www.samajalive.in
Saturday, December 6, 2025
14.1 C
Bhubaneswar

ହାତୀ ଦାନ୍ତ ଚାଲାଣ ବେଳେ ଏସଟିଏଫ ଟିମର ଚଢ଼ାଉ ମାମଲା ; ୨ ଗିରଫ ୯ କେଜି ର ଦାନ୍ତ ଜବତ

ଗୁଡଭେଲା: ବଲାଙ୍ଗୀର ଜିଲ୍ଲା ଦେଓଗାଁ ବନ ଖଣ୍ଡର ଗୁଡ଼ଭେଳା ଫରେଷ୍ଟ ସେକ୍ସନରେ ଏସଟିଏଫ ଟିମ ଚଢ଼ାଉ କରି  ହାତୀ ଦାନ୍ତ ଜବତ କରିବା ଘଟଣାରେ ଦୁଇ ଜଣଙ୍କୁ ଗିରଫ କରିଥିବା ଜଣାପଡ଼ିଛି। ଘୁନା ପଞ୍ଚାୟତ ର ନିମୁରସିଂହା ଗାଁର ବିପୁଲ ବାଗ ଙ୍କୁ ହାତୀ ଦାନ୍ତ ସହ ଜବତ କରିଥିବା ବେଳେ ବୁଧୁବାର ଦିନ ଏହି ଘଟଣାରେ ଜଡିତ ଥିବା ମଧୁ ଭୋଇଙ୍କୁ ବନ ବିଭାଗ ଗିରଫ କରିଛି ।  ଗିରଫ ହୋଇଥିବା ବିପୁଳ ବାଗ ଠାରୁ ବନ ବିଭାଗ ୮ କେ.ଜି ୯ ଶହ ଗ୍ରାମ ଥିବା ହାତୀ ଦାନ୍ତ ଜବତ କରିଥିବା  ବେଳେ , ଦାନ୍ତର ଲମ୍ୱ ୩୬.୫ ଇଂଚ ଏବଂ ଗୋଳେଇ ଏକ ଫୁଟ ଅଛି ବୋଲି ଡିଏଫଓ ନିତିନ କୁମାର ସୂଚନା ଦେଇଛନ୍ତି। ଅନ୍ୟ ପକ୍ଷରେ  ଏସ.ଟି.ଏଫ ଏବଂ ବଲାଙ୍ଗିର ଜଂଗଲ ବିଭାଗର ଟିମ, ହାତୀଦାନ୍ତ ଚାଲାଣରେ ସାମିଲ ଥିବା ଅନ୍ୟ ମାନଙ୍କୁ ଗିରଫ କରିବା ପାଇଁ ବିଭିନ୍ନ ଜାଗାରେ ଚଢଉ ଜାରୀ ରଖିଛନ୍ତି ।
ସୂଚନାଯୋଗ୍ୟ , ମଙ୍ଗଳବାର ସନ୍ଧ୍ୟାରେ  ହାତୀ ଦାନ୍ତ ଚୋରା ଚାଲାଣ ହେଉଥିବାର ଖବର ପାଇ  ଏସଟିଏଫ ଟିମ ଗୁଡ଼ଭେଳା -ଘୁନା ରାସ୍ତାରେ ଚଢ଼ାଉ କରିଥିଲେ। ବାଇକ ଯୋଗେ ଆସୁଥିବା ଦୁଇ ଜଣଙ୍କ ମଧ୍ୟରୁ ହାତୀ ଦାନ୍ତ ସହ ଜଣେ ବ୍ୟକ୍ତିଙ୍କୁ ଗିରଫ କରି ବଲାଙ୍ଗୀର ନେଇଥିଲା ଏସଟିଏଫ ଟିମ।ଗିରଫ ହୋଇଥିବା ବ୍ୟକ୍ତି ଙ୍କୁ ଜେରା କରିବା ପରେ ଏହି ହାତ ଦାନ୍ତ ଶିକାରରେ ସାମିଲ ଥିବା ନିମୁରସିଂହା ଗାଁରେ ଏସ ଟି ଏଫ ଟିମ  ବୁଧୁବାର ଦିନ ତନାଘନା କରି ଫେରିଛି।
ଦେଓଗାଁ ବନାଞ୍ଚଳ ଅଧିନ ଗୁଡ଼ଭେଳା ଫରେଷ୍ଟ ସେକ୍ସନ ର ଘୁନା ପଞ୍ଚାୟତର ନିମୁରସିଂହା ଗାଁ ରେ ବନ ବିଭାଗ ଚଢ଼ାଉ କରି ଏହି ଗାଁ ର ଦୁଇଜଣ ବ୍ୟକ୍ତିଙ୍କୁ  ଗିରଫ କରିବା ପରେ ଅଞ୍ଚଳରେ ହାତୀ ଶିକାରୀ କେମିତି ଭାବେ କାୟା ବିସ୍ତାର କରିଛନ୍ତି ତାହା ବଖାଣି ଛନ୍ତି ଗାଁ ର ଜଣେ ବ୍ୟକ୍ତି। ହାତୀ ଦାନ୍ତ ଥିବା ବିଷୟରେ ସ୍ଥାନୀୟ ଫରେଷ୍ଟରଙ୍କୁ , ଏସଟିଏଫ କୁ ସୂଚନା ଦିଆଯାଇଥିଲା ବୋଲି କହିଛନ୍ତି।
ଦାନ୍ତ ସହ ଶିକାରୀ ଧରାପଡିବା ପରେ ଗୁଡ଼ଭେଳା ଅଞ୍ଚଳରେ କେମିତି ବନ୍ୟ ଜନ୍ତୁ ଶିକାର ହେଉଛି ତାର ଭିତିରି କଥା ପଦା କୁ ଆସିବାରେ ଲାଗିଛି। ପ୍ରାୟ ଦୁଇ ବର୍ଷ ତଳେ ହାତୀ ଶିକାରୀଙ୍କ ଇଲେକ୍ଟ୍ରି ଜାଲ ରେ ପଡି ଦୁଇଟି ହାତୀ ମୃତ୍ୟୁ ବରଣ କରିଥିଲେ।  ଶିକେରପାଟ ଜଙ୍ଗଲର ତାକସୁଗୁଡା-ବଗବାହାଲ ଅଞ୍ଚଳରେ ହାତୀକୁ ନିଆଁରେ ପୋଡି ଘଟଣାକୁ ଚପା ଯାଇଥିଲା ବୋଲି  ଅଞ୍ଚଳରେ ଚର୍ଚ୍ଚା ହେଉଛି। ଏଣୁ ଏ ଦିଗରେ ଏସଟିଏଫ ଟିମ ଖୋଲ ତାଡ଼ କଲେ ଅଧିକ ରହସ୍ୟ ଜଣାପଡିବ ବୋଲି ମତ ପ୍ରକାଶ ପାଉଛି।
ଦେଓଗାଁ ବନାଞ୍ଚଳ ଅଞ୍ଚଳରେ ବନ୍ୟ ଜନ୍ତୁ ଶିକାରୀ ସକ୍ରିୟ ଥିବା ଅଭିଯୋଗ ହେଉଛି। ଅନ୍ତଃ ରାଜ୍ୟ ଶିକାରୀ ମାନେ ସ୍ଥାନୀୟ ଲୋକ ଙ୍କୁ ଆର୍ଥିକ ଲୋଭ ଦେଖାଇ ନିକଟ ବର୍ତ୍ତି କଲା ପରେ ଶିକାର ପାଇଁ ଯୋଜନା କରୁଛନ୍ତି। ଯାହା ଫଳରେ ଦେଓଗାଁ ରେଞ୍ଜ ଅଞ୍ଚଳରେ ୩ ଟି ହାତୀ ମୃତ୍ୟୁ ଫାସରେ ପଡି ପ୍ରାଣ ହରାଇଛନ୍ତି। ବିଭିନ୍ନ ସମୟରେ ବାଘ ଛାଲ,ହାତୀ ଦାନ୍ତ,ବରାହ ,ମୟୁରକୁ ଶିକାର କରି ଚାଲାଣ କାରୁଥିବାର ନଜର ରହିଛି ବଲାଙ୍ଗୀର ଜିଲ୍ଲାରେ। ଦେଓଗାଁ ରେଞ୍ଜ କୁ ହାତୀ ଆସିବା ଖବର ଜଣାପଡିବା ପରେ ବନ୍ୟ ଜନ୍ତୁ ଶିକାରୀ ସକ୍ରିୟ ବୋଲି ଖବର ପ୍ରକାଶ ପାଇଥିଲା। ହେଲେ ଜଙ୍ଗଲ ବିଭାଗ ଚୁପ ରହିଥିଲା ବୋଲି ଅଭିଯୋଗ ହୋଇଛି।
ରାଜ୍ୟରେ ବନ୍ୟ ଜନ୍ତୁ ଶିକାର ସହ ଚୋରା ଚାଲାଣ କାରବାର ବଢୁଥିବା ରୁ ଏହା ଉପରେ ନଜର ଦେଇଛି ଏସଟିଏଫ । ଫଳରେ ୨୦୨୦ରୁ ବର୍ତ୍ତମାନ ସୁଦ୍ଧା ୧୨ଟି ହାତୀ ଦାନ୍ତ , ୨୧ଟି ବାଗ ଛାଲ, ୨ଟି ହରିଣ ଛାଲ, ୮ଟି ଜୀବନ୍ତ ବଜ୍ରକାପ୍ତା, ୧୫ କେ.ଜି ଓଜନର ବଜ୍ରକାପ୍ତି କାତି ଜବତ କରିବା ସହ ୪୮ ଜଣଙ୍କୁ ଗିରଫ କରିଛି ଏସଟିଏଫ ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories