www.samajalive.in
Saturday, December 6, 2025
26.1 C
Bhubaneswar

ଆଠଗଡକୁ ଶ୍ରୀହୀନ କରିବାର ଚକ୍ରାନ୍ତକୁ ବିରୋଧ

ଆଠଗଡ: ଆଠଗଡର ବିଭିନ୍ନ ପଞ୍ଚାୟତ ଅଧିନ ୭୧ଟି ରାଜସ୍ୱ ଗ୍ରାମକୁ କଟକ ଉନ୍ନୟନ କର୍ତ୍ତୃପକ୍ଷ(ସିଡିଏ) ଅଞ୍ଚଳରେ ମିଶ୍ରଣ କରି ଆଠଗଡକୁ ଶ୍ରୀହୀନ କରିବାର ଚକ୍ରାନ୍ତକୁ ଏଠାରେ ଦୃଢ ବିରୋଧ କରାଯାଇଛି । ସିଡିଏରେ ୭୧ଟି ରାଜସ୍ୱ ଗ୍ରାମକୁ ମିଶ୍ରଣ ଲାଗି ରାଜ୍ୟସରକାର ଗ୍ୟାଜେଟ ବିଜ୍ଞପ୍ତି ପ୍ରକାଶ କରିବା ପରେ ଆଠଗଡ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହେବା ସହିତ ଏହା ବିରୋଧରେ ଜନଆନ୍ଦୋଳନର ଦାନା ବାନ୍ଧୁଥିବା ଜଣାପଡୁଛି । ଆଠଗଡର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଗଡଜାତ ପରିକ୍ରମା ପକ୍ଷରୁ ଏହାର ସଂପାଦକ ଲଲାଟେନ୍ଦୁ ସେନାପତିଙ୍କ ଆବାହକତ୍ୱରେ ଅନୁଷ୍ଠିତ ବୈଠକରେ ଦଳମତ ନିର୍ବିଶେଷରେ ଆଠଗଡକୁ ଭଲ ପାଉଥିବା ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇ ଏହି ମିଶ୍ରଣ ପ୍ରକ୍ରିୟାକୁ ତୀବ୍ର ବିରୋଧ କରିଥିଲେ ।

ଏହି ବୈଠକରେ କଂଗ୍ରେସ ନେତା ତଥା ପୂର୍ବତନ ବିଧାୟକ ଉମାବଲ୍ଲଭ ରଥ, ଜିଲ୍ଲା ବିଜେପି ସାଧାରଣ ସଂପାଦକ ରାମନାରାୟଣ ମହାନ୍ତି, ସମାଜସେବୀ ଗୌରହରୀ ମହାନ୍ତି, ଆଠଗଡ ଉପଖଣ୍ଡ ସାମ୍ବାଦିକ ସଂଘର ସଭାପତି ସଚ୍ଚିଦାନନ୍ଦ ପଣ୍ଡା, ସୁରେଶଚନ୍ଦ୍ର ପରିଡା, ସର୍ବେଶ୍ୱର ପଣ୍ଡା, ତ୍ରିଲୋଚନ ବେହେରା, ବ୍ଲକ କଂଗ୍ରେସ ସଭାପତି ସୁଦର୍ଶନ ସାହୁ, ୩ନଂ ୱାର୍ଡ ପାରିଷଦ ମନୋରଞ୍ଜନ ପଟ୍ଟନାୟକ, ଦଳିତ ବର୍ଗର ନେତା ବିଚିତ୍ରାନନ୍ଦ ସେଠୀ, ଆଇନଜୀବୀ ପ୍ରକାଶ ସେଠୀ, ସାମ୍ବାଦିକ ସନ୍ତୋଷ ବାରିକ, ବିଜୟ କୁମାର ନାୟକ ପ୍ରମୁଖ ଯୋଗଦେଇ ସିଡିଏରେ ଆଠଗଡର ୭୧ଟି ଗ୍ରାମର ମିଶ୍ରଣ ମସୁଧାକୁ ତୀବ୍ର ବିରୋଧ କରାଯିବ ବୋଲି ପ୍ରକାଶ କରିଥିଲେ । ମିଶ୍ରଣ ହେବାକୁ ଥିବା ପ୍ରତ୍ୟେକ ପଞ୍ଚାୟତ ଓ ଗ୍ରାମରେ ଏହି ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ସର୍ବସମ୍ମତକ୍ରମେ ନିଷ୍ପତ୍ତି ନିଆଯାଇଥିଲା । ସୋମବାର ଆଠଗଡରେ କଟକ ଜିଲ୍ଲାପାଳଙ୍କ ଜନଶୁଣାଣି ସମୟରେ ଏହି ବିଷୟକୁ ଉତ୍‍ଥାପନ କରାଯିବା ସହ ଏ ନେଇ ଏକ ସ୍ମାରକପତ୍ର ପ୍ରଦାନ କରାଯିବ ବୋଲି ସ୍ଥିର କରାଯାଇଥିଲା ।

Hot this week

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

Related Articles

Popular Categories