www.samajalive.in
Saturday, December 6, 2025
26.1 C
Bhubaneswar

ଶିକ୍ଷକଙ୍କୁ ହତ୍ୟା ମାମଲା; ପ୍ରେମିକାର ଭିଣୋଇ ଗିରଫ

ଗୁଡଭେଲା : ତୁଷୁରା ଥାନା ଅନ୍ତର୍ଗତ କର୍ଲାଖମନ ଗାଁର ରାହୁଳ ନଦୀ କୂଳ ବରିଘାଟରେ ଶିକ୍ଷକଙ୍କୁ ହତ୍ୟାକରି ପୋଡ଼ିଦେବା ଘଟଣାରେ ପ୍ରେମିକାର ଭିଣୋଇ ଭଗବାନ ବାଗକୁ ତୁଷୁରା ପୁଲିସ ଗିରଫ କରି ଅଦାଲତ ଚାଲାଣ କରିଛି।

ସୂଚନାଯୋଗ୍ୟ ଯେ, ବୌଦ୍ଧ ଜିଲ୍ଲାର କଣ୍ଟାମାଳ ଥାନା ଅନ୍ତର୍ଗତ ଉଡେର୍ ଗାଁର ସହକାରୀ ଶିକ୍ଷକ ବାସୁଦେବ ଭୋଇ ସନ୍ଧିସରା ନିଜ ସମ୍ପର୍କିୟଙ୍କ ଘରକୁ ଆସିବା ଆଳରେ କର୍ଲାଖମନ ଗାଁର ପ୍ରେମିକା ପ୍ରମଦା ବର୍ଗତ୍ତିକୁ ଫେବୃଆରୀ ୧୨ ତାରିଖରେ ଭେଟିବାକୁ ଆସିଥିଲେ। ହେଲେ ଘରକୁ ନ ଫେରିବାରୁ ୧୩ ତାରିଖରେ ବାସୁଦେବଙ୍କ ମାଆ କଣ୍ଟାମାଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ବିଭିନ୍ନ ସ୍ଥାନରେ ଖୋଜା ଖୋଜି କରିଥିଲେ ମଧ୍ୟ ତାଙ୍କର ପତ୍ତା ମିଳିନଥିଲା। ଫେବୃଆରୀ ୨୩ ତାରିଖ ଦିନ ସନ୍ଧ୍ୟାରେ କର୍ଲାଖମନ ସ୍ଥିତ ରାହୁଲନଦୀ କୂଳ ବରିଘାଟରେ ଶିକ୍ଷକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ମିଳିଥିଲା। ୨୪ ତାରିଖରେ ତୁଷୁରା ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ସହ ମୃତଦେହକୁ ଜବତ କରି ପ୍ରାଥମିକ ତଦନ୍ତ ଆରମ୍ଭ କରିଥିଲା । ଏହା ଏକ ଯୋଜନାବଦ୍ଧ ପ୍ରେମଜନିତ ହତ୍ୟାକାଣ୍ଡ ବୋଲି ଜଣାପଡିଥିଲା। ପ୍ରେମିକା ଓ ତାଙ୍କ ମାଆ, ବାପାଙ୍କୁ ପୁଲିସ ଅଟକ ରଖି ପଚରାଉଚରା କରିବା ପରେ ଶିକ୍ଷକ ବାସୁଦେବଙ୍କୁ ନିଜ ଭିଣୋଇ ସହ ମିଶି ହତ୍ୟା କରିଥିବା ପ୍ରେମିକା ସ୍ବୀକାର କରିଥିଲା । ୨୫ ତାରିଖ ପ୍ରେମିକାକୁ କୋର୍ଟ ଚାଲାଣ କରିବା ପରେ ଫେରାର ଥିବା ଭିଣୋଇକୁ ପୁଲିସ ଖୋଜାଖୋଜି କରିଥିଲେ ମଧ୍ୟ ୨୬ ଦିନ ପର୍ଯ୍ୟନ୍ତ ଭିଣୋଇକୁ ପାଇବାରେ ସକ୍ଷମ ହୋଇ ନଥିଲା । ଦେଓଗାଁ ଥାନା ଅନ୍ତର୍ଗତ ସିଂଖମନ ଜଙ୍ଗଲରେ ଭଗବାନ ଲୁଚିଥିବା ଅବସ୍ଥାରେ ତୁଷୁରା ପୁଲିସ କୌଣସି ସୂତ୍ରରୁ ଖବର ପାଇବା ପରେ ଭଗବାନକୁ ଗିରଫ କରିଥିଲା ଓ ଶନିବାର କୋର୍ଟ ଚାଲାଣ କରିଥିବା ତୁଷୁରା ପୁଲିସ ପକ୍ଷରୁ ସୂଚନା ମିଳିଛି ।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories