www.samajalive.in
Saturday, December 6, 2025
26.1 C
Bhubaneswar

ଅପ୍ସରା ରେଡ୍ଡି କଂଗ୍ରେସର ସାଧାରଣ ସମ୍ପାଦିକା ;  ରାହୁଲଙ୍କୁ କିନ୍ନର ମହାସଂଘ ପକ୍ଷରୁ କୃତଜ୍ଞତା

ନୂଆଦିଲ୍ଲୀ : ନିଖିଳ ଭାରତ କଂଗ୍ରେସ କମିଟି(ଏଆଇସିସି)ର ଅଧ୍ୟକ୍ଷ ରାହୁଲ ଗାନ୍ଧୀ, ଦକ୍ଷିଣ ଭାରତର ଚର୍ଚ୍ଚିତ କିନ୍ନର ତଥା ସାମାଜିକ କର୍ମୀ ଅପ୍ସରା ରେଡ୍ଡିଙ୍କୁ ମଙ୍ଗଳବାରମହିଳା କଂଗ୍ରେସର ସାଧାରଣ ସଂପାଦିକା ଦାୟିତ୍ବ ଦେଇଛନ୍ତି। ଓଡ଼ିଶା କିନ୍ନର ଓ ତୃତୀୟ ଲିଙ୍ଗୀ ମହାସଂଘ ଏହାକୁ ସ୍ବାଗତ କରିଛି । ରାହୁଲ ଗାନ୍ଧୀଙ୍କୁ କିନ୍ନର ମହାସଂଘ କୃତଜ୍ଞତା ଜଣାଇବା ସହିତ କିନ୍ନରମାନଙ୍କ ଆଶୀର୍ବାଦ ତାଙ୍କ ଉପରେ ରହିଛି ବୋଲି ସୁଇଟି କିନ୍ନର କହିଛନ୍ତି। ସେହିପରି ଅପ୍ସରା ରେଡ୍ଡି କଂଗ୍ରେସର ସଂପାଦିକା ଭାବେ ଯୋଗଦେବା ପରେ ସାରା ଦେଶରେ କିନ୍ନର ମାନଙ୍କ ମଧ୍ୟରେ ଉତ୍ସାହ ବୃଦ୍ଧି ପାଇଛି ଏବଂ ଓଡ଼ିଶାରେ ମଧ୍ୟ କିନ୍ନରମାନଙ୍କ ରାଜନୀତିରେ ଅଂଶଗ୍ରହଣ କରିବାର ପଥ ପରିଷ୍କାର ହୋଇଯାଇଛି ବୋଲି ମହାସଙ୍ଘର ସଭାପତି ପ୍ରତାପ କୁମାର ସାହୁ କହିଛନ୍ତି।

ରାଜ୍ୟରେଥିବା କିନ୍ନରମାନଙ୍କ ଗୁରୁମା ବା କିନ୍ନର ନେତ୍ରୀ ସୁଇଟି ସାହୁ, ମେନକା ପରିଡା, ସୋନମ କିନ୍ନର, କାଜଲ କିନ୍ନର, ମିଠି କିନ୍ନର, ସୋନାଲି କିନ୍ନର ପ୍ରମୁଖ ରାହୁଲ ଗାନ୍ଧୀଙ୍କୁ ଆଶୀର୍ବାଦ ପ୍ରଦାନ କରିଛନ୍ତି । ପ୍ରତ୍ୟେକ ରାଜନୈତିକଦଳ ଏଆଇସିସି ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କଠାରୁ ଶିକ୍ଷାଲାଭ କରି ୨୦୧୯ ସାଧାରଣ ନିର୍ବାଚନରେ କିନ୍ନରମାନଙ୍କ ପାଇଁ ୫ ପ୍ରତିଶତ ସ୍ଥାନ ସଂରକ୍ଷଣ ରଖି  ଟିକେଟ ଦେବାକୁ ପ୍ରତାପ ସାହୁ ଅନୁରୋଧ କରିଛନ୍ତି। ଲୋକସଭା ଏବଂ ବିଧାନସଭାକୁ ୫ ପ୍ରତିଶତ କିନ୍ନରଙ୍କୁ ପଠାଇବା ପାଇଁ ସେ ଦାବି କରିଛନ୍ତି ।

- Advertisement -

ସୂଚନାଯୋଗ୍ୟ ଅପ୍ସରା ରେଡ୍ଡି ମଙ୍ଗଳବାର କଂଗ୍ରେସରେ ଯୋଗ ଦେଇଥିଲେ ।  ପୂର୍ବରୁ ସେ ବିଜେପିରେ ଥିଲେ । ବିଜେପି ଛାଡିବାର ମାସେ ମଧ୍ୟରେ ସେ କଂଗ୍ରେସରେ ଯୋଗ ଦେଇଛନ୍ତି । ପୂର୍ବରୁ ସେ ଏଆଇଡିଏମ୍‌କେର ରାଷ୍ଟ୍ରୀୟ ମୁଖପାତ୍ର ଥିଲେ । ମାତ୍ର ଜୟଲଳିତାଙ୍କ ମୃତ୍ୟୁ ପରେ ଶଶୀକଳା କ୍ୟାମ୍ପରେ ଯୋଗ ଦେଇଥିଲେ । ଶଶୀକଳା ଜେଲ୍‌ ଯିବା ପରେ ସେ ବିଜେପିରେ ଯୋଗ ଦେଇଥିଲେ । କଂଗ୍ରେସରେ ଯୋଗ ଦେବା ପରେ ତାଙ୍କୁ ସାଧାରଣ ସଂପାଦିକା ଦାୟିତ୍ବ ପ୍ରଦାନ କରାଯାଇଛି।

ଅପ୍‌ସରା ଭାରତୀୟ ମହିଳା କଂଗ୍ରେସ କମିଟି ଅଧ୍ୟକ୍ଷ ସୁସ୍ମିତା ଦେବଙ୍କ ସହ ରାହୁଲ ଗାନ୍ଧୀଙ୍କ ଉପସ୍ଥିତିରେ ଗତକାଲି କଂଗ୍ରେସରେ ଯୋଗ ଦେଇଥିଲେ।  ଅପ୍ସରାଙ୍କ କହିବା ଅନୁସାରେ କିନ୍ନର ମାନଙ୍କ ସମ୍ବନ୍ଧୀୟ ବିଲକୁ ଆମେ ବିରୋଧ କରୁଛୁ । ଆମମାନଙ୍କୁ କୌଣସି ଦାନର ଆବଶ୍ୟକତା ନାହିଁ, ଆମକୁ ସମାଜରେ ଅସମାନତା ଦୂର କରିବା ପାଇଁ  ସହାୟତାର ଆବଶ୍ୟକତା ରହିଛି ।

Hot this week

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

Related Articles

Popular Categories