୨୧ରେ ଜିଏସ୍‌ଟି ପରିଷଦ ବୈଠକ

0

ନୂଆଦିଲ୍ଲୀ :ଚଳିତମାସ ୨୧ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି ଦ୍ରବ୍ୟ ଏବଂ ସେବା ଟିକସ (ଜିଏସ୍‌ଟି) ପରିଷଦର ୨୮ତମ ବୈଠକ । ସରକାର ଟିକସ ଏଡାଣ ଭଳି ଘଟଣା ଉପରେ କଡା ନଜର ରଖିଥିବା ଦୃଷ୍ଟିରୁ ବାର୍ଷିକ ଆୟକର ରିଟର୍ଣ୍ଣ କ୍ଷେତ୍ରରେ କେତେକ ସମାଧାନ ପନ୍ଥା ବାହାର କରାଯାଇପାରେ । ତେଣୁ ଏଥର ପରିଷଦ ବୈଠକରେ ବାର୍ଷିକ ରିଟର୍ଣ୍ଣ ଫର୍ମ ପ୍ରସଙ୍ଗ ଉପରେ ଆଲୋଚନା କରାଯିବା ଅାଶା କରାଯାଉଛି ।
୨୦୧୭ ଜୁଲାଇ ପହିଲା​‌ରେ ଦେଶରେ ଜିଏସ୍‌ଟି କାର୍ଯ୍ୟକାରୀ କରାଯିବା ପରେ ଚଳିତବର୍ଷ ହେଉଛି ପ୍ରଥମବର୍ଷ ଯେତେବେଳେ ବ୍ୟବସାୟିକ ସଂସ୍ଥାଗୁଡିକ ୨୦୧୭-୧୮ ଆର୍ଥିକବର୍ଷ ନିମନ୍ତେ ଚଳିତବର୍ଷ ଡିସେମ୍ବର ୩୧ ସୁଦ୍ଧା ବାର୍ଷିକ ରିଟର୍ଣ୍ଣ (ଜିଏସ୍‌ଟିଆର୍‌-୯) ଫାଇଲ୍‌ କରିବେ । ଯେଉଁ ସଂସ୍ଥାଗୁଡିକର ବାର୍ଷିକ କାରବାର ୨ ​‌କୋଟି ଟଙ୍କାରୁ ଅଧିକ ସେମାନେ ସେମାନଙ୍କର ବାର୍ଷିକ ରିଟର୍ଣ୍ଣ ସହ ଅଡିଟ୍‌ ରି​‌​‌ପୋର୍ଟ ଫାଇଲ୍‌ କରିବେ । ୨୧ରେ ବସିବାକୁ ଥିବା ଜିଏସ୍‌ଟି ପରିଷଦ ବୈଠକରେ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀ ଅଧ୍ୟକ୍ଷତା କରିବେ । ଏଥିରେ ରାଜ୍ୟ ଅର୍ଥ ମନ୍ତ୍ରୀମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ବୈଠକ ପାଇଁ ରାଜସ୍ବ ଅଧିକାରୀ ବାର୍ଷିକ ରିଟର୍ଣ୍ଣ ଫର୍ମର ଏକ ଚିଠା ପ୍ରସ୍ତୁତ କରିଛନ୍ତି । ଟିକସ ବିଶେଷଜ୍ଞଙ୍କ ମତରେ ବାର୍ଷିକ ରିଟର୍ଣ୍ଣ ଫର୍ମ ପୂର୍ବରୁ ପ୍ରଚଳିତ ଭାଟ୍‌ ବ୍ୟବସ୍ଥା ଭଳି ରହିବା ଜରୁରୀ । ଏଥିରେ ଆୟକର ରିଟର୍ଣ୍ଣ ଏବଂ ଅଡିଟ୍‌ ରି​‌ପୋ​‌‌ର୍ଟର ସମାଧାନ ପାଇଁ କେତେକ ସ୍ତମ୍ଭ ରହିବା ଜରୁରୀ । ଏହି ଫର୍ମ ଅକ୍ଟୋବର ସୁଦ୍ଧା ଉପଲବ୍ଧ ହେବା ନେଇ ଟିକସ ବିଶେଷଜ୍ଞମାନେ ଆଶା ପ୍ରକାଶ କରିଛନ୍ତି । ଏହା ଫଳରେ ଡିସେମ୍ବର ସମୟସୀମା ମଧ୍ୟରେ ବ୍ୟବସାୟୀମାନେ ରିଟର୍ଣ୍ଣ ଫାଇଲ୍‌ କରିପାରିବେ । ସୂଚନାଯୋଗ୍ୟ, ଜିଏସ୍‌ଟି ବ୍ୟବସ୍ଥାରେ ୧.୧୪ ​‌କୋଟି ବ୍ୟବସାୟିକ ସଂସ୍ଥା ପଞ୍ଜୀକରଣ କରିଛନ୍ତି । ଏଥିରୁ ୧୮ ଲକ୍ଷ ସଂସ୍ଥା କମ୍ପୋଜିସନ୍‌ ସ୍କିମ୍‌ ନିମନ୍ତେ ବିକଳ୍ପ ନେଇଛନ୍ତି ।
ଆସନ୍ତା ବୈଠକରେ ଜିଏସ୍‌ଟି ପରିଷଦ ଅନେକ ଦ୍ରବ୍ୟକୁ ୨୮% ସ୍ଲାବ୍‌ରୁ ୧୮%କୁ ଅଣାଯାଇପାରେ । ପରିଷଦ ସିମେଣ୍ଟ, ପେଣ୍ଟ, ମାର୍ବଲ୍‌, ଟାଇଲ୍‌, ଏବଂ ଡିଜିଟାଲ କ୍ୟାମେରାକୁ ୨୮% ସ୍ଲାବ୍‌ରୁ ୧୮% ସ୍ଲାବ୍‌ ମଧ୍ୟକୁ ଆଣିବାକୁ ବିଚାର କରିପାରେ । କର୍ପୋରଟ୍‌ ସଂସ୍ଥାଗୁଡିକ ପକ୍ଷରୁ ସ୍ଲାବ୍‌ ହାର ହ୍ରାସ ଘଟାଇବା ନେଇ ତୀବ୍ର ଲବି କରାଯାଇଥିବା ଦୃଷ୍ଟିରୁ ପରିଷଦ ବୈଠକରେ ଏ ନେଇ ନିଷ୍ପତ୍ତି ଗ୍ରହଣ କରାଯିବା ଆଶା କରାଯାଉଛି ।
ଅନ୍ୟ ପକ୍ଷରେ ଏକ ଅାକଳନ ଅନୁଯାୟୀ ଯଦି ବୈଠକରେ ଉପରୋକ୍ତ ଦ୍ରବ୍ୟଗୁଡିକ ଉପରେ ପରିଷଦ ଟିକସ ହାରରେ ହ୍ରାସ ନିଷ୍ପତ୍ତି ଗ୍ରହଣ କରେ ଏଥିଯୋଗୁ ସରକାରଙ୍କୁ ମାସିକ ୨୫୦୦ ​‌କୋଟି ଟଙ୍କାର ରାଜସ୍ବ କ୍ଷତି ସହିବାକୁ ପଡିବ ।

kalyan agarbati
Leave A Reply