www.samajalive.in
Sunday, November 16, 2025
15.1 C
Bhubaneswar

ପୁଣି ବିଦ୍ୟୁତ ଖୁଣ୍ଟ ଭାଙ୍ଗିଲା ଦନ୍ତା, ବନ ବିଭାଗ ନାକେଦମ୍

ଗୁଣୁପୁର: ସାଥୀ ମାଈହାତୀକୁ ଖୋଜି ପୁଣି ବିଦ୍ୟୁତ୍ ଖୁଣ୍ଟ ଭାଙ୍ଗିଲା ଦନ୍ତା। ଫଳରେ ନାକେଦମ୍ ହୋଇଛି ବନ ବିଭାଗ। ବୂଧବାର ଗୁଣପୁର ରେଞ୍ଜ୍ ପଦ୍ମପୁର ସେକ୍ସନରେ ଫୁଲପୁଟିଠାରେ ଦୁଇ ଟିକିଆ ହାତୀପଲରୁ ଗୋଟିଏ ମାଈହାତୀର ମୃତ୍ୟୁ ଘଟିଥିଲା। ହାତୀଦ୍ବୟ ପାଖ କପା ବାଡରେ ଥିବା କୁଡିଆ ଓ ବିଦ୍ୟୁତ୍ ଖୁଣ୍ଟକୁ ଭାଙ୍ଗିଥିଲେ। ବିଦ୍ୟୁତ ଆଘାତରେ ମାଈହାତୀର ମୃତ୍ୟୁ ହୋଇଥିବା ବନ ବିଭାଗ ଅଧିକାରୀଙ୍କ ପକ୍ଷରୁ ଜଣାପଡ଼ିଥିଲା। ହାତୀ ଶବକୁ ବ୍ୟବଛେଦ କରାଇଛି ବନ ବିଭାଗ। ମାଈହାତୀ ମୃତ୍ୟ ପରେ ସାଥିରେ ଥିବା ଦନ୍ତାହାତୀ ପୁଣି ଅଞ୍ଚଳରେ ବିଳମ୍ବିତ ରାତ୍ରିରେ ନାକେଦମ୍ କରିଛି। ଦୁଇ ଦିନ ଧରି ଗ୍ରାମାଞ୍ଚଳରେ ବିଦ୍ୟୁତ ସେବା ବନ୍ଦ ରହିଥିବା ଜଣାପଡ଼ିଛି। ଦନ୍ତା ହାତୀ ପୁଣି ବିଦ୍ୟୁତ ଖୁଣ୍ଟ ଓ ନଳକୂପ ଭାଙ୍ଗିବା ସହ ପାଖ ବାଡ ଗଛକୁ ନଷ୍ଟ କରିଛି। ସାଥି ମାଈହାତୀର ମୃତ୍ୟ ପରେ ଦନ୍ତା ହାତୀ ଏକା ହୋଇଥିବାରୁ ଉତ୍ୟକ୍ତ ରହିଥିବା ଅନୁମାନ କରୁଛି ବନବିଭାଗ। ପାଖ ଗ୍ରାମ ତରାମାଳ ଅଞ୍ଚଳରେ ଦନ୍ତାହାତୀ ରହିଛି। ତାର ଗତି ବିଧି ଉପରେ ନଜର ରଖିଛି ବନ ବିଭାଗ। ପୂର୍ବରୁ ଏହି ହାତୀ ଛଅ ଟିକିଆ ହାତୀପଲରେ ରହିଥିଲା। ସେଥିରୁ ଓଡ଼ିଶା ସୀମାନ୍ତ ଆନ୍ଧ୍ରର ବାତିଲି କାଟ୍ରାଗଡ଼ାଠାରେ ଗତବର୍ଷ ୪ଟି ହାତୀର ମୃତ୍ୟୁ ହୋଇଥିଲା। ଆଉ ଗୋଟିଏ ହାତର ଗତକାଲି ମୃତ୍ୟୁ ଘଟିଛି। ଏବେ ଏକା ହୋଇଯାଇଛି ଦନ୍ତା ହାତୀ।

Hot this week

ପୁଲିସର ଯାଞ୍ଚ କଡ଼ାକଡ଼ି

ସମାଜ ଲାଇଭ୍‌: କମିସନରେଟ ପୁଲିସ ପକ୍ଷରୁ ଶନିବାର ବିଳମ୍ବିତ ରାତିରେ ଗାଡ଼ିମୋଟର...

ହ୍ୟୁମାନ ସାଗର ସଙ୍କଟାପନ୍ନ, ଏମ୍ସ ଯାଇ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ହ୍ୟୁମାନ ସାଗର ଙ୍କ ସ୍ବାସ୍ଥ୍ୟ ଅବସ୍ଥା ଚିନ୍ତା...

ସ୍ଥାୟୀ ଜମି ପଟ୍ଟା ପ୍ରଦାନ ପାଇଁ ମାହେଶ୍ୱରୀ ସେନାର ଦାବି

ରେଙ୍ଗାଲିକ୍ୟାମ୍ପ ୧୫/୧୧: ଦୀର୍ଘ ୪୦ବର୍ଷ ଧରି ଗୋଡ଼ଭଗା ଛକ ନିକଟ ରାସ୍ତା...

କିଲାକିଆ ସେବାଶ୍ରମରେ ପିତାମାତା ସହଭାଗିତା କାର୍ଯ୍ୟକ୍ରମ

ଜି.ଉଦୟଗିରି,୧୫/୧୧: ଅନୁସୂଚିତ ଜାତି ଓ ଜନଜାତି ଏବଂ ପଛୁଆ ବର୍ଗ କଲ୍ୟାଣ...

ପୀତବାସ ପଣ୍ଡା ହତ୍ୟା ମାମଲା: ବ୍ରହ୍ମପୁର କାରାମଣ୍ଡଳରେ ସରିଲା ଅଭିଯୁକ୍ତଙ୍କ ଟିଆଇ ପରେଡ୍

ସମାଜ ନ୍ୟୁଜ ଡେସ୍କ- ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଶନିବାର...

Related Articles

Popular Categories