ଡେସ୍କ: ସାମଗ୍ରୀ ଓ ସେବାକର – ଜିଏସ୍ଟି ରାଜସ୍ୱ ସଂଗ୍ରହରେ ଓଡ଼ିଶା ପୁଣି ଥରେ ରେକର୍ଡ କରିଛି। ଚଳିତବର୍ଷ ମେ’ ମାସରେ ଜିଏସ୍ଟି ରାଜସ୍ୱ ସଂଗ୍ରହ କ୍ଷେତ୍ରରେ ୧୧.୧୭% ଅଭିବୃଦ୍ଧି ଘଟିଛି। ଏହି ରାଜସ୍ବ ସଂଗ୍ରହ ପରିମାଣ ୪୩୯୭.୭୩ କୋଟି ଟଙ୍କା। ସୂଚନା ଅନୁଯାୟୀ, ୨୦୨୨ ମେ’ ମାସରେ ଏହି ରାଜସ୍ବ ସଂଗ୍ରହ ପରିମାଣ ୩୯୫୫.୭୫ କୋଟି ଥିଲା। ସେହିପରି ଚଳିତ ଆର୍ଥିକ ବର୍ଷର ମେ’ ମାସ ସୁଦ୍ଧା ସାମଗ୍ରୀକ ଜିଏସ୍ଟି ସଂଗ୍ରହ ୯୪୩୩ କୋଟି ଟଙ୍କା ହୋଇଥିବା ବେଳେ ଗତ ଆର୍ଥିକ ବର୍ଷର ଏହି ସମୟ ମଧ୍ୟରେ ଏହା ୮୮୬୫ କୋଟି ଟଙ୍କା ଥିଲା।
Popular Categories



