www.samajalive.in
Saturday, December 6, 2025
26.1 C
Bhubaneswar

ମୁକ୍ତିଲାଭ କଲା ‘ଗଲି ବୟ’ର ଟ୍ରେଲର

ମୁମ୍ବଇ : ରଣବୀର ସିଂହ ଓ ଆଲିୟା ଭଟ୍ଟ ଅଭିନୀତ ଚଳଚ୍ଚିତ୍ର ‘ଗଲି ବୟ’ର ଟ୍ରେଲର ବୁଧବାର ମୁକ୍ତିଲାଭ କରିଛି। ଏହାର ଟ୍ରେଲର ମୁକକ୍ତିଲାଭ କରିବା ପୂର୍ବରୁ ଚଳଚ୍ଚିତ୍ରର ପୋଷ୍ଟର ଏବଂ ଟିଜର ମୁକ୍ତଲାଭ କରିଥିଲା। ଟ୍ରେଲରରେ ରଣବୀର ଗୀତରେ ର‍୍ୟାପ୍‍ କରୁଥିବାର ଦେଖିବାକୁ ମିଳିଛି। ଏଥିରେ ରଣବୀରଙ୍କ ହିପ୍‍ହପ୍‍ ର ଦୁନିଆ ବିଷୟରେ ମଧ୍ୟ ଏକ ଝଲକ୍‍ ପ୍ରଦର୍ଶିତ ହୋଇଛି। ଏହି ଚଳଚ୍ଚିତ୍ରରେ ନିର୍ଦେଶନାର ଭାର ସମ୍ଭାଳିଛନ୍ତି ଜୋୟା ଅଖ୍‍ତର୍‍।ତ ଚଳଚ୍ଚିତ୍ର ‘ଗଲି ବୟ’ରେ ରଣବୀର ସିଂହ ଗରୀବରୁ ଧନୀ ହେଉଛନ୍ତି, ତାହାର ଝଲକ ଟ୍ରେଲରରେ ଦେଖିବାକୁ ମିଳିଛି। ଚଳଚ୍ଚିତ୍ରରେ ଆଲିୟା ଭଟ୍ଟ ଓ କଲ୍‍କୀ କୋଚଲିନ ମଧ୍ୟ ମହତ୍ତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି। ସୂଚନା ଅନୁସାରେ,  ‘ଗଲି ବୟ’ ଚଳିତ ବର୍ଷ ଭାଲେନଟାଇନ୍ସ ଡେ’(୧୪ ଫେବୃଆରୀ)ରେ ମୁକ୍ତିଲାଭ କରିବ। ଏହାର କାହାଣୀ ମୁମ୍ବଇର ଗଳି ବା ସଡ଼କର ର‍୍ୟାପ୍ ଗାୟକଙ୍କ ଜୀବନ ଉପରେ ଆଧାରିତ।

Hot this week

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

Related Articles

Popular Categories