ଗୁଡଭେଲା ବିଦ୍ୟୁତ ଗ୍ରୀଡକୁ ନେଇ ଗାଁ ଗାଁରେ ବଢୁଛି ଅସନ୍ତୋଷ

ଗୁଡଭେଲା: ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀ ରେ ରହିଛି ଗୁଡଭେଲା ବ୍ଳକ। ଏହି ବ୍ଳକ ରୁ ବିପୁଳ ପରିମାଣ ରେ ଭୋଟ ପାଇଁ ମନ୍ତ୍ରୀ ହୋଇଛନ୍ତି ଟିଟିଲାଗଡ଼ ବିଧାୟିକା ଟୁକୁନି ସାହୁ ହେଲେ ରାହୁଳ ନଦୀ କୂଲରେ ବସାଯାଇଥିବା ୩୩/୧୧ ଗ୍ରୀଡ କାର୍ୟ୍ୟକ୍ଷମ ନ ହେବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି । ବ୍ଳକର ୮ଟି ପଞ୍ଚାୟତରେ ୫୮ଟି ଗାଁର ଲୋକେ ବହୁତ ଦିନ ଦାବି କଲାପରେ ୨୦୧୪ରେ ପ୍ରାୟ ୬ କୋଟି ଟଙ୍କା ଗ୍ରୀଡ ରାହୁଳ ନଦୀ କୂଳରେ ସ୍ଥାପନ ହେବା ବୋଲି ଜାଣିଲା ପରେ ଅଞ୍ଚଳରେ ଅଞ୍ଚଳବାସୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଥିଲା । ହେଲେ ଆଜକୁ ୭ ବର୍ଷ ପୁରିବାକୁ ବସିଲାଣୀ କାର୍ୟ୍ୟକ୍ଷମ ହୋଇ ପାରି ନ ଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି ।
ସୂଚନାଯୋଗ୍ୟ , ୪୦ ବର୍ଷରୁ ଉର୍ଦ୍ଧ ହେବ ଖୁଣ୍ଟରେ ତାର ଟଣା ଯାଇ ବିଦ୍ୟୁତ ଯୋଗାଇ ଦିଆଯାଉଛି ।ଯାହା ଫଳରେ ଲୋଭୋଲଟେଚ୍ ସମସ୍ୟା ସୃଷ୍ଟି ହେଉଛି । ଖରା ଦିନ ଆସିଲା ମାତ୍ରେ ଖରାରେ ପଙ୍ଖ। ଘୁରିପାରି ନ ଥିବାରୁ ଗରମରେ ଡହକ ବିକଳ ହୋଇଥାନ୍ତି ସାଧାରଣ ଜନତା । ଉଠାଜଳସେଚନ ମଧ୍ୟ ଠିକ ଭାବରେ ଚାଲୁନଥିବାରୁ ହଜାର ହଜାର ହେକ୍ଟର ଚାଷ ଜମି ପ୍ରଭାବିତ ହୋଇଥାଏ । ସାମାନ୍ୟ ପବନ ହେଲେ ମଧ୍ୟ ବିଦ୍ୟୁତ ସରବରାହ ବନ୍ଦ ରହୁଥିବାରୁ ଦିନ ଦିନ ଅନ୍ଧାରରେ ରହିବାକୁ ପଡିଛି । ବିଭିନ୍ନ କାରଣ ଦର୍ଶାଇ ୪ ବର୍ଷ ଧରି କାମ ବନ୍ଦ ହୋଇଥିଲା । ଗତ ବର୍ଷ ଫେବ୍ରୁଆରୀ ୨୦ ତାରିଖରେ ମନ୍ତ୍ରୀ ଟୁକୁନି ସାହୁଙ୍କୁ ଅଞ୍ଚଳ ଲୋକେ ଭେଟି  ଏହି ବିଷୟରେ ଅବଗତ କରିବାରୁ ବିଭାଗ ଅଧିକାରୀଙ୍କ ସହ କଥାବାର୍ତ୍ତା ହେଲା ପରେ ମେ ମାସରେ କାର୍ୟ୍ୟକ୍ଷମ ହେବ ବୋଲି ପ୍ରତିଶ୍ରୁତି ଦେଇ କାମ ଆରମ୍ଭ କରି ଥିଲେ । ହେଲେ ଠିକାଦାର ମେ ମାସରେ ମଧ୍ୟ କାମ ଶେଷ ନ ହେବାରୁ ୬ ଜୁଲାଇରେ ଟୁକୁନି ସାହୁ ନିଜେ ନିର୍ମାଣ ସ୍ଥଳକୁ ଆସି ଦେଖିବା ସହ ସେପ୍ଟେମ୍ବର ମାସରେ କାର୍ୟ୍ୟକ୍ଷମ ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ ।
ମନ୍ତ୍ରୀଙ୍କ ନିର୍ଦ୍ଦେଶ ମଧ୍ୟ ବେଖାତିର କରି ଆଜି ପର୍ୟ୍ୟନ୍ତ ତାହା ସଂପୂର୍ଣ୍ଣ ହୋଇ ପାରିଲା ନାହିଁ । ଗତ ବୁଧବାର ଦିନ ଗୁଡଭେଲାରେ ଜିଲ୍ଲା ପରିଷଦ ଭୋଟ ପ୍ରଚାର ସଭାରେ ପୁଣି ୨ ମାସ ଭିତରେ କାର୍ୟ୍ୟକ୍ଷମ ହେବ ବୋଲି ଭାଷଣ ଦେଇଥିବାରୁ ତାହା କେତେ ସତ୍ୟ ଅଞ୍ଚଳ ବାସୀଙ୍କ ମଧ୍ୟରେ ପ୍ରଶ୍ନ ସୃଷ୍ଟି କଲାଣି ।

Comments are closed.