www.samajalive.in
Sunday, December 14, 2025
23.1 C
Bhubaneswar

୧୫ରୁ ଗୁର୍ଜର ସଂରକ୍ଷଣ ଆନ୍ଦୋଳନ

ଜୟପୁର : ରାଜସ୍ଥାନରେ ଗୁର୍ଜର ସଂରକ୍ଷଣ ଆନ୍ଦୋଳନ ୧୫ ମଇରୁ ଆରମ୍ଭ ହେବ ବୋଲି ଆନ୍ଦୋଳନର ସଂଯୋଜକ ଘୋଷଣା କରିଛନ୍ତି । ଏହି ପ୍ରସ୍ତାବିତ ଆନ୍ଦୋଳନକୁ ଗୁଜରାଟ ପାଟିଦାର ନେତା ହାର୍ଦିକ ପଟେଲ ସମର୍ଥନ ଜଣାଇବା ପରେ ପ୍ରଶାସନ ତାଙ୍କର ଭରତପୁର ଗସ୍ତ ଉପରେ ପ୍ରତିବନ୍ଧକ ଲଗାଇଛି । ଗୁର୍ଜର ବହୁଳ ଗ୍ରାମରେ ୧୪୪ ଧାରା ଜାରି କରାଯାଇଛି ଓ ଇଣ୍ଟରନେଟ୍‍ ସେବା ବନ୍ଦ କରିଦିଆଯାଇଛି । ୧୧ ଟ୍ରୁପ୍‍ ଆରଏସି ଅର୍ଦ୍ଧ ସାମରିକ ବାହନୀ ମୁତୟନ କରାଯାଇଛି । ରାଜ୍ୟ ସରକାର ଗୁର୍ଜର ସଂରକ୍ଷଣ ସଂଘର୍ଷ ସମିତି ସଂଯୋଜକ କର୍ଣ୍ଣଲ କିରୋଡି ସିଂହ ବୋଂସଲାଙ୍କୁ ସୋମବାର ଆଲୋଚନା ପାଇଁ ନିମନ୍ତ୍ରଣ କରିଛନ୍ତି । ଉଲ୍ଲେଖ ଯେ କରୋଡି ସଂହ ୧୫ ମଇରୁ ଆନ୍ଦୋଳନ ପାଇଁ ଘୋଷଣା କରିଛନ୍ତି । ଗୁର୍ଜର ସମାଜର ଅନ୍ୟ ଏକ ସଂଗଠନ ଛତିସା ଗ୍ରାମ ମେରୋଲିଠାରେ ମହାପଞ୍ଚାୟତ ଆୟୋଜନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି । ଗୁର୍ଜର ସଂରକ୍ଷଣ ଆନ୍ଦୋଳନକୁ ଦୃଷ୍ଟିରେ ରଖି ଭରତପୁର, ସବାଇମାଧୋପୁର, ଦୋସା, କରୌଲି ଏବଂ ଆଖପାଖ ଜିଲାରେ ପୁଲିସ୍‍ ପ୍ରଶାସନକୁ ହାଇ ଆଲର୍ଟରେ ରହିବାକୁ କୁହାଯାଇଛି । ଏହି ଗ୍ରାମଗୁଡ଼ିକରେ ୧୫ ମଇ ପର୍ଯ୍ୟନ୍ତ ଇଣ୍ଟରନେଟ୍‍ ସେବା ବନ୍ଦ କରିଦିଆଯାଇଛି । ପ୍ରକାଶଯୋଗ୍ୟ ଯେ ଗୁର୍ଜର ସମାଜ ଓବିସି ବର୍ଗରେ ସେମାନଙ୍କୁ ଅଲଗା ୫% ସଂରକ୍ଷଣ ଦେବାକୁ ଦାବି କରୁଛି । ସମ୍ପ୍ରତି ଗୁର୍ଜର ସମାଜ ଏମ୍‍ବିସି (ସର୍ବାଧିକ ପଛୁଆ ବର୍ଗ)ରେ ସଂରକ୍ଷଣର ଫାଇଦା ନେଉଛନ୍ତି ।

Hot this week

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

Related Articles

Popular Categories