www.samajalive.in
Saturday, December 6, 2025
26.1 C
Bhubaneswar

ଗୁଡଭେଲାରେ ବାଇଗଣ ଚାଷୀଙ୍କୁ ମିଳୁନାହିଁ ଉପଯୁକ୍ତ ଦର

ଗୁଡ଼ଭେଲା :  ଗୁଡ଼ଭେଲା ବ୍ଳକରେ ବାଇଗଣ ଚାଷୀଙ୍କୁ ଉପଯୁକ୍ତ ଦର ମିଳୁ ନ ଥିବା ଅଭିଯୋଗ ହୋଇଛି । କିଲୋ ପିଛା ୩ରୁ ୫ ଟଙ୍କା ଦରରେ ବାଇଗଣ ଏବେ ବଜାରରେ ବିକ୍ରି ହେଉଥିବାରୁ ଚାଷୀଙ୍କୁ କ୍ଷତି ସହିବାକୁ ପଡୁଛି । ଏଥିରେ ଚାଷୀଙ୍କ ପରିଶ୍ରମର ପାଉଣା ଦୂରେ ଥାଉ ସାର , ବିହନ ଓ ଔଷଧ ଖର୍ଚ୍ଚ ବାହାରୁ ନାହିଁ । ବିକ୍ରି ପାଇଁ ଅନ୍ୟ କୌଣସି ବ୍ୟବସ୍ଥା ନ ଥିବାରୁ ଚାଷୀ ଗାଁକୁ ଗାଁ ବୁଲି ବାଇଗଣ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି । ସ୍ଥାନୀୟ ଲୋକଙ୍କ ଚାହିଦା ମେଣ୍ଟାଇବା ପରେ ବାକି ବାଇଗଣକୁ କମ୍ ଦରରେ ମଧ୍ୟସ୍ଥିକୁ ବିକ୍ରି କରି କ୍ଷତି ସହିବାକୁ ପଡୁଛି । ଜାମୁଟ, ବିରାମୁଣ୍ଡା, ଘୁନା ତେନ୍ତୁଳିଖୁଣ୍ଟି ପଞ୍ଚାୟତରେ ଚାଷୀଙ୍କ ଏଭଳି ପରିସ୍ଥିତିରେ ପଡିଛନ୍ତି । ପ୍ରଶାସନିକ ସ୍ତରରେ ବଜାର ବ୍ୟବସ୍ଥା କିମ୍ବା ଶିତଳ ଭଣ୍ଡାର କରିବା ପାଇଁ ଦାବି ହେଉଛି ।

Hot this week

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

Related Articles

Popular Categories