www.samajalive.in
Saturday, December 6, 2025
16.1 C
Bhubaneswar

ବର୍ଷା ଅଭାବରେ ମରୁଡି ସ୍ଥିତି ; ଜମି ଫାଟି ଆଁ କରିଛି, ଚିନ୍ତାରେ ଚାଷୀ

ଗୁଣୁପୁର : ବର୍ଷା ଅଭାବ ସାଙ୍ଗକୁ ଶୁଖିଲା ପଡିଛି ପୋଖରି। ଜଳ ଅଭାବରେ ଧାନ ଜମି ଫାଟି ଆଁ କରିଥିବା ବେଳେ ଧାନ ଗଛ ଗୁଡିକ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ମୁଣ୍ଡରେ ହାତ ଦେଇ ବସିଛି ଚାଷୀ, ସରକାରୀ ସହାୟତା ପାଇଁ ଦାବି କରୁଛନ୍ତି ଚାଷୀକୁଳ। ଗୁଣୁପୁର କୃଷିଜିଲ୍ଲାର ରାମନାଗୁଡା ବ୍ଲକ ନାଲପଣ୍ଡା ଅଞ୍ଚଳରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି।
କମ ପରିମାଣର ବର୍ଷା ପାଇଁ ଉଜୁଡିଗଲା ଧାନ ଫସଲ। ରାୟଗଡା ଜିଲ୍ଲା ଗୁଣୁପୁର କୃଷି ଜିଲ୍ଲାର ଚାରୋଟି ବ୍ଲକ୍ ଅଞ୍ଚଳରେ କିଛି ଏକର ଜମିରେ ଧାନ ଚାଷ ଭଲ ହୋଇଥିବା ବେଳେ ଚାଷୀ ଖୁସି ରହିଥିବା ବେଳେ ଅନ୍ୟ କିଛି ଅଞ୍ଚଳର ବର୍ଷା କମ୍ ପରିମାଣ ହେତୁ ଚାଷୀ କାନ୍ଦୁଛନ୍ତି। ଗୁଣୁପୁର କୃଷି ଜିଲ୍ଲାରେ ଚଳିତ ବର୍ଷ ଧାନ ଚାଷ ଗୁଣୁପୁର ୩୫୯୭ ହେକ୍ଟର ଗୁଡାରି ୨୪୮୮ ହେକ୍ଟର ପଦ୍ମପୁର ୬୯୮୦ ରାମନାଗୁଡା ୨୨୯୭ ହେକ୍ଟର ଜମିରେ ଧାନ ଚାଷ ହୋଇଥିବା କୃଷିବିଭାଗ ପାଖରେ ସୂଚନା ରହିଛି। ସମୁଦାୟ ସମୁଦାୟ ୧୫୩୬୨ ହେକ୍ଟର ଧାନ ଚାଷ ହୋଇଛି। ଏହି ଚାରୋଟି ବ୍ଲକ୍ ର ବିଭିନ୍ନ ସ୍ଥାନରେ ବର୍ଷା କମ ଯୋଗୁଁ ଧାନ ଚାଷ ନଷ୍ଟ ସହ ଜମି ଫାଟି ଆଁ କରି ରହିଛି। ରାମନାଗୁଡା ତହସିଲ ନାଲପଣ୍ଡା ମୈାଜାରେ ଚାଷୀ କଷ୍ଟକରି ଧାନ ଚାଷ କରିଥିଲା। ବର୍ଷା କମ ହେତୁ ଧାନ ଗଛ ଗୁଡିକ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଚାଷ ଜମି ପାଖରେ ପୋଖରି ଅଛି କିନ୍ତୁ ପୋଖରି ମଧ୍ୟ ଶୁଖିଲା ପଡିଛି। କେନାଲରେ ପାଣି ନାହିଁ। ଶହ ଶହ ଏକର ଜମିରେ ଚାଷୀ ଚାଷ କରି କ୍ଷତି ସମ୍ଭାଳିବା କଷ୍ଟକର ହୋଇ ପଡିଛି। ଲୋନ ଆଣିଥିବା ଚାଷୀ କିଭଳି ରୁଣ ପରିଷୋଧ କରିବେ ତାହାକୁ ନେଇ ଚିନ୍ତା ଘାରିଛି।
ସେହିଭଳି ଗୁଣୁପୁର, ଗୁଡାରି, ପଦ୍ମପୁର, ରାମନାଗୁଡାର ଅନେକ ଅଞ୍ଚଳର ଚାଷୀଙ୍କର ଏଭଳି ଧାନ ଚାଷ ନଷ୍ଟ ହୋଇଥିବା ଜଣାପଡିଛି। ଚାଷୀ ସରକାରଙ୍କ ସାହୟତା ପାଇଁ ନିବେଦନ କରୁଥିବା ବେଳେ ତୁରନ୍ତ ଚାଷୀଙ୍କ ଜମିରେ କ୍ଷୟକ୍ଷତି ଆକଳନ କରିବା ପାଇଁ ଦାବି କରୁଛି।
ଚାଷୀଙ୍କ ଉଜୁଡା କ୍ଷେତକୁ ନେଇ ଗୁଣୁପୁର କୃଷି ଜିଲ୍ଲା ଅଧିକାରୀ ବୃନ୍ଦାବନ ବେହେରା କହିଛନ୍ତି, କୃଷି ବିଭାଗର କର୍ମଚାରି ଚାଷ କ୍ଷେତ ପରିଦର୍ଶନ କରିବେ। ପ୍ରତ୍ୟେକ ବ୍ଲକ୍ ରାଜସ୍ବ ବିଭାଗ ଓ କୃଷି ବିଭାଗର ମିଳିତରେ ଚାଷ ଜମିର ସ୍ଥିତି ଅନୁଧ୍ୟାନ କରି ବିହିତ ପଦକ୍ଷେପ ନେବେ।

Hot this week

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories