www.samajalive.in
Thursday, December 11, 2025
16.1 C
Bhubaneswar

୨୮ରେ ଜିଏସ୍‍ଟି ପରିଷଦ ବୈଠକ

ନୂଆଦିଲ୍ଲୀ: ଦ୍ରବ୍ୟ ଓ ସେବା ଟିକସ (ଜିଏସ୍‍ଟି) ପରିଷଦ ବୈଠକ ଚଳିତ ମାସ ୨୮ ଓ ୨୯ତାରିଖ ଦୁଇଦିନ ଧରି ଶ୍ରୀନଗରରେ ଅନୁଷ୍ଠିତ ହେବାକୁ ଯାଉଛି। ଏଥିରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଅଧ୍ୟକ୍ଷତା କରିବେ। ରାଜ୍ୟ ଅର୍ଥମନ୍ତ୍ରୀମାନଙ୍କ ପକ୍ଷରୁ ଟିକସ ହାରରେ ସଂଗତି ଆଣିବା ଏବଂ ଜୁଆ, ରେସ କୋର୍ସ ତଥା ଅନ୍‍ଲାଇନ ଗେମିଂ ଉପରେ ଟିକସ ହାର ନିର୍ଦ୍ଧାରଣ ପ୍ରସଙ୍ଗରେ ଆଲୋଚନା ହେବାକୁ ଥିବାରୁ ଏହି ବୈଠକ ବେଶ୍‍ ଗୁରୁତ୍ୱପୂର୍ଣ୍ଣ ମନେକରାଯାଉଛି।

ଅର୍ଥମନ୍ତ୍ରୀଙ୍କ ଦପ୍ତର ପକ୍ଷରୁ ପ୍ରକାଶିତ ବିବୃତିରେ କୁହାଯାଇଛି ଯେ ୪୭ତମ ଜିଏସ୍‍ଟି ପରିଷଦ ବୈଠକ ଏହାକୁ ମିଶାଇ ଦ୍ୱିତୀୟ ଥର ପାଇଁ ଶ୍ରୀନଗରରେ ଅନୁଷ୍ଠିତ ହେବାକୁ ଯାଉଛି। ୨୦୧୭ ଜୁଲାଇ ୧ରେ ଏହି ଟିକସ ବ୍ୟବସ୍ଥା ପ୍ରଚଳନ କରାଯିବା ପୂର୍ବରୁ ପରିଷଦର ଚତୁର୍ଦ୍ଦଶ ବୈଠକ ଶ୍ରୀନଗରରେ ମେ ୧୮ ଓ ୧୯ ତାରିଖ ଦୁଇଦିନ ଧରି ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ୧୨୧୧ଟି ସାମଗ୍ରୀ ଉପରେ ଜିଏସ୍‍ଟି ହାର ନିର୍ଦ୍ଧାରଣ କରାଯାଇଥିଲା। ଆଗାମୀ ବୈଠକ ପୂର୍ବରୁ ଆଜି ଜିଏସଟି ହାରରେ ସଂଗତି ଆଣିବା ନିମନ୍ତେ ଗଠିତ ରାଜ୍ୟ ମନ୍ତ୍ରିସ୍ତରୀୟ ମଣ୍ଡଳୀ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ଏହି ବୈଠକରେ ଟିକସ ସ୍ଳାବ୍‍ରେ ସମ୍ଭାବ୍ୟ ପରିବର୍ତ୍ତନ ସମ୍ପର୍କରେ ଆଲୋଚନା କରାଯିବ। ତେବେ ମନ୍ତ୍ରିସ୍ତରୀୟ ମଣ୍ଡଳୀ ସମ୍ପର୍କରେ ଚୂଡାନ୍ତ ରିପୋର୍ଟ ପ୍ରସ୍ତୁତ କରିବାକୁ କିଛି ସମୟ ଲାଗିବ ବୋଲି ସରକାରୀ ସୂତ୍ରରୁ କୁହାଯାଇଛି।

Hot this week

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

Related Articles

Popular Categories