www.samajalive.in
Sunday, December 14, 2025
26.1 C
Bhubaneswar

ଗୁରୁବାର ରାଶିଫଳ: ପ୍ରଚୁର ଧନ ପ୍ରାପ୍ତି ହେବ

ମେଷ: ଉତ୍ତମ ବ୍ୟବହାର, ପରମ ଶୁଦ୍ଧ ରୀତି, ନୀତି, ନୈତିକ ପରିପୂର୍ଣ୍ଣତା ଓ ଦିବ୍ୟ ଜ୍ଞାନ ରୂପକ ସଂସ୍କୃତିସମ୍ପନ୍ନ ହୋଇପାରନ୍ତି। ଆୟ ବୃଦ୍ଧିର ସୂଚନା ମିଳୁଥିବାବେଳେ ବ୍ୟୟ ଭାର ଅଧିକ ହେବ। ସୁସ୍ଥ ରହିବେ।

ବୃଷ: ତ୍ୟାଗ ରୂପକ ଜୀବନ ଶୋଧନର ରାଜମାର୍ଗକୁ ଆଦରି ନେଇ ପାରନ୍ତି। ପ୍ରଚୁର ଧନ ପ୍ରାପ୍ତି ସହ ଧାର୍ମିକ ଭାବନାରେ ଉଦ୍‌ବୁଦ୍ଧ ହେବେ। ଜ୍ଞାନର ଅବତରଣ କରି ଆଶ୍ରିତମାନଙ୍କୁ ସଦ୍‌ଜ୍ଞାନ ସମ୍ପନ୍ନ କରିପାରନ୍ତି।

- Advertisement -

ମିଥୁନ: ଆଶାବାଦୀ ହିସାବରେ ମନ ପ୍ରଫୁଲ୍ଲ ରହିବ। କର୍ମଯୋଗୀର ନିଦର୍ଶନ ହୋଇପାରନ୍ତି। ଆତ୍ମବିଶ୍ବାସ ଓ ଅବିରଳ ଅଧ୍ୟବସାୟ ଆପଣଙ୍କୁ ମହାନ୍‌ କରି ଗଢ଼ି ତୋଳିବ। ସ୍ବକୀୟ ଗୁଣରେ ପୂଜ୍ୟ ହେବେ।

କର୍କଟ: ପରିବାର ରୂପି ସଂସ୍କାର ଶାଳାକୁ ଉତ୍ତମ ରୂପେ ଉପଲବ୍ଧି କରି ପତ୍ନୀଙ୍କ ଉପରେ ନ୍ୟସ୍ତ ଅଧିକ କାର୍ଯ୍ୟ ଭାରକୁ ଲାଘବ କରିବା ଆପଣଙ୍କ ପକ୍ଷେ ଉଚିତ୍‌ ହେବ। ଧନ ସମ୍ପଦ ଭରପୂର ରହିବ। ଶାସ୍ତ୍ରଜ୍ଞ ହୋଇପାରନ୍ତି।

ସିଂହ: କ୍ରୋଧର ସ୍ଫୁଲିଙ୍ଗଠାରୁ ଦୂରେଇ ରହିବାକୁ ପଡ଼ିବ। ଆଶାକୁ ଜୀବନ ଆଧାର କରିଥିବାବେଳେ ଆଜି ଦିନରେ ତାହା ନିରାଶାରେ ପରିଣତ ହୋଇପାରେ। ସ୍ବାଭିମାନୀ ହେବେ। ଆତ୍ମଶକ୍ତିକୁ ଜାଗ୍ରତ କରିବେ।

କନ୍ୟା: ସେବା ଓ ସମ୍ବେଦନାର ପ୍ରତୀକ ଯେଉଁ ନାରୀ; ସେହି ନାରୀମାନଙ୍କର ସହାୟତା କରି ନିଜକୁ ଧନ୍ୟ ମନେ କରିପାରନ୍ତି। ସେବା ଭାବରେ ଉନ୍ମୁଖ ହେବେ। ସହଯୋଗୀ ବ୍ୟବସାୟ ଲାଭପ୍ରଦ ହେବ।

ତୁଳା: ଆପଣଙ୍କ ଲେଖା, କାର୍ଯ୍ୟ, ମୂଲ୍ୟବୋଧର ସ୍ବର ପାଠକଙ୍କ ହୃଦୟକୁ ରସାଣିତ କରିପାରେ। ଶତ୍ରୁତା ଆଚରଣ କରୁଥିବା ଶକ୍ତି ଆପଣଙ୍କ ନିକଟରେ ସଙ୍କୁଚିତ ହେବ। ପର ଅଧୀନରୁ ମୁକ୍ତ ହେବେ।

ବିଛା: ପ୍ରଜ୍ଞାଦୀପ୍ତ ଭାବ ନେଇ ଆପଣ ମହାନ୍‌ ଆଦର୍ଶର ଶାଣିତ, ସତ୍ୟପ୍ରଜ୍ଞ। ଯେହେତୁ ଆପଣ ଅସାଧାରଣ; ଆପଣଙ୍କୁ ସାଧାରଣ ଭାବେ ବିବେଚନା କରାଯାଇ ପାରିବନି। ଦୈବୀ ଶକ୍ତିସମ୍ପନ୍ନ ସନ୍ତାନ ଦ୍ବାରା ମାନ ବୃଦ୍ଧି ହେବ।

ଧୁନ: ଜୀବନକୁ ସହଜ ଭାବେ ଗ୍ରହଣ କରିବାର ପ୍ରବୃତ୍ତି ଆପଣଙ୍କର ଅଛି। ପରପୀଡ଼ାକୁ ହୃଦୟଙ୍ଗମ କରି ଦାନାନୁରକ୍ତ ହେଉଥିବାରୁ ଆପଣଙ୍କୁ ଗାନ୍ଧିଜୀଙ୍କ ମତରେ ବୈଷ୍ଣବ କୁହାଯିବ। ଯାନବାହନ ସୁଖ ମିଳିବ।

ମକର: ଆଧ୍ୟତ୍ମବାଦୀ ହେବେ। ଅନେକ କ୍ଷେତ୍ରରେ ବାସ୍ତବତା ସହିତ ଯୋଡ଼ି ହୋଇ ପାରନ୍ତି। ବ୍ୟକ୍ତି ଚେତନାକୁ ସ୍ବଚ୍ଛନ୍ଦ କରି ପାରନ୍ତି। ବ୍ୟକ୍ତି ଚେତନାକୁ ସ୍ବଚ୍ଛଳ କରିପାରନ୍ତି। ଆତ୍ମ ମୂଲ୍ୟାଙ୍କନ କରିପାରନ୍ତି।

କୁମ୍ଭ: ‘ଈଶ କୃପା ବିନୁ ଗୁରୁ ନେହଁି’ ଗୁରୁ ବିନା ନାହିଁ ଜ୍ଞାନ ଏପରି ଗୁରୁବାଣୀ ଆପଣଙ୍କୁ ପୁନଶ୍ଚ କର୍ମ ତତ୍ପର କରିପାରେ। ସନ୍ମାର୍ଗୀ ହେଲେ ଅମୃତର ସନ୍ଧାନ ପାଇବେ। ବିଭିନ୍ନ ସୂତ୍ରରୁ ଧନାଗମର ସୂଚନା ମିଳୁଛି।

ମୀନ: ବରିଷ୍ଠ ବ୍ୟକ୍ତିମାନଙ୍କ ପାଇଁ ସମ୍ମାନବୋଧ ଭାଷା ଆପଣଙ୍କ ଧ୍ୟେୟ ହୋଇପାରେ। ସାଧନା ଅହଂକାର ଶୂନ୍ୟ ହେଲେ ସିଦ୍ଧି ପ୍ରାପ୍ତ ହେବେ। ପରକୁ ଆପଣାର କରିପାରନ୍ତି। ଆହର ସ୍ବାଦିଷ୍ଟ ଓ ସ୍ବାସ୍ଥ୍ୟପ୍ରଦ ହେବ।

Hot this week

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

Related Articles

Popular Categories