ଫର୍ଣ୍ଣେସ ଅୟେଲ ଅପମିଶ୍ରଣ ମାମଲାରେ ଆରତୀ କର୍ମଚାରୀ ଗିରଫ
ଗୁରୁଡିଝାଟିଆ: ଘଣ୍ଟିଖାଲ ସ୍ଥିତ ଆରତୀ କାରଖାନାର ଫର୍ଣ୍ଣେସ ଅୟେଲ ଅପମିଶ୍ରଣ ଓ ହେରଫେର ଅଭିଯୋଗରେ ଖୁଣ୍ଟୁଣୀ ପୁଲିସ ଜଣେ ଠିକା କର୍ମଚାରୀ (କାଜୁଆଲ ୱାର୍କର)କୁ ଗିରଫ କରିଛି। ଅଭିଯୁକ୍ତ ପ୍ରଦୀପ କାରଖାନାର ଫର୍ଣ୍ଣେସ ଅୟେଲ ଷ୍ଟୋର ରେ କାର୍ଯ୍ୟ କରୁଥିଲା ତାର ଘର ଏହି ଥାନା ଅନ୍ତର୍ଗତ ଡାଳଭାଗ ପଞ୍ଚାୟତର ଚମ୍ପିଆ ଗ୍ରାମରେ ହୋଇଥିବା ବେଳେ ତାର ନାମ ପ୍ରଦୀପ ନାୟକ ଅଟେ। ସ୍ପଳ୍ପ ଦରମା ପାଉଥିଲେ ମଧ୍ୟ ଆଖି ଖୋସିଲା ଭଳି ଘର କରିଥିବା ପୁଲିସ ତଦନ୍ତବେଳେ ଦେଖିବାକୁ ପାଇଥିଲା। ଢୋଲ ଭିତରେ ମୂଷା ଭଳି ଖୋଦ୍ କାରଖାନରେ ଦାନାପାଣି ପାଇ ନିଜ ପରିବାର ପ୍ରତିପୋଷଣ କରୁଥିବା କର୍ମଚାରୀ କିଭଳି ଭାବରେ କାରଖାନା ର କ୍ଷତି କରୁଥିଲେ ତାହାର ଜ୍ୱଳନ୍ତ ଉଦାହରଣ ହେଉଛି ଅଭିଯୁକ୍ତ ପ୍ରଦୀପ।
ଏହି ଅପମିଶ୍ରଣ କାରବାରରେ କାରଖାନାର ଆଉ ଯେଉଁ କର୍ମଚାରୀ ଓ ଅଧିକାରୀ ସଂପୃକ୍ତ ରହିଛନ୍ତି ତାହା ପୁଲିସ ନଜରରେ ରହିଥିବା ବେଳେ ତଦନ୍ତ ପରେ ସେମାନଙ୍କୁ ଖୁବଶୀଘ୍ର ଭିରଫ କରାଯିବ ବୋଲି ତଦନ୍ତକାରୀ ଅଧିକାରୀ ଉପନିରୀକ୍ଷକ ଡଃ ବିକାଶ ସେଠୀ ଗଣମାଧ୍ୟମକୁ କହିଛନ୍ତି। ପ୍ରକାଶଯୋଗ୍ୟ କାରଖାନାର ଫର୍ଣ୍ଣେସ ଅୟେଲ ଯୋଗାଇଦେବା ପାଇଁ ମହାରାଷ୍ଟ୍ରର ପୁନେ ର ଏକ ଟ୍ରାନ୍ସପୋର୍ଟ କମ୍ପାନୀ ଟ୍ୟାଙ୍କର ଜରିଆରେ କାରଖାନାକୁ ପଠାଇଥିଲେ। ହେଲେ ସଲାସୁତରାରେ ଅଧିକ ଲାଭ ଆଶା ରଖି ମିଳିମିଶି ଅପମିଶ୍ରଣ କରାଯାଉଥିଲା। ଯେଉଁଥିରେ କି ଆରତୀ କାରଖାନାର କର୍ମଚାରୀ ସଂପୃକ୍ତ ଥିଲେ।
ଯାହାକି ତଦନ୍ତକାରୀ ଅଧିକାରୀ ଜାଣିବାକୁ ପାଇଥିଲେ। ଆସୁଥିବା ଫର୍ଣ୍ଣେସ ଅୟେଲରେ ଅପମିଶ୍ରଣ କରାଯିବା କେନ୍ଦ୍ରଥିଲା ଯାଜପୁରର ଚଣ୍ଡିଖୋଲ ଓ ଖୋର୍ଦ୍ଧାର ଜଟଣୀ। ଅପମିଶ୍ରଣ କାରବାର ଜାଣିବା ପାରେ କାରଖାନା କର୍ତ୍ତୃପକ୍ଷଙ୍କ ଅଭିଯୋଗ ପରେ ପୁଲିସ ତଦନ୍ତ ପ୍ରକ୍ରିୟାକୁ ଜୋରଦାର କରିଥିଲା। ଜିଲ୍ଲା ଆରକ୍ଷୀ ଏଲ ଦିବ୍ୟାଙ୍କ ନିର୍ଦ୍ଦେଶରେ ଚୌଦ୍ୱାର ଏସଡିପିଓ ଉମାକାନ୍ତ ନାୟକ ପ୍ରତ୍ୟେକ୍ଷ ତତ୍ୱାବଧାନରେ ତଦନ୍ତ ପ୍ରକ୍ରିୟା ଜାରିରହିଥିଲା। ଟ୍ରାନ୍ସପୋର୍ଟ ପକ୍ଷରୁ ଟ୍ୟାଙ୍କର ଚଳାଉଥିବା ଚାଳକ ଅପମିଶ୍ରଣ ସଂପର୍କରେ ସୁରାକ ଦେଲା ପରେ ତଥ୍ୟ ପଦାକୁ ଆସିଥିଲା।
ପୁଲିସ ଏହି ଘଟଣାକୁ ଗୁରୁତର ସହିତ ଗ୍ରହଣ କରି ଜଣକ ପରେ ଜଣେ ୫ଜଣଙ୍କୁ ଗିରଫ କରିଥିଲା। ଆଜି ଆରତୀର କର୍ମଚାରୀ ଅଭିଯୁକ୍ତ ପ୍ରଦୀପକୁ ଗିରଫ କରାଯାଇଛି। ଅନ୍ୟମାନଙ୍କ ଗତିବିଧିକୁ ଅନୁଧ୍ୟାନ କରାଯାଉଛି ଏବଂ ତଦନ୍ତ ପ୍ରକ୍ରିୟା ମଧ୍ୟ ଜାରିରହିଛି। ସେମାନଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ଆରକ୍ଷୀ ଅଧିକ୍ଷକ ଶ୍ରୀମତୀ ଦିବ୍ୟା କହିଥିଲେ।
Comments are closed.