www.samajalive.in
Sunday, December 7, 2025
14.1 C
Bhubaneswar

ଆହତ ଗୁଣତିଳକ ଏସିଆ କପ୍‍ରୁ ବାଦ

କଲମ୍ବୋ: ସଂଯୁକ୍ତ ଆରବ ଏମିରେଟ୍‍ସରେ  ଶନିବାରଠାରୁ ଏସିଆ କପ୍‍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବାକୁ ଯାଉଛି। ତେବେ ଟୁର୍ଣ୍ଣାମେଣ୍ଟ ପୂର୍ବରୁ ଶ୍ରୀଲଙ୍କା ଦଳକୁ ଆଉ ଏକ ଧକ୍କା ପହଞ୍ଚିଛି। ପ୍ରଥମେ ଦିନେଶ ଚାନ୍ଦିମାଲ ଆହତ ହୋଇ ଟୁର୍ଣ୍ଣାମେଣ୍ଟରୁ ବାଦପଡିଥିବାବେଳେ ଶୁକ୍ରବାର ଦଳର ଓପନିଂ ବ୍ୟାଟସମ୍ୟାନ ଦାନୁସ୍କା ଗୁଣତିଳକ ଆହତ ହୋଇଥିବା ଜଣାପଡିଛି। ଦୁବାଇରେ ଅଭ୍ୟାସ କରୁଥିବାବେଳେ ଗୁଣତିଳକଙ୍କ ଅଣ୍ଟାରେ ଆଘାତ ଲାଗିଥିବା ପ୍ରକାଶ। ଗୁଣତିଳକ ଶୁକ୍ରବାର ସନ୍ଧ୍ୟାରେ ସ୍ୱଦେଶ ଫେରିଯାଇଛନ୍ତି। ତାଙ୍କ ସ୍ଥାନରେ ବାମହାତି ବ୍ୟାଟସମ୍ୟାନ ସେହାନ ଜୟସୁରିଆଙ୍କୁ ସାମିଲ କରାଯାଇଛି। ଚାନ୍ଦିମାଲଙ୍କ ସ୍ଥାନରେ ପୂର୍ବରୁ ନିରୋସାନ ଡିକ୍‍ୱେଲାଙ୍କୁ ସାମିଲ କରାଯାଇଛି।

Hot this week

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

Related Articles

Popular Categories