ଅନନ୍ତପୁର ଓ କୁଷ୍ପଙ୍ଗି ପଞ୍ଚାୟତରେ ବିଜେଡିର ଜନସଂପର୍କ ପଦଯାତ୍ରା
ଗୁରୁଡିଝାଟିଆ: ଆଠଗଡ ବିଜୁ ଜନତା ଦଳ ପକ୍ଷରୁ ଅନନ୍ତପୁର ପଞ୍ଚାୟତରେ ଜନସଂପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଛି। ଯୁବନେତା ଆଦିତ୍ୟ ପ୍ରତାପ ସ୍ୱାଇଁ ପଦଯାତ୍ରାକୁ ଉଦଘାଟନ କରି କହିଥିଲେ ଯେ ଓଡିଶାବାସୀ ବିଜୁ ଜନତା ଦଳର ପରିବାର ସଦସ୍ୟ। ସେମାନଙ୍କ ଦୁଃଖସୁଖରେ ସାମିଲ ହେବା ଓ ସର୍ବାଙ୍ଗିନ ଉନ୍ନତି କରିବା ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମୁଖ୍ୟଲକ୍ଷ୍ୟ। ଏହି ଧାରାକୁ ତଳସ୍ତରରେ ପହଞ୍ଚାଇବା ଓ ସଠିକ୍ ଢଙ୍ଗରେ କାର୍ଯ୍ୟକରିବା ନିମନ୍ତେ ତୃଣମୂଳର କର୍ମୀମାନେ ହିଁ ପ୍ରକୃତ ପରିଚାଳନା କରି ଲୋକଙ୍କ ସମାସ୍ୟା ବୁଝିପାରିବେ ବୋଲି ପ୍ରକାଶ କରିଥିଲେ। ଜିଲା ପରିଷଦ ସଦସ୍ୟ ବଳଭଦ୍ର ବାଘ, ପୂର୍ବତନ ଜିଲାପରିଷଦ ସଦସ୍ୟା ଜାନକୀଲତା ନାଏକ, ସ୍ଥାନୀୟ ସରପଞ୍ଚ ଶକ୍ତିକାନ୍ତ ସାହୁ, ସମିତିସଭ୍ୟ ସୌମ୍ୟରଞ୍ଜନ ପଣ୍ଡା, ପଞ୍ଚାୟତ ବିଜେଡି ସଭାପତି ହୃଦାନନ୍ଦ ସାମଲ, ପୂର୍ବତନ ସରପଞ୍ଚ ଶ୍ରୀକର ଜେନା, ଯୁବନେତା ନିରାକାର ଲେଙ୍କା, ବିଜୁ ଛାତ୍ରଜନତାଦଳ ସଭାପତି ସତ୍ୟପ୍ରିୟ ମହାନ୍ତି, ବିବେକାନନ୍ଦ ସାମନ୍ତରାୟ, ମଙ୍ଗୁଳିଚରଣ ପାଣି, ବିପିନ ବିହାରୀ ସ୍ୱାଇଁ, ପୂର୍ବତନ ସରପଞ୍ଚ ଲକ୍ଷ୍ମୀପ୍ରିୟା ବେହେରା, ସନ୍ତୋଷ କୁମାର ବେହେରା, ନରେନ୍ଦ୍ର କୁମାର ସାହୁ, ରଞ୍ଜନ କୁମାର ମୁଦୁଲି ପ୍ରମୁଖ ଶତାଧିକ କର୍ମୀ ପଦଯାତ୍ରାରେ ଯୋଗଦେଇ ଅନନ୍ତପୁର, ନୂଆଶାସନ ଓ ବ୍ରହ୍ମପୁର ଆଦି ଗ୍ରାମରେ ଜନସଂପର୍କ ପଦଯାତ୍ରା କରିଥିଲେ।
ସେହିପରି ଆଠଗଡ ବ୍ଲକ ଅନ୍ତର୍ଗତ କୁଷ୍ପଙ୍ଗି ପଞ୍ଚାୟତରେ ବିଜୁ ଜନଦାଦଳ ପକ୍ଷରୁ ଜନସଂପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଛି। ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ପ୍ରତିନିଧି ରଞ୍ଜନ ଆଚାର୍ଯ୍ୟଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି ପଦଯାତ୍ରାରେ ଯୁବନେତା ଆଦିତ୍ୟ ପ୍ରତାପ ସ୍ୱାଇଁ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ସରକାରଙ୍କ ବିଭିନ୍ନ ଲୋକାଭିମୁଖି ଯୋଜନାକୁ ଜନସାଧାରଣଙ୍କ ନିକଟରେ ପହଞ୍ଚାଇ ସେମାନଙ୍କ ମୌଳିକ ସମାସ୍ୟାର ସମାଧାନ କରିବାର ଏହି ପଦଯାତ୍ରାର ମୁଖ୍ୟ ଲକ୍ଷ୍ୟ ବୋଲି କହିଥିଲେ। ଆଠଗଡ ବିଜୁ ଯୁବଜନତାଦଳର ସଭାପତି ବିନୋଦ କୁମାର ମାଝି, ସରପଞ୍ଚ ରତ୍ନପ୍ରଭା ରାଉତ, ସମିତିସଭ୍ୟ ପ୍ରଦୀପ୍ତ କୁମାର ରାଉତ, ପଞ୍ଚାୟତ ବିଜେଡି ସଭାପତି ନୃସିଂହ ଚରଣ ରାଉତ, ପୂର୍ବତନ ଜିଲ୍ଲାପରିଷଦ ସଦସ୍ୟ କେଶବ ଚନ୍ଦ୍ର ଦଳାଇ, ଶୁକଦେବ ବେହେରା, ଯୁବନେତା ପବିତ୍ର ରାଉତ, ଆଠଗଡ ବିଜୁ ଛାତ୍ରଜନତାଦଳ ସଭାପତି ସତ୍ୟପ୍ରିୟ ମହାନ୍ତି, ପ୍ରଣତି ନାୟକ, ଏଲିନା ଜେନା, ରିମ୍ଝିମ୍ ରାଉତ ପ୍ରମୁଖ ପଦଯାତ୍ରାରେ ଯୋଗଦେଇଥିଲେ। ସାରକୋଳି ଠାରୁ ପଦଯାତ୍ରା ବାହାରି କୁଷ୍ପଙ୍ଗି ଗ୍ରାମରେ ଏହି ସମାପନ ହୋଇଥିଲେ।
Comments are closed.