www.samajalive.in
Saturday, December 13, 2025
14.1 C
Bhubaneswar

୨୭ରେ ଜିଏସ୍‌ଟି ପରିଷଦ ବୈଠକ, ରାଜ୍ୟ ରାଜସ୍ଵ କ୍ଷତି ଉପରେ ହେବ ଆଲୋଚନା

ନୂଆଦିଲ୍ଲୀ: ଦ୍ରବ୍ୟ ଏବଂ ସେବା ଟିକସ (ଜିଏସ୍‌ଟି) ପରିଷଦର ୪୧ତମ ଗୁରୁତ୍ବପୂର୍ଣ୍ଣ ବୈଠକ ଚଳିତମାସ ୨୭ରେ ଅନୁଷ୍ଠିତ ହେବ। ବୈଠକରେ ଜିଏସ୍‌ଟି ବାବଦ ରାଜ୍ୟଗୁଡିକ ସହୁଥିବା ରାଜସ୍ବ କ୍ଷତି ଭରଣା ଉପରେ ଆଲୋଚନା କରାଯିବାର ସମ୍ଭାବନା ରହିଛି। ଏକକ ଏଜେଣ୍ଡା ଭିତ୍ତିରେ ବସିବାକୁ ଥିବା ଏହି ବୈଠକ ଭିଡିଓ କନ୍‌ଫରେନ୍ସ ଜରିଆରେ ହେବାର ଅଛି। ତେବେ ଜିଏସ୍‌ଟି ପରିଷଦର ୪୨ତମ ବୈଠକ ସେପ୍ଟେମ୍ବର ୧୯ରେ ବସିବ। ଏହି ବୈଠକ ମଧ୍ୟ ଭିଡିଓ କନ୍‌ଫରେନ୍ସ ଜରିଆରେ ଆୟୋଜନ କରାଯିବାର କାର୍ୟ୍ୟକ୍ରମ ରହିଛି। ତେବେ ଏହା ଏକ ସମ୍ପୂର୍ଣ୍ଣ ପରିଷଦ ବୈଠକ ହେବ।

ଏଥିରେ ପରିଷଦ ଅନେକ ଏଜେଣ୍ଡା ଉପରେ ଆଲୋଚନା କରିବ। ବିଶେଷ କରି ରାଜ୍ୟଗୁଡିକର କ୍ଷତିଭରଣା ପାଇଁ ପାଣ୍ଠି ସଂଗ୍ରହ ଭଳି ପ୍ରସ୍ତାବ ଉପରେ ବୈଠକରେ ଆଲୋଚନା ହେବ। ଏସବୁ ବ୍ୟତୀତ ବୈଠକରେ ସିଗାରେଟ, ପାନ ମସଲା ଏବଂ ଦ୍ରବଣଯୁକ୍ତ ପାନୀୟ ଉପରେ ଅଧିକ ଟିକସ ଲାଗୁ ପ୍ରସ୍ତାବ ମଧ୍ୟ ରହିପାରେ।

Hot this week

ଶୀତରେ ଥରୁଛି ସାରା ଓଡିଶା

ଭୁବନେଶ୍ଵର: ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ ଦିଗରୁ...

ସରକାରଙ୍କ ଉପଲବ୍ଧିର ପ୍ରଚାର କରିବ ବିଜେପି ଯୁବ ମୋର୍ଚ୍ଚା: ଅଭିଳାଷ

ଖୁବ୍‌ଶୀଘ୍ର ୩୭ ଜିଲାରେ ସଭାପତି ଭୁବନେଶ୍ବର : ବିଜେପି ଯୁବମୋର୍ଚ୍ଚାର ରାଜ୍ୟ ସଭାପତି...

କଂଗ୍ରେସର ଆଭ୍ୟନ୍ତରୀଣ ରାଜନୀତି ସରଗରମ

ଏବେ କିଛି କହୁନାହିଁ, ସମୟ କହିବ: ଭକ୍ତ ଦିଲ୍ଲୀରେ ସମାଧାନ...

ଶୀତରେ ରୁମ୍‌ ହିଟର ଲଗାଉଛନ୍ତି କି? ପିଲାଙ୍କ କେତେ ସୁରକ୍ଷିତ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ, କୋଠରୀକୁ ଉଷ୍ମ ରଖିବା ପାଇଁ...

ଗୁରୁ ପୃଷ୍ଟିଙ୍କ ମୃତ୍ୟୁ ଘଟଣା : ହତ୍ୟା ଅଭିଯୋଗ ଆଣିଲେ ମଉସା

ଧାମନଗର : ଯାତ୍ରା ଅଭିନେତା ଗୁରୁ ପୃଷ୍ଟିଙ୍କ ଦୁର୍ଘଟଣାଜନିତ ମୃତ୍ୟୁର ୬...

Related Articles

Popular Categories