www.samajalive.in
Saturday, December 6, 2025
23.1 C
Bhubaneswar

୧୦ ଶ୍ରେଣୀ ବିଦ୍ୟାର୍ଥୀଙ୍କୁ ମାଟ୍ରିକ ମନ୍ତ୍ର

ଗୁରୁଡିଝାଟିଆ: କଖଡି ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟର ୧୦ଶ୍ରେଣୀ ବିଦ୍ୟାର୍ଥୀଙ୍କୁ ମାଟ୍ରିକ ମନ୍ତ୍ର ଦୀକ୍ଷା ପ୍ରଦାନ ପାଇଁ ଏକ ଶିବିର ଅନୁଷ୍ଠିତ ହୋଇଯାଇଛି । ବିଶେଷଜ୍ଞ ଶିକ୍ଷକ ଅକ୍ଷୟ କୁମାର ମିଶ୍ର ବିଦ୍ୟାର୍ଥୀମାନଙ୍କୁ ଇଂରାଜୀ ଓ ଓଡିଆ ଭାଷା ସାହିତ୍ୟରେ ଅଧିକ ସୁଦୃଢ ଓ ଦକ୍ଷ ହେବାର କୌଶଳ ବତାଇବା ସହ କିଭଳି ପ୍ରସ୍ତୁତ ହେବେ ସେ ସଂପର୍କରେ ବୁଝାଇଥିଲେ । ଶ୍ରୀ ମାନସ ରଞ୍ଜନ ଦାଶ ,ମନ୍ମଥ କୁମାର ସାହୁ, ବିଭୂତି ଭୂଷଣ ଶତପଥୀ ଉପସ୍ଥିତ ୧୦ଶ୍ରେଣୀ ବିଦ୍ୟାର୍ଥୀମାନଙ୍କୁ ମାଟ୍ରିକ ମନ୍ତ୍ର ପ୍ରଦାନ କରିଥିଲେ । ବିଦ୍ୟାଳୟ ପ୍ରଧାନଶିକ୍ଷକ ରଣଜିତ୍‌  କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଦ୍ୟାର୍ଥୀମାନଙ୍କୁ ପାଠ୍ୟ ଉପକରଣ ପ୍ରଦାନ କରାଯାଇଥିଲା । ବରିଷ୍ଠ ଶିକ୍ଷକ ସୁକାନ୍ତ କୁମାର ନାୟକ, ହେମନ୍ତ କୁମାର ସାହୁ, ସୁଜାତା ସାହୁ, ପ୍ରଶାନ୍ତ କୁମାର ରାଉତ, କୈଳାସ ଚନ୍ଦ୍ର ଦାସ, ସୁପ୍ରିୟା ପ୍ରିୟଦର୍ଶିନୀ ଓ ବିଦ୍ୟାଳୟ ପରିଚାଳନା କମିଟିର ଉପସଭାପତି ବିଦ୍ୟୁତ୍‌ ପ୍ରଭା ମହାନ୍ତି ଉପସ୍ଥିତ ରହି ସହଯୋଗ କରିଥିଲେ । ଏହି ଅବସରରେ ବିଦ୍ୟାର୍ଥୀମାନଙ୍କୁ ପରୀକ୍ଷା ନିମନ୍ତେ ପ୍ରବେଶ ପତ୍ର ବଣ୍ଟନ କରାଯାଇଥିଲା । ବରିଷ୍ଠ ଶିକ୍ଷକ ଶିବ ପ୍ରସାଦ ପତି ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ।

 

- Advertisement -

 

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories