BJD Bijuli 480×75 Mob

ଗୁଜରାଟ ଝୁଲା ପୋଲ ଭୁଶୁଡ଼ିବା ଘଟଣାରେ ୯ ଗିରଫ, ରାଜକୋଟ ଆଇଜି ଅଶୋକ ଯାଦବଙ୍କ ସୂଚନା

BJD Bijuli 480×75 Mob

ମୋର୍ବି: ଗୁଜରାଟର ମୋର୍ବୀ ଜିଲା ଅନ୍ତର୍ଗତ ମାଚ୍ଛୁ ନଦୀ ଝୁଲା ପୋଲ ଭୁଶୁଡ଼ି ପଡ଼ିବା ଘଟଣାରେ ପୁଲିସ ୯ଜଣଙ୍କୁ ଗିରଫ କରିଥିବା ସୂଚନା ମିଳିଛି। ଏମାନେ ସମସ୍ତେ ବ୍ରିଜ୍‌ ମରାମତି ପାଇଁ ଠିକା ନେଇଥିବା କମ୍ପାନୀ ସହ ଜଡ଼ିତଥିବା ଜଣାପଡ଼ିଛି। ଗିରଫ କରାଯିବା ପୂର୍ବରୁ ସମସ୍ତଙ୍କୁ ଦୀର୍ଘ ଘଣ୍ଟା ଧରି ପୁଲିସ୍‌ ଜେରା କରିଥିଲା। ଏହାପରେ ୯ଜଣଙ୍କ ଗିରଫ ନେଇ ରାଜକୋଟ ଆଇଜି ଅଶୋକ ଯାଦବ ସୂଚନା ଦେଇଥିଲେ। ସେମାନଙ୍କ ମଧ୍ୟରୁ ରକ୍ଷଣାବେକ୍ଷଣ ଦାୟିତ୍ବ ନେଇଥିବା ‘ଓରେଭା’ର ୪ଜଣଙ୍କ ଅଧିକାରୀଙ୍କୁ ଗିରଫ କରାଯାଇଛି। ସେହିପରି ମରାମତି ପାଇଁ ଠିକା ନେଇଥିବା ସଂସ୍ଥାର ୨ଜଣ ଗିରଫ ହୋଇଥିବାବେଳେ ସୁରକ୍ଷା ଦାୟିତ୍ବରେ ଥିବା ୩ କର୍ମଚାରୀଙ୍କୁ ଗିରଫ କରାଯାଇଛି ବୋଲି ଆଇଜି ଅଶୋକ ଯାଦବ ପ୍ରକାଶ କରିଛନ୍ତି।

ଏହି ଝୁଲାପୋଲକୁ ମରାମତି ଓ ରକ୍ଷାଣବେକ୍ଷଣ ଦାୟିତ୍ୱ ୧୫ ବର୍ଷ ପାଇଁ ସରକାର ଅଜନ୍ତା ଓରେଭା କମ୍ପାନୀକୁ ଦେଇଥିଲେ। ଏ ସଂକ୍ରାନ୍ତରେ ମୋର୍ବି ପୌରପାଳିକା ପକ୍ଷରୁ ୨୦୨୨ ମାର୍ଚ୍ଚ ମାସରେ କମ୍ପାନୀ ସହ ଗୋଟିଏ ଚୁକ୍ତି କରିଥିଲା। ୨୦୩୭ରେ ଏହି ଚୁକ୍ତିର ଅବଧି ଶେଷ ହେବାର ଥିଲା। କିନ୍ତୁ ଏହା ପୂର୍ବରୁ ହିଁ ଏତେ ବଡ଼ ଅଘଟଣ ଘଟିଛି। ତେଣୁ ଘଟଣାର ତଦନ୍ତ କରୁଥିବା ଗୁଜରାଟ ପୁଲିସ୍‌ ଏସଆଇଟି କମ୍ପାନୀର ୯ ଜଣଙ୍କୁ ଗିରଫ କରିଛି।

ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୋର୍ବି ଜିଲା ଗସ୍ତରେ ଯାଇ ସ୍ଥିତି ଅନୁଧ୍ୟାନ କରିବେ ବୋଲି ଜଣାପଡ଼ିଛି।

Comments are closed.