୍ଷର ମହିଳା କିଡନୀ ରୋଗରେ ଆକ୍ରାନ୍ତ ହୋଇ ଡାଇଲିସିସ ହେବା ପରେ ଉତ୍କଳ ହସ୍ପିଟାଲର ନେଫ୍ରୋଲୋଜିଷ୍ଟ ଡାକ୍ତର ଲଲାଟ ବରୁଣ ପାତ୍ରଙ୍କ ଦ୍ୱାରା ଚିକିତ୍ସିତ ହେଉଥିଲେ। ହେଲେ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ମହିଳାଙ୍କ କିଡନୀ ପ୍ରତିରୋପଣ ଅପରିହାର୍ଯ୍ୟ ହୋଇପଡିଥିଲା।

Hot this week

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

Related Articles

Popular Categories