www.samajalive.in
Sunday, December 7, 2025
23.1 C
Bhubaneswar

ବନ୍ୟାର ୮ଦିନ ପରେ ପୁରୁଣାକଟକ-ସମ୍ବଲପୁର ରାସ୍ତାରେ ଯାନବାହାନ ଚଳାଚଳ ସ୍ୱାଭାବିକ

ଗୁରୁଡିଝାଟିଆ: ମହାନଦୀର ବନ୍ୟାରେ ମଞ୍ଚେଶ୍ୱର କଖଡି, ଧୁରୁଷିଆ, ଅନନ୍ତପୁର ପଞ୍ଚାୟତ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଥିଲା । ପୁରୁଣା କଟକ-ସମ୍ବଲପୁର ରାସ୍ତାର ନୂଆପାଟଣା ଠାରୁ ଘଣ୍ଟିଖାଲ ପର୍ଯ୍ୟନ୍ତ ରାସ୍ତା ଉପରେ ବନ୍ୟାଜଳ ପ୍ରବାହିତ ହେଉଥିଲା । ଫଳରେ ୮ ଦିନ ଧରି ଏହି ରାସ୍ତା ଦେଇ ଯାନବାହାନ ଚଳାଚଳ ସଂପୂର୍ଣ୍ଣ ବନ୍ଦ ରହିଥିଲା । ଆଜି ସକାଳୁ ନିଧିପୁର ଗଡା ନିକଟରେ ବନ୍ୟାଜଳ ହ୍ରାସ ପାଇଥିବାରୁ ଯାନବାହାନ ଚଳାଚଳ ସ୍ୱାଭାବିକ ହୋଇଛି । ଫଳରେ ପଶ୍ଚିମ ଓଡିଶାର ଅନୁଗୁଳ, ସମ୍ବଲପୁର ଜିଲ୍ଲାରୁ କଟକ ଭୁବନେଶ୍ୱର ଯିବା ପାଇଁ ଏହି ରାସ୍ତା ସୁଗମ ହୋଇଛି । ବନ୍ୟା ସମୟରେ ଦୀର୍ଘ ୮ ଦିନ ଧରି ରାସ୍ତାରେ ଚଳାଚଳ ସଂପୂର୍ଣ୍ଣ ବନ୍ଦ ହୋଇଥିବାରୁ ଗାଡିଚାଳକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହୋଇଥିଲେ । ଏପରିକି ଜଣେ ଗାଡିଚାଳକ ପୁରୀରୁ ଅନୁଗୁଳ ଯାଉଥିବା ବେଳେ ବନ୍ୟାଜଳରେ ଭାସିଯାଇଥିଲା । ସ୍ଥାନୀୟ ଜନସାଧାରଣ ଓ ଅଗ୍ନିଶମ ବାହିନୀର ତ୍ୱରିତ ପଦକ୍ଷେପ ପରେ କାରରେ ଥିବା ୪ଜଣ ଉଦ୍ଧାର ପାଇଥିଲେ ।

Hot this week

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories