ସ୍ତ୍ରୀ ସହ ରାତିରେ ଶୋଇଥିବାବେଳେ ସ୍ବାମୀକୁ ହତ୍ୟା, ପୁଲିସର ତଦନ୍ତ ଜାରି
ଗୁଡଭେଲା/ତୁଷୁରା: ବଲାଙ୍ଗୀର ଜିଲା ତୁଷୁରା ଥାନା ଅନ୍ତର୍ଗତ ମହିପୁର ଗାଁର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜଣେ ସ୍ତ୍ରୀ ନିଜ ସ୍ବାମୀଙ୍କୁ ହତ୍ୟା କରି ଫେରାର ହୋଇଥିବା ଅଭିଯୋଗ ହୋଇଛି। ହତ୍ୟାର ଶିକାର ହୋଇଥିବା ଯୁବକଙ୍କ ନାମ ଦିବ୍ୟସିଂହ ଭୋଇ ଏବଂ ତାଙ୍କ ସ୍ତ୍ରୀଙ୍କ ନାମ ଯଶୋଦା ବୋଲି ଜଣାପଡ଼ିଛି। ତେବେ ଏହା ଏକ ଯୋଜନା ବଦ୍ଧ ହତ୍ୟାକାଣ୍ଡ ଓ ତାଙ୍କ ସ୍ତ୍ରୀକୁ ଫସାଇବା ପାଇଁ ଜଣେ ଜମୀମାଫିଆ ଏଭଳି ଚକ୍ରାନ୍ତ କରିଛନ୍ତି ବୋଲି ଗାଁ ଲୋକେ ସୂଚନା ଦେଇଛନ୍ତି। ତେଣୁ କିଏ ଦିବ୍ୟସିଂହ ଭୋଇ (୩୫)ଙ୍କୁ ହତ୍ୟା କରିବା ପରେ ତାଙ୍କ ସ୍ତ୍ରୀକୁ ଅପହରଣ କରିଛି ତାକୁ ନେଇ ତଦନ୍ତ ଜାରି ରହିଛି। ସ୍ବାମୀଙ୍କୁ ହତ୍ୟା କରିବା ପଛରେ ସ୍ତ୍ରୀ ଯଶୋଦା ଭୋଇ ଥିବା ସନ୍ଦେହରେ ପୁଲିସ ତଲାସି ଅଭିଯାନ ଜାରି ରଖିଛି।
ସୂଚନା ଅନୁଯାୟୀ, ଦିବ୍ୟସିଂହ ଗତକାଲି ରାତିରେ ପରିବାର ସହ ଖାଇ ସାରିବା ପରେ ତାଙ୍କ ସ୍ତ୍ରୀ ଯଶୋଦାଙ୍କ ସହ ଶୋଇଥିଲେ। କିନ୍ତୁ ବିଳମ୍ବିତ ରାତି ପ୍ରାୟ ୨ଟା ସମୟରେ ହଠାତ ଏକ ଶବ୍ଦ ହେବାରୁ ଦିବ୍ୟସିଂହଙ୍କ ଭାଇ ଦୀପକ ଭୋଇ ହଠାତ ଉଠିପଡି କଣ ହେଲା ବୋଲି ଦେଖିବାକୁ ଯାଇଥିଲେ। ସେଠାରେ ଭାଇ ଦିବ୍ୟସିଂହର ରକ୍ତଜୁଡୁବୁଡୁ ଦେହ ପଡିଥିବା ବେଳେ ଭାଉଜ ନଥିବାର ଦେଖିଥିଲେ। ଗୁରୁତର ଦିବ୍ୟସିଂହଙ୍କୁ ଆମ୍ବୁଲାନ୍ସ ସହାୟତାରେ ବଲାଙ୍ଗିର ଭିମଭୋଇ ମେଡ଼ିକାଲ କଲେଜ ଡାକ୍ତରଖାନା ନିଆଯାଇଥିବାବେଳେ ସେଠାରେ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ। ତୁଷୁରା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ ସହ ଏକ ମାମଲା ରୁଜୁ କରିଛି ଏବଂ ଫେରାର୍ ଥିବା ଯଶୋଦାଙ୍କୁ ଖୋଜା ଚାଲିିିଛି ବୋଲି ଥାନା ଅଧିକାରୀ ସଞ୍ଜିବ ପଧାନ ସୂଚନା ଦେଇଛନ୍ତି। ସାଇନଷ୍ଟିପକ୍ ଟିମ୍ ଘଟଣା ସ୍ଥଳ ପହଞ୍ଚି ସେଠାରୁ ଦିବ୍ୟସିଂହକୁ ହତ୍ୟାପାଇଁ ବ୍ୟବହାର କରାଯାଇଥିବା କୁରାଡିକୁ ଜବତ କରିଥିବା ଜଣାପଡିଛି।
Comments are closed.