www.samajalive.in
Saturday, December 13, 2025
26.1 C
Bhubaneswar

ପୌରସଂସ୍ଥାର ତ୍ରୁଟିପୂର୍ଣ୍ଣ  ପୋଖରୀ ଖନନ:୮ଘଣ୍ଟା ଫସିଲେ  ମଇଁଷି, ଉଦ୍ଧାର କଲା ଅଗ୍ନିଶମ ବିଭାଗ

ଗୁଣୁପୁର: ରାୟଗଡା ଜିଲା ଗୁଣପୁର ବୃନ୍ଦାବତୀ ନଗର ଅଞ୍ଚଳରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା । ମୁକ୍ତା ଯୋଜନାରେ ପୌର ପରିଷଦ ପକ୍ଷରୁ ଏଠାରେ ପୋଖରୀ ଖନନ କରାଯାଇଥିଲା। ଉପଯୁକ୍ତ ଯୋଜନା ଅଭାବ ଓ ବୈଷୟିକ ତୃଟି ଯୋଗୁ ପୋଖରୀଟି ବିପଦ ପୂର୍ଣ୍ଣ ଭାବେ ରହିଥିଲା। ବର୍ତ୍ତମାନ ବର୍ଷା ଲାଗି ରହିଥିବା ଯୋଗୁଁ ପୋଖରୀ ରେ ପାଣି ଭର୍ତ୍ତି ହୋଇ ଯାଇଥିଲା। ପ୍ରାୟ ୧୫ଟି ମଇଁଷି ପାଣି ପିଇବା ପାଇଁ ପୋଖରୀ ଭିତରେ ପଶି ଯାଇଥିଲେ ।
ପ୍ରାୟ ୮ ଘଣ୍ଟା ଧରି ପୋଖରୀରୁ ଉଠି ନ ପାରି ଫସି ରହିଥଲେ । ପରେ ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା । ଅଗ୍ନିଶମ ବିଭାଗର କର୍ମକର୍ତ୍ତା ମାନେ ଆସି ମଇଁଷି ମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ । ତେବେ ପୌର ପରିଷଦ ଖାମ ଖିଆଲ ନ ହୋଇ ଉପଯୁକ୍ତ ଯୋଜନା କରି କାର୍ଯ୍ୟ କରିବାକୁ ଦାବୀ ହେଉଛି । ଏଭଳି ତୃଟି ପୂର୍ଣ୍ଣ କାର୍ଯ୍ୟର ଭିଜିଲାନ୍ସ ବିଭାଗ ତଦନ୍ତ କଲେ ବଡଧରଣର ଜାଲିଆତି ପଦାକୁ ଆସିବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories