ବିଦ୍ୟାଳୟରେ ଆପତକାଳୀନ ବିପଦରୁ ସୁରକ୍ଷା ପାଇଁ ଛାୟା ପ୍ରଶିକ୍ଷଣ

ଗୁରୁଡିଝାଟିଆ:ବିଦ୍ୟାଳୟ ଛାତ୍ରଛାତ୍ରୀମାନେ କୌଣସି ଆକସ୍ମିକ ପ୍ରାକୃତିକ ବିପର୍ଯ୍ୟୟ ବା ଅଗ୍ନିକାଣ୍ଡରୁ ନିଜକୁ ସୁରକ୍ଷିତ ରଖିପାରିବେ ଓ ଅନ୍ୟମାନଙ୍କୁ ସୁରକ୍ଷା ପ୍ରଦାନ କରିପାରିବେ ସେ ସଂପର୍କରେ ଏକ ସଚେତନତା କାର୍ଯ୍ୟକ୍ରମ ସହିତ ଛାୟା ପ୍ରଶିକ୍ଷଣ ଖୁଣ୍ଟୁଣୀସ୍ଥିତ ରାଧାନାଥ ନୋଡାଲ ବିଦ୍ୟାପୀଠ ପରିସରରେ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନଶିକ୍ଷକ ସୌମେନ୍ଦ୍ର କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଚେତନତା କାର୍ଯ୍ୟକ୍ରମରେ ଆଠଗଡ ସହକାରୀ ଅଗ୍ନିସମ ଅଧିକାରୀ ଦୁଷ୍ମନ୍ତ କୁମାର ସ୍ୱାଇଁ ଯୋଗଦେଇ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସୁରକ୍ଷା ସଂପର୍କିତ ଉପାଦେୟ ଜ୍ଞାନକୌଶଳ ଆଲୋକପାତ କରିଥିଲେ। ଅଗ୍ନିକାଣ୍ଡ ସମୟରେ ଛାତରୁ ତଳକୁ ଓହ୍ଲାଇବା ଏବଂ ଅନ୍ୟମାନଙ୍କୁ ସୁରକ୍ଷା ପ୍ରଦାନ କରିବା ସହିତ ରୋଷେଇଘରେ ଗ୍ୟାସ ସିଲିଣ୍ଡରରେ ଅଗ୍ନି ସଂଯୋଗ ଘଟିଲେ ସୁରକ୍ଷିତ ଅବସ୍ଥାରେ ଏହାକୁ ନିର୍ବାପିତ ଶୈଳୀ ଛାତ୍ରଛାତ୍ରୀଙ୍କୁ ପ୍ରଦର୍ଶିତ କରିଥିଲେ। ଏହି ସଚେତନତା କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦେଇଥିଲେ।

kalyan agarbati

Comments are closed.