ସମରା ୫-ଟି ହାଇସ୍କୁଲରେ ନିମ୍ନମାନର କାମ; ଫାଟି ଆଁ କଲାଣି କାନ୍ଥ
ଗୁଡଭେଲା : ଓଡିଶା ସରକାର ହାଇସ୍କୁଲ ଗୁଡିକରେ ସୁନ୍ଦର ଶୈକ୍ଷିକ ପରିବେଶ ସୃଷ୍ଟି କରିବା ସହ ଅତ୍ୟାଧୁନିକ କୌଶଳରେ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷା ଗ୍ରହଣ କରିବା ପାଇଁ ୫-ଟି ଯୋଜନାରେ ବିଦ୍ୟାଳୟ ଗୁଡିକର ରୂପାନ୍ତରଣ କରିଛନ୍ତି । ବିଦ୍ୟାଳୟ ପରିସରକୁ ସୌନ୍ଦର୍ଯ୍ୟ କରଣ ସହ ଇ-ପାଠାଗାର, ଅଧୁନିକ ବିଜ୍ଞାନଗାର, ସ୍ମାର୍ଟ ଶ୍ରେଣୀ ଗୃହ ସରକାର ଆମ ସ୍କୁଲ ପାଣ୍ଢି ଆଉ ମନରେଗା ଯୋଜନାରରୁ ଅର୍ଥ ବିନିଯୋଗ କରି ରୁପାନ୍ତରିତ କରାଯାଇଛି । ହେଲେ ବିଭାଗୀୟ ଅଧିକାରୀ ଓ ଠିକାଦାର ମଧୁଚନ୍ଦ୍ରିକାରେ ସରକାରୀ ପାଣ୍ଠିକୁ ଆତ୍ମସାତ କରୁଥିବା ଅଭିଯୋଗ ହେଉଛି ବଲାଙ୍ଗୀର ଜିଲ୍ଲା ଗୁଡଭେଲା ବ୍ଳକ ଅନ୍ତର୍ଗତ ସମରା ହାଇସ୍କୁଲରେ ।
ଏଠାରେ ସ୍କୁଲ ପରିସରକୁ ଶୋଭା ବର୍ଦ୍ଧନ ପାଇଁ ରାସ୍ତାର ଉଭୟ ପାର୍ଶ୍ଵରେ ସିମେଣ୍ଟ ଇଟାରେ ଡଙ୍ଗା ଭଲି ତିଆରି କରି ଗଛ ଲଗାଇବାର ବ୍ୟବସ୍ଥା କରାଯାଇଛି । ହେଲେ ନିମ୍ନମାନ କାମ ଯୋଗୁଁ କାମ ନସରୁଣୁ କାନ୍ଥକୁ ଗୁଡିକରେ ଫାଠି ଦୁଇ ଫାଳ ହେଲାଣି । ରାସ୍ତା ଗୁଡିକ ଆହୁରି ଆକର୍ଷଣ ଦେଖାଯିବା ପାଇଁ ଫେଭର୍ ବ୍ଳକ ଲଗାଯାଇଛି । ହେଲେ ଲଗାଇଲା ସମୟରେ ଭଲରେ ବାଲି ଭର୍ତ୍ତି କରା ଯାଇ ନଥିବାରୁ ବର୍ଷା ସମୟରେ ପାଣି ପସି ରାସ୍ତା ଦବି ଭାଙ୍ଗି ଯିବାର ଆଶଙ୍କା ରହିଛି । ସେହିପରି ଏକ ମଞ୍ଚ ନିର୍ମାଣ କରାଯାଇଛି ।ସେଠାରେ ମଧ୍ୟ କାନ୍ଥରେ ଫାଠ ଦେବା ସହ ଜଗା ଯାଇଥିବା ଘାସ ଗୁଡିକ ରକ୍ଷଣାବେକ୍ଷଣ ଅଭାବ ଯୋଗୁଁ ମରିଗଲାଣି ।
ଖାଲି ସେତିକି ନୁହେଁ ଶୌଚାଳୟ ଗୁଡିକରେ ଲାଗାଯାଇଥିବା ସାମଗ୍ରୀ ଗୁଡିକ ମଧ୍ୟ ନିମ୍ନମାନର ହୋଇଥିବା ଅଭିଯୋଗ ହୋଇଛି । ଏହାସହ ମୋ ସ୍କୁଲ ପାଣ୍ଠିରୁ କିଣାଯାଇଥିବା ବିଭିନ୍ନ ସାମଗ୍ରୀ ମଧ୍ୟ ନିମ୍ନମାନ ହୋଇଥିବା ଅଭିଯୋଗ ହେଉଛି । ବିଦ୍ୟାଳୟର ଶ୍ରେଣୀ ଗୃହ ଗୁଡିକ ମରାମତି କରି କଲେବର ପରିବର୍ତ୍ତନ କରିଥିଲେ ମଧ୍ୟ ବିଭିନ୍ନ ସ୍ଥାନରେ ବାହାରି ଥିବା ଛାୟାର ସିମେଣ୍ଟ ଅତଡା ଖସିଥିବାର ଅଭିଯୋଗ ହେଉଛି । ଏହି ବିଷୟରେ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ଜୟନ୍ତୀ ମଞ୍ଜରୀ କାଲୋଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ସମ୍ଭବପର ହୋଇପାରିନାହିଁ । ସହକାରୀ ଯନ୍ତ୍ରୀ ଅମିତ କୁମାର ମୁର୍ମୁ ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ବିଲ୍ ହୋଇ ନାହିଁ । ଏନେଇ ତଦନ୍ତ କରାଯିବ ।
Comments are closed.