www.samajalive.in
Friday, November 14, 2025
25.1 C
Bhubaneswar

ବନ୍ଦ ଥିବା ସ୍କୁଲ ଖୋଲିବା ପାଇଁ ଅଭିଭାବକଙ୍କ ଦାବି 

ଗୁଡ଼ଭେଲା : ଗୁଡ଼ଭେଲା ବ୍ଳକ ବିରାମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ କଲୋନୀପଡା ପ୍ରାଥମିକ ବିଦ୍ୟାଳୟ ପୁଣିଥରେ ଖୋଲିବାକୁ ଅଭିଭାବକଙ୍କ  ଦାବି ହୋଇଛି । ସୂଚନାଯୋଗ୍ୟ ଯେ , ସରକାରଙ୍କ ନିୟମ ଅନୁସାରେ ୨୦୨୦ ମସିହାରେ ୧୫ରୁ କମ୍ ଛାତ୍ରଛାତ୍ରୀ ଥିବା ବିଦ୍ୟାଳୟ ବନ୍ଦ କରାଯିବା ସହ ପାଖ ବିଦ୍ୟାଳୟରେ ମିଶ୍ରଣ କରାଯାଇଥିଲା । କଲୋନୀପଡା ପ୍ରାଥମିକ ବିଦ୍ୟାଳୟ ବନ୍ଦ କରି ଦେମୁହାଣ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମିଶ୍ରଣ କରିଯାଇଥିଲା । ଫଳରେ ଦେମୁହାଣ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କିଛି ଛାତ୍ରଛାତ୍ରୀ ଏବଂ ବିରାମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କିଛି ଛାତ୍ରଛାତ୍ରୀ ନାମ ଲେଖାଇଥିଲେ । ହେଲେ କଲୋନୀପଡା ଠାରୁ ପ୍ରାୟ ଦୁଇ କିଲୋମିଟର ଦୂର ହେଉଥିବାରୁ ଛାତ୍ରଛାତ୍ରୀ ଘରେ ରହୁଥିବା ଗାଁ ଲୋକେ ଅଭିଯୋଗ କରୁଛନ୍ତି । ଅନ୍ୟପକ୍ଷରେ ଅଭିଭାବକ ପକ୍ଷରୁ ବିଦ୍ୟାଳୟକୁ ଛାତ୍ରଛାତ୍ରୀଙ୍କୁ ନେବା ଆଣିବା ପାଇଁ ଚାନ୍ଦା କରି ଟେମ୍ପୋ ଲଗାଯାଇଥିଲା । ହେଲେ ଗାଁର ଅଧିକାଂଶ ଅଭିଭାବକ କୁଲି ମଜୁରିଆ ହେ।ଇଥିବାରୁ ତାହା ସମ୍ଭବ ହୋଇ ପାରିନଥିଲା ।
ବର୍ତ୍ତମାନ ଗାଁରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୨୭ ଜଣ ଛାତ୍ରଛାତ୍ରୀ ପଢୁଛନ୍ତି । ଅଙ୍ଗନବାଡ଼ି କେନ୍ଦ୍ରରେ ୧୦ ଜଣ ଶିଶୁ ରହିଛନ୍ତି । ସେହିପରି ଜାମୁଟ ପଞ୍ଚାୟତ ଅନ୍ତର୍ଗତ ରହେନମାଲ ପ୍ରାଥମିକ ବିଦ୍ୟାଳୟ ମଧ୍ୟ ୧୫ରୁ କମ୍ ଛାତ୍ରଛାତ୍ରୀ ଥିବାରୁ ବିଦ୍ୟାଳୟକୁ ବନ୍ଦ କରି ଟିକ୍ରିପଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମିଶ୍ରଣ କରାଯାଇଛି । ବର୍ତ୍ତମାନ ରହେନମାଳ ଗାଁରେ ମଧ୍ୟ ପ୍ରଥମରୁ ପଞ୍ଚମ ଶ୍ରେଣୀରେ ୨୫ରୁ ଅଧିକ ଛାତ୍ରଛାତ୍ରୀ ରହିଛନ୍ତି । ଏହି ପରିପ୍ରେକ୍ଷୀରେ ବନ୍ଦ ଥିବା ବିଦ୍ୟାଳୟ ଦ୍ଵୟକୁ ପୁଣି ଥରେ ଖୋଲିବା ପାଇଁ ଗାଁ ଲୋକେ ଦାବି କରିଛନ୍ତି ।

Hot this week

ବିହାର ଜନାଦେଶ: ୧୭୫ ସିଟରେ ଆଗୁଆ ରହିଛି ଏନଡିଏ, ମହାମେଣ୍ଟ ୬୪

ସମାଜ ଡିଜିଟାଲ ଡେସ୍କ: ବିହାର ବିଧାନସଭା ନିର୍ବାଚନ ପାଇଁ ଭୋଟ ଗଣତି...

ଦିଲ୍ଲୀ ବିସ୍ଫୋରଣ: ମାଷ୍ଟରମାଇଣ୍ଡର ଘର ଉଡାଇଲେ ସୁରକ୍ଷା କର୍ମୀ

ସମାଜ ଡିଜିଟାଲ ଡେସ୍କ: ଦିଲ୍ଲୀର ଲାଲକିଲ୍ଲାଠାରେ କାର ବିସ୍ଫୋରଣ ଘଟାଇ ଥିବା...

ନୂଆପଡା ମତଗଣନା: ଆଗରେ ବିଜେପି, ୧୨୮୧୫ ଭୋଟରେ ଆଗୁଆ ଜୟ ଢୋଲକିଆ

ଡେସ୍କ: ନୂଆପଡା ବିଧାନସଭା ଉପନିର୍ବାଚନରେ ପ୍ରାରମ୍ଭିକ ପର୍ଯ୍ୟାୟରେ ବିଜେପି ପ୍ରାର୍ଥୀ ଜୟ...

ନୂଆପଡା ଜନାଦେଶ : ଚତୁର୍ଥ ରାଉଣ୍ଡ ସୁଦ୍ଧା ଢୋଲକିଆଙ୍କୁ ୧୮୯୦୩ ଭୋଟ୍

ନୂଆପଡା: ନୂଆପଡାରେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ଆଗୁଆ ରହିଛନ୍ତି। ଚତୁର୍ଥ...

ବିହାର ଜନାଦେଶ: ୧୬୧ ସିଟରେ ଆଗୁଆ ରହିଛି ଏନଡିଏ

ସମାଜ ଡିଜିଟାଲ ଡେସ୍କ: ବିହାର ବିଧାନସଭା ନିର୍ବାଚନ ପାଇଁ ଗଣତି ଆରମ୍ଭ...

Related Articles

Popular Categories