ଭୁବନେଶ୍ୱର: ରାଜଧାନୀର ଏକ ସରକାରୀ କ୍ବାର୍ଟର୍ସରେ ଚାଲିଥିଲା ବନ୍ଧୁକ ତିଆରି କାରଖାନା। କମିଶନରେଟ ପୁଲିସ ଏହି କାରଖାନାକୁ ଠାବ କରିଛି। ଓଡ଼ିଶା କୃଷି ଓ ବୈଷୟିକ ବିଶ୍ଵବିଦ୍ୟାଳୟ(ଓୟୁଏଟି)ର ଜଣେ କର୍ମଚାରୀ ଉକ୍ତ କ୍ବାର୍ଟର୍ସରେ ରହୁଥିଲେ। ରବିବାର ବିଳମ୍ବିତ ରାତିରେ ଘର ଭିତରୁ ପ୍ରଚଣ୍ଡ ଶବ୍ଦ ଶୁଭିଥିଲା। ଏହା ପରେ ଖବର ପାଇ ପୁଲିସ ସେଠରେ ପହଞ୍ଚି ଚଢ଼ାଉ କରିଥିଲା। କ୍ବାର୍ଟର୍ସରୁ ୩ଟି ଅର୍ଦ୍ଧନିର୍ମିତ ବନ୍ଧୁକ ସହ ବନ୍ଧୁକ ତିଆରି ପାଇଁ ଦରକାର ପଡ଼ୁଥିବା ସରଞ୍ଜାମ, ବିପୁଳ ପରିମାଣରେ ବାରୁଦ ଓ ଗୁଳି ପୁଲିସ ଜବତ କରିଛି।
Popular Categories



