www.samajalive.in
Friday, December 5, 2025
17.1 C
Bhubaneswar

ଉତ୍କଳ ହସ୍ପିଟାଲରେ ପ୍ରଥମ କାଡାଭେରିକ କିଡନୀ ପ୍ରତିରୋପଣ ସଫଳତାର ସହିତ ସମ୍ପନ୍ନ 

ଗୁରୁଡିଝାଟିଆ: ଭୁବନେଶ୍ୱର ନିଳାଦ୍ରୀବିହାର ସ୍ଥିତ ମଲଟି ସୁପରସ୍ପେସାଲିଟି ଉତ୍କଳ ହସ୍ପିଟାଲରେ ପ୍ରଥମ କାଡାଭେରିକ କିଡନୀ ପ୍ରତିରୋପଣ ସଫଳତାର ସହିତ ସଂପନ୍ନ ହୋଇଛି। ଗ୍ରୀନ କରିଡର ମାଧ୍ୟମରେ ଅନ୍ୟ ଏକ ଚିକିତ୍ସାଳୟରୁ ଜଣେ ମୃତବ୍ୟକ୍ତିର କିଡନୀକୁ ଅଣାଯାଇ ୩୬ ବର୍ଷିୟ ମହିଳାଙ୍କ ଠାରେ କିଡନୀ ପ୍ରତିରୋପଣ କରାଯାଇଥିଲା। ଉତ୍କଳ ହସ୍ପିଟାଲର ବିଶେଷଜ୍ଞ ଡାକ୍ତର କାଳୀ ପ୍ରସାଦ ମିଶ୍ର, ଡାକ୍ତର ଲଲାଟ ବରୁଣ ପାତ୍ର, ଡାକ୍ତର ପବିତ୍ର କୁମାର ମିଶ୍ର, ଡାକ୍ତର ଆର ବି ରାଜୁ, ଡାକ୍ତର ଜିତାମିଶ୍ର ମିତ୍ର ପ୍ରମୁଖ ଦୀର୍ଘ ୧୦ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ସଫଳତାର ସହିତ ଅସ୍ତ୍ରୋପଚାର ସଂପନ୍ନ ହୋଇଥିଲା।
କିଡନୀ ପ୍ରତିରୋପଣରର ୧୪ ଦିନ ପରେ ମହିଳାଜଣକ ଚିକିତ୍ସାଳୟରୁ ଘରକୁ ଯିବା ପରେ ଏବେ ଦେଢ ମାସ ଧରି ସୁସ୍ଥରେ ରହିଛନ୍ତି । ଚିିକିତ୍ସକ ଦଳଙ୍କ କାଡାଭେରିକ କିଡନୀ ପ୍ରତିରୋପଣକୁ ସଫଳତାର ସହିତ ସଂପନ୍ନ କରିଥିବାରୁ ଚିକିତ୍ସାଳୟର ଅଧ୍ୟକ୍ଷ ଡାକ୍ତର ଆଦିତ୍ୟ ସାମଲ, ପରିଚାଳନା ନିର୍ଦ୍ଦେଶକ ଡାକ୍ତର ପ୍ରଜ୍ଞାନ ରଞ୍ଜନ ଘଡେଇ, ନିର୍ଦ୍ଦେଶକ (ମେଡିକାଲସେବା) ଡାକ୍ତର ରଞ୍ଜନ କୁମାର ମହାପାତ୍ର ଓ ସିଓଓ ମାନବ ପ୍ରମୁଖ ସାଧୁବାଦ ଓ କୃତଜ୍ଞତା ଜ୍ଞାପନ କରିଛନ୍ତି । ଉଲ୍ଲେଖଯୋଗ୍ୟ ଜୈନିକ ୩୬ ବର୍ଷର ମହିଳା କିଡନୀ ରୋଗରେ ଆକ୍ରାନ୍ତ ହୋଇ ଡାଇଲିସିସ ହେବା ପରେ ଉତ୍କଳ ହସ୍ପିଟାଲର ନେଫ୍ରୋଲୋଜିଷ୍ଟ ଡାକ୍ତର ଲଲାଟ ବରୁଣ ପାତ୍ରଙ୍କ ଦ୍ୱାରା ଚିକିତ୍ସିତ ହେଉଥିଲେ। ହେଲେ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ମହିଳାଙ୍କ କିଡନୀ ପ୍ରତିରୋପଣ ଅପରିହାର୍ଯ୍ୟ ହୋଇପଡିଥିଲା।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories