ଗୁଡାରୀ: ରାଜ୍ୟରେ ଥମୁନି ଜନନୀ ଯନ୍ତ୍ରଣା। ରାୟଗଡ଼ା ଜିଲ୍ଲା ଗୁଡାରି ବ୍ଳକ ଅନ୍ତର୍ଗତ ପେଣ୍ଡିଲି ଗ୍ରାମପଞ୍ଚାୟତର ପଞ୍ଚୁପାଣ୍ଡବ ଗ୍ରାମରେ ପୁଣି ଦେଖିବାକୁ ମିଳିଛି ଏକ ବିକଳ ଚିତ୍ର। ଗ୍ରାମର ୭ ମାସର ଗର୍ଭବତୀ ମହିଳା ଯଶୋମନ୍ତୀ ଶବରଙ୍କ ଗର୍ଭ ଯନ୍ତ୍ରଣା ହୋଇଥିଲା। ପରିବାର ବର୍ଗ, ଗ୍ରାମବାସୀ ଓ ସ୍ଥାନୀୟ ଅଙ୍ଗନବାଡି କର୍ମୀଙ୍କ ସହାୟତରେ ତାଙ୍କୁ ନିକଟସ୍ଥ ମେଡିକାଲ ନିଆଯାଇଥିଲା। କିନ୍ତୁ ପଞ୍ଚୁପାଣ୍ଡବ ଗ୍ରାମରୁ ମୁଖ୍ୟ ରାସ୍ତାକୁ ଯିବା ନିମନ୍ତେ ରାସ୍ତାରେ ଥିବା କୋରା ନାଳରେ ଲଗାଣ ବର୍ଷା ଯୋଗୁଁଁ ଅତ୍ୟଧିକ ପାଣି ଥିଲା। ଗ୍ରାମବାସୀଙ୍କ ସହାୟତାରେ ଗର୍ଭବତୀଙ୍କୁ ଭରା ନାଳରେ ବୋହି ଅଣାଯାଇଥିଲା। ଗର୍ଭ ଯନ୍ତ୍ରଣାରେ ଛଟପଟ ହେଉଥିବା ସତ୍ୱେ ନିରୁପାୟ ହୋଇ ତାଙ୍କୁ ଭରା ନାଳରେ ବୋହି ଏକ ଅଟୋରେ ଗୁଡାରି ମେଡିକାଲ ଅଭିମୁଖେ ନେଇଥିଲେ ପରିବାର। କିନ୍ତୁ ଉର୍ଲକଣା ଛକ ନିକଟରେ ପେଟ ଯନ୍ତ୍ରଣା କମିବାରୁ କିଛି ସମୟ ସେଠାରେ ରହିବା ପରେ ପୁନର୍ବାର ତାଙ୍କ ଘରକୁ ଫେରିଯାଇଥିଲେ।
ପ୍ରକାଶ ଥାଉ କି, ଏହି ଗ୍ରାମକୁ ଯିବା ପାଇଁ ସ୍ଥାୟୀ ରାସ୍ତା ନ ଥିବାବେଳେ ଏହି ନାଳ ବର୍ଷା ଦିନେ ଗ୍ରାମବାସୀଙ୍କୁ ଦୁଃଖ ଦେଇଥାଏ।



