www.samajalive.in
Saturday, December 6, 2025
16.1 C
Bhubaneswar

ସମନ୍ୱିତ କୃଷି ଦେଉଛି ରୋଜଗାର ; ପନିପରିବା ସହ ମାଛ ଚାଷ କରି ଲକ୍ଷାଧିକ ରୋଜଗାର

ଗୁଣୁପୁର : ଉଚ୍ଚ ଶିକ୍ଷା ସରିବା ପରେ ଚାକିରି ପଛରେ ନ ଗୋଡେଇ ଚାଷକୁ ଆଦରି ନେଇଛନ୍ତି ଜଣେ ଆଦିବାସୀ ଯୁବ ଚାଷୀ । ଅତ୍ୟାଧୁନିକ ପଦ୍ଧତିରେ ନୂତନ ଜ୍ଞାନ କୌଶଳ ମାଧ୍ୟମରେ ଚାଷ କରି ନିଜେ ସ୍ଵାବଲମ୍ବୀ ହେବା ସହ ଅନ୍ୟକୁ ଯୋଗାଉଛନ୍ତି ରୋଜଗାର । ଏଭଳି ଜଣେ ସଫଳ ଯୁବ ଚାଷୀ ହେଉଛନ୍ତି ରାମାନାଗୁଡା ବ୍ଲକ ଏରାଗୁଡା ଗ୍ରାମର ଉଚ ଶିକ୍ଷିତ ଯୁବକ ଟଙ୍କଧର ଶବର ।
ରାୟଗଡା ଜିଲା ଏକ ଆଦିବାସୀ ବହୁଳ ଜିଲା । ଏଠାକାର ଲୋକଙ୍କ ଜୀବନ ଜୀବିକା କହିଲେ ଚାଷ କାମ । ତେବେ ରାମାନାଗୁଡା ବ୍ଲକ ଏରାଗୁଡା ଗ୍ରାମର ଯୁବ ଚାଷୀ ଟଙ୍କ ଶବର ଗ୍ରାଜୁଏସେନ ପାଠ ସାରିବା ପରେ ଚାକିରି ପଛରେ ନ ଗୋଡେଇ ଚାଷ କାମରେ ମନ ବଳାଇଥିଲେ । କିଛି ଭିନ୍ନ କରିବା ଉଦେଶ୍ୟ ନେଇ ଆରମ୍ଭ କରିଥିଲେ ସମନ୍ୱିତ କୃଷି (ଇଣ୍ଟିଗ୍ରେଟଡ଼୍ ଫାର୍ମିଙ୍ଗ )। ନିଜର ୭ ଏକର ପରିମିତ ଜମିରେ ଅତ୍ୟାଧୁନିକ ଜ୍ଞାନ କୌଶଳ ପ୍ରୟୋଗ କରି ବିଭିନ୍ନ ପ୍ରକାର ପନିପରିବା ଚାଷ ସହ ମାଛ ଚାଷ କରି ନିଜେ ଆତ୍ମ ନିର୍ଭରଶୀଳ ହେବା ସହ ଅନ୍ୟକୁ ଆହାର ଯୋଗାଇବାରେ ସକ୍ଷମ ହୋଇପାରିଛନ୍ତି। ଚାଷୀ ଜଣକ ନିଜ ଜମିରେ ବିଭିନ୍ନ ଜ୍ଞାନ କୌଶଳ ମାଧ୍ୟମରେ ବୁନ୍ଦା ଜଳସେଚନ ଓ ସିଙ୍ଗଲ୍ ଲାଇନ ଟ୍ରେଲିସ ପଦ୍ଧତିରେ ପୋଟଳ , ବାଇଗଣ ,ଭେଣ୍ଡି , କଂଚା ଲଙ୍କା ଓ ସଜନା ଚାଷ କରି ନିଜେ ସ୍ଵାବଲମ୍ବୀ ହେବା ସହ ଅଂଚଳର ଅନେକ ଲୋକଙ୍କୁ ବର୍ଷ ତମାମ ନିଜ କ୍ଷେତରେ କାମ ଯୋଗାଇ ଦେଇ ସେମାନଙ୍କୁ ସ୍ଵାବଲମ୍ବୀ କରିପାରିଛନ୍ତି । ପନିପରିବା ଚାଷ ପାଇଁ ଚାଷୀ ଜଣକ ଏକର ପିଛା ୨୦ ହଜାରରୁ ୨୫ ହଜାର ଟଙ୍କା ବିନିଯୋଗ କରି ବାର୍ଷିକ ଲକ୍ଷାଧିକ ଟଙ୍କା ରୋଜଗାର କରୁଥିବା କହିଛନ୍ତି । ପନିପରିବା ଚାଷ ସହ ଏକ ଏକର ପରିମିତ ଜମିରେ ମାଛ ଚାଷ କରି ସେଥିରୁ ମଧ୍ୟ ଦୁଇ ପଇସା ରୋଜଗାର କରିବାରେ ସକ୍ଷମ ହୋଇଛନ୍ତି । ଏହି ଯୁବ ଚାଷୀ ଚାଷ ପ୍ରତି ଆଗ୍ରହ ଦେଖି ଯୁବ ଚାଷୀଙ୍କ ପରିବାର ବର୍ଗ ମଧ୍ୟ ତାଙ୍କୁ ଚାଷ କାମରେ ସହାୟତା କରୁଛନ୍ତି । ନିଜର ଉତ୍ପାଦିତ ପନିପରିବାର ବଜାରିକରଣ ପାଇଁ ଚାଷୀ ଜଣକ ନିକଟସ୍ଥ ବଜାର ଉପରେ ନିର୍ଭର କରୁଥିବା ବେଳେ ବିଭିନ୍ନ ଅଂଚଳରୁ ବ୍ୟବସାୟୀମାନେ ମଧ୍ୟ ଏଠାକୁ ଆସି ପନିପରିବା ନେଇ ବ୍ୟବସାୟ କରି ଥାଆନ୍ତି ବୋଲି ଚାଷୀ ଜଣକ ପ୍ରକାଶ କରିଛନ୍ତି ।

ଟଙ୍କ ଶବରଙ୍କ ଅତ୍ୟାଧୁନିକ ଜ୍ଞାନ କୌଶଳରେ ଚାଷ କରିବାର ଇଚ୍ଛାଶକ୍ତିକୁ ସଫଳ କରିବା ପାଇଁ ସହାୟତାର ହାତ ବଢାଇଛି ଗୁଣୁପୁରସ୍ଥିତ ଉଦ୍ୟାନ କୃଷି ବିଭାଗ । ଜାତୀୟ ଉଦ୍ୟାନ କୃଷି ମିଶନ ଯୋଜନାରେ ଶଙ୍କର ଜାତୀୟ ପନିପରିବା ପାଇଁ ହେକ୍ଟର ପିଛା ଚାଷ ପ୍ରତି ୨୦ ହଜାର ଟଙ୍କାର ଆର୍ଥିକ ସହାୟତା ,ପ୍ରଧାନମନ୍ତ୍ରୀ କୃଷି ସିଚାଈ ଯୋଜନାରେ ବୁନ୍ଦା ଜଳସେଚନରେ ୯୦ ପ୍ରତିଶତ ସରକାରୀ ସହାୟତା ସହ ଉତ୍ପାଦିତ ପନିପରିବାକୁ ସାଇତି ରଖିବା ପାଇଁ ଏକ ପ୍ୟାକ ହାଉସ ଯୋଗାଇ ଦିଆଯାଇଛି ବୋଲି ଉଦ୍ୟାନ ସମ୍ପ୍ରସାରଣ କର୍ମଚାରୀ ଅକ୍ଷୟ କୁମାର ପଣ୍ଡା ପ୍ରକାଶ କରିଛନ୍ତି।

Hot this week

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

Related Articles

Popular Categories