www.samajalive.in
Saturday, December 13, 2025
26.1 C
Bhubaneswar

ଉଚ୍ଚଶିକ୍ଷିତ ଯୁବକଙ୍କ ଅନନ୍ୟ ପ୍ରୟାସ, ପ୍ରସ୍ତୁତ କରୁଛନ୍ତି ବାଉଁଶ ନଳରେ ଖାଦ୍ୟ ସାମଗ୍ରୀ

ଗୁଣୁପୁର: ଉଚ୍ଚ ଶିକ୍ଷିତ ଯୁବକଙ୍କ ଅନନ୍ୟ ପ୍ରୟାସ। ନୂଆ କିଛି କରି ରୋଜଗାରକ୍ଷମ ହେବା ଲକ୍ଷ୍ୟରେ ବାଉଁଶ ନଳ ସାହାଯ୍ୟରେ ପ୍ରସ୍ତୁତ କରୁଛନ୍ତି ଭଳି କି ଭଳି ବ୍ୟଞ୍ଜନ ଯାହା ଗ୍ରାହକଙ୍କୁ ବେଶ ଆକୃଷ୍ଟ କରୁଛି। ରାୟଗଡା ଜିଲା ଗୁଣୁପୁର ଶିବଶକ୍ତି ନଗରରେ ତିନି ଜଣ ଉଚ୍ଚ ଶିକ୍ଷିତ ଯୁବକ ଏଭଳି ନିଆରା ଉପାୟରେ ସୁସ୍ୱାଦୁ ବ୍ୟଞ୍ଜନ ପ୍ରସ୍ତୁତ କରି ଅନ ଲାଇନରେ ଗ୍ରାହକଙ୍କୁ ପରସି ଦେଉଛନ୍ତି। ସତ୍ୟଜିତ ମିଶ୍ର ନାମକ ଜଣେ ଯୁବ ସଫ୍ଟୱେର ଇଞ୍ଜିନିୟର କହିଛନ୍ତି, ରାୟଗଡାରେ ବାଉଁଶ ନଳରୁ ପ୍ରସ୍ତୁତ ଖାଦ୍ୟ ସାମଗ୍ରୀ ମିଳେନାହିଁ। ଏଭଳି ଖାଦ୍ୟ ବାହାରେ ଖାଇବାକୁ ମିଳେ। ଆମ ଅଞ୍ଚଳରେ ମଧ୍ୟ ଏଭଳି ସୁସ୍ୱାଦୁ ବ୍ୟଞ୍ଜନ ପ୍ରସ୍ତୁତ କରି ଗ୍ରାହକଙ୍କୁ ଭେଟି ଦେବା ପାଇଁ ତାଙ୍କର ଇଚ୍ଛା ହେଲା। ଏହାଛଡା ବାଉଁଶର ଚାହିଦା, ବ୍ୟବସାୟ ମଧ୍ୟ ଧୀରେ ଧୀରେ ବଢିବ। ତେଣୁ ସ୍ଥାନୀୟ ଅଞ୍ଚଳରେ ଏଭଳି ପ୍ରୟାସ କରାଯାଇଛି।

ପ୍ରଥମେ ସଂଗୃହୀତ ବାଉଁଶ ନଳକୁ ଭଲ ଭାବରେ ପରିଷ୍କାର କରି ସେଥିରେ ପୂର୍ବ ପ୍ରସ୍ତୁତ ମାଛ ହେଉ ଅବା ଚିକେନ୍, ମଟନ ସର୍ଗି ପତ୍ର କିମ୍ବା କଦଳୀ ପତ୍ରରେ ଆବଦ୍ଧ କରି ବାଉଁଶ ନଳରେ ଭର୍ତ୍ତି କରାଯାଏ। ଏହା ପରେ ଚୁଲୀ ଉପରେ ବାଉଁଶ ନଳକୁ ପ୍ରାୟ ୧ ଘଣ୍ଟା ପର୍ଯ୍ୟନ୍ତ ରଖାଯାଏ। ସୀମାଦ୍ରୀ କ୍ରିଷ୍ଣା ନାମକ ଜଣେ ବିଇଡି ତାଲିମଧାରୀ ଯୁବକ କହିଛନ୍ତି ଯେ ବର୍ତ୍ତମାନ ଗ୍ରାହକଙ୍କ ଅର୍ଡର ଅନୁଯାୟୀ ମାଛ, ଚିକେନ୍, ବିରିୟାନି ଓ ଛତୁ କରାଯାଉଛି। ପରବର୍ତ୍ତୀ ସମୟରେ ମାଟି ହାଣ୍ଡିରେ ମଧ୍ୟ ଏଭଳି ବ୍ୟଞ୍ଜନ ପ୍ରସ୍ତୁତ କରି ଜିଲ୍ଲାର ବିଭିନ୍ନ ସ୍ଥାନରେ ଦୋକାନ ଖୋଲାଯିବା ଲକ୍ଷ୍ୟ ରହିଛି ବୋଲି କହିଛନ୍ତି। ସ୍ଥାନୀୟ ଅଞ୍ଚଳରେ ଏଭଳି ସୁସ୍ୱାଦୁ ବ୍ୟଞ୍ଜନ ମିଳୁଥିବାରୁ ଗ୍ରାହ ମାନେ ମଧ୍ୟ ବେଶ ଖୁସି । ପୂର୍ବରୁ ବାହାର ରାଜ୍ୟ କିମ୍ବା ନାମୀ ସହରରେ ଏଭଳି ଖାଦ୍ୟ ମିଳୁଥିଲା। ବର୍ତ୍ତମାନ ହାତ ପାହାନ୍ତାରେ ମିଳିବାରୁ ସମସ୍ତେ ଖୁସି।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories