ଜି ଉଦୟଗିରି: ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୬୦ ବର୍ଷୀୟ ମହିଳାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ମୃତ ମହିଳା ହେଲେ ଜି ଉଦୟଗିରି ଥାନା ଅନ୍ତର୍ଗତ ସ୍ଥାନୀୟ ବ୍ଳକ ରଟିଙ୍ଗିଆ ଅନ୍ତର୍ଗତ ଡକେଡି ତଳସାହିର ନିର୍ମଳା ନାୟକ (୬୦) ।
ବିବରଣୀରୁ ପ୍ରକାଶ ଯେ , ଆଜି ସକାଳ ପ୍ରାୟ ୮ଟା ସମୟରେ ଗ୍ରାମ ନିକଟସ୍ଥ ନାଳ ପାଖରେ ଥିବା ଏକ ଗଛରେ ଚଢି ଡାଳ ହାଣୁଥିବା ବେଳେ ଗଛ ଉପର ଦେଇ ଯାଇଥିବା ତିନି ଥାକିଆ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମୃତ୍ୟୁବରଣ କରି ଗଛରେ ଝୁଲି ରହିଥିଲେ। ଏ ଖବର ଗ୍ରାମବାସୀ ଜାଣିପାରି ଜି.ଉଦୟଗିରି ଥାନା ଓ ଦମକଳ କେନ୍ଦ୍ରକୁ ସୂଚନା ଦେଇଥିଲେ। ଖବରପାଇ ପୁଲିସ ଏସଆଇ ଅନନ୍ତ ପ୍ରଧାନ ଓ ଦମକଳ ଟିମ ସହ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ଜି.ଉଦୟଗିରି ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ଶବ ବ୍ୟବଛେଦ ପରେ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯିବ ବୋଲି ଜଣାପଡିଛି। ସବୁଦିନ ଭଳି ମୃତା ନିର୍ମଳା ଛେଳି ଖାଦ୍ୟ ପାଇଁ ଡାଳ ଆଣିବାକୁ ନିକଟସ୍ଥ ଗଛରେ ଚଢି ଡାଳ ହାଣୁଥିବାବେଳେ ବୋଧେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମୃତ୍ୟୁବରଣ କରି ଥାଇପାରନ୍ତି ବୋଲି ଗ୍ରାମବାସୀ ସୂଚନା ଦେଇଛନ୍ତି।
ଛେଳି ଖାଦ୍ୟ ପାଇଁ ଡ଼ାଳ କାଟୁଥିବା ସମୟରେ ୬୦ ବର୍ଷୀୟ ମହିଳା ମୃତ
Popular Categories



