www.samajalive.in
Saturday, December 6, 2025
26.1 C
Bhubaneswar

ଯୁବକଙ୍କ ମରଣାନ୍ତକ ଆକ୍ରମଣରେ ୩ ମୃତ

ଗାଜିଆବାଦ : ଉତ୍ତରପ୍ରଦେଶର ବୁଲନ୍ଦଶହର ଜିଲାରେ ଏକ ଲୋମଟାଙ୍କୁରା ଘଟଣା ସାମ୍ନାକୁ ଆସିଛି। ଖାନପୁର ଥାନା ଅଞ୍ଚଳରେ ଜଣେ ଯୁବକ ଗାଁର ପ୍ରାୟ ୧୦ ଜଣଙ୍କୁ ମାରାଣାସ୍ତ୍ରରେ ଆକ୍ରମଣ କରିଛି। ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ମୃତ୍ୟୁ ହୋଇଯାଇଛି। ଏହାସହ ଅନେକ ଲୋକଙ୍କ ଅବସ୍ଥା ଏବେ ମଧ୍ୟ ଗୁରୁତର ରହିଛି। ସେମାନଙ୍କୁ ମଧ୍ୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ସୂଚନା ଯୋଗ୍ୟ, ଖାନପୁର ଥାନା ଅଞ୍ଚଳରେ ପରବାନା ଗାଁରେ ସୋମବାର ସକାଳେ ଜଣେ ଯୁବକ ୮ ରୁ୧୦ ଜଣଙ୍କୁ ମାରଣାସ୍ତ୍ରରେ ଗୋଡାଇ ଗୋଡାଇ ଆକ୍ରମଣ କରିଥିଲା। ଘଟଣାପରେ ଉକ୍ତ ଯୁବକ ଫେରାର ହୋଇଯାଇଛି। କିଛି ଲୋକ ଯୁବକର କୌଣସି ମନ୍ଦ ଉଦ୍ଦେଶ୍ୟ ରହିଛି ବୋଲି କହୁଥିବା ବେଳେ କିଛି ଲୋକେ ତାର ମାନସିକ ସନ୍ତୁଳନ ଠିକ ନଥିବା କହିଛନ୍ତି। ତେବେ ଏଯାଏଁ ଘଟଣାର କାରଣ ଅସ୍ପଷ୍ଟ ରହିଥିବା ବେଳେ ପୁଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories