ଓଡ଼ିଶାର କୃଷି ଓ ସବୁଜ ପୁନରୁତ୍ଥାନର ପ୍ରକ୍ରିୟାକୁ ଆଗେଇ ନେବା ପାଇଁ ୧୩ଟି ଭିନ୍ନ କୌଶଳ ଚିହ୍ନଟ

ଭୁବନେଶ୍ୱର: ଓଡ଼ିଶାରେ ସବୁଜ ପୁନରୁତ୍ଥାନ ପାଇଁ ସୁଯୋଗ ଓ ସମ୍ଭାବନା ଶୀର୍ଷକ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାଜ୍ୟର ବରଗଡ଼, କଳାହାଣ୍ଡି ଏବଂ କୋରାପୁଟ ଜିଲାର ହିତାଧିକାରୀମାନଙ୍କର ପରାମର୍ଶ ମାଧ୍ୟମରେ ଚିହ୍ନଟ ହୋଇଥିବା ସବୁଜ ପୁନରୁତ୍ଥାନର ତ୍ରୟୋଦଶ ରଣନୀତି ଉପରେ ଆଲୋଚନା କରାଯାଇଥିଲା। ଏହି ହିତାଧିକାରୀମାନେ ହେଲେ ମୁଖ୍ୟତଃ ସରକାରୀ କର୍ମଚାରୀ, ଏକାଡେମୀର ପ୍ରତିନିଧି, ନାଗରିକ ସମାଜ, କୃଷି ସମ୍ପ୍ରଦାୟ ଏବଂ ସବୁଜ କାର୍ଯ୍ୟକର୍ତ୍ତା। ଏହି ବିସ୍ତାର କର୍ମଶାଳାଟି ତାମିଲନାଡୁର କ୍ରିୟା ବିଶ୍ୱବିଦ୍ୟାଳୟ ଦ୍ୱାରା ପରିଚାଳିତ ଏବଂ ଦୀର୍ଘ କାର୍ଯ୍ୟ ପ୍ରକ୍ରିୟାର ଏକ ଫଳାଫଳ ତଥା ଉତ୍ପାଦ, ଯେଉଁଥିରେ ଓଡ଼ିଶାର କୃଷକ, ନୀତି ନିର୍ମାତା ଏବଂ ବିଶେଷଜ୍ଞଙ୍କ ଗଣନା ଜଡ଼ିତ ରହିଛି। ୨୦୨୨ ଏପ୍ରିଲରେ ଅନୁଷ୍ଠିତ ଏହାର ଗଠନମୂଳକ ପର୍ଯ୍ୟାୟରେ ନଟବର ଷଡ଼ଙ୍ଗୀଙ୍କ ସମେତ ଦକ୍ଷ ସବୁଜ କୃଷି କାର୍ଯ୍ୟକର୍ତ୍ତା, ବିଭିନ୍ନ ରାଜନୈତିକ ଦଳ ଏବଂ ବିଶ୍ୱବିଦ୍ୟାଳୟର ପ୍ରତିନିଧିମାନେ ଅଂଶ ଗ୍ରହଣ କରିଥିଲେ।

ଏହି କର୍ମଶାଳାରେ ଓଡ଼ିଶାର କୃଷିକୁ ସବୁଜ କରିବା ତଥା ସବୁଜ ପୁନରୁତ୍ଥାନର ପ୍ରକ୍ରିୟାକୁ ଆଗେଇ ନେବା ପାଇଁ ୧୩ଟି ଭିନ୍ନ ରଣନୀତି ତଥା କୌଶଳ ଚିହ୍ନଟ କରାଯାଇଥିଲା। ସେଗୁଡ଼ିକ ହେଲା ସମନ୍ୱିତ କୃଷି, ନବୀନକରଣ ଯୋଗ୍ୟ ପ୍ରଯୁକ୍ତି ବିଦ୍ୟାର ବ୍ୟବହାର, ବାଜରା ଉତ୍ପାଦନ, ପ୍ରତ୍ୟେକ୍ଷ ବିହନ, ପାରମପରିକ ମଞ୍ଜୀ ସଂରକ୍ଷଣ, ପ୍ରାକୃତିକ ମୃତ୍ତିକାର ପୁନଃ ନିର୍ମାଣ ଅଭ୍ୟାସ, କୃଷି ଜଙ୍ଗଲ, ଜଳ ସଂରକ୍ଷଣ ଓ ଭଣ୍ଡାର, ଅଣଧାନ ପ୍ରକ୍ରିୟାକରଣ, ଜୈବିକ ପ୍ରମାଣୀକରଣ, ସବୁଜ ଉଦ୍ୟୋଗୀ, ଉତ୍ତମ ଜଳ ନିଷ୍କସନ ବ୍ୟବସ୍ଥା ଏବଂ ସବୁଜ ଅର୍ଥନୀତି ପରାମର୍ଶଦାତା ବୋର୍ଡ। ଏହି ଅଧ୍ୟୟନରେ ସବୁଜ ପୁନରୁତ୍ଥାନ ପଥରେ ଥିବା ଆହ୍ୱାନ ତଥା ପ୍ରତିବନ୍ଧକଗୁଡ଼ିକୁ ମଧ୍ୟ ଚିହ୍ନଟ କରାଯାଇଥିଲା। ସେଗୁଡ଼ିକ ମଧ୍ୟରେ ଆଚରଣଗତ ବ୍ୟବଧାନ, ଭିତ୍ତିଭୂମି ଭିତ୍ତିକ ବ୍ୟବଧାନ, ସୂଚନା ବ୍ୟବଧାନ, ଉତ୍ସବ ବ୍ୟବଧାନ ଏବଂ ନୀତି(ଯୋଜନା) ବ୍ୟବଧାନ ଅନ୍ତର୍ଭୁକ୍ତ। କ୍ରିୟା ବିଶ୍ୱବିଦ୍ୟାଳୟ ଦ୍ୱାରା ପ୍ରକାଶିତ ଅଧ୍ୟୟନ ଡକ୍ୟୁମେଣ୍ଟ ସେମାନଙ୍କର ଅର୍ଥନୈତିକ ଲାଭ ଏବଂକାର୍ଯ୍ୟକ୍ଷମ ଉପଯୁକତା ଅନୁଯାୟୀ ଏହି କୌଶଳଗୁଡ଼ିକୁ ସ୍ଥାନୀତ କଲାବେଳେ କୃଷି କ୍ଷେତ୍ରରେ ସବୁଜ ପୁନରୁତ୍ଥାନ ପାଇଁ ଓଡ଼ିଶାର ସର୍ତ୍ତକୁ ଅନ୍ତର୍ଭୁକ୍ତ କରିଛନ୍ତି।

prayash

ଏହି ରଣନୀତି ବିକାଶ ପାଇଁ ମୂଳ ଅନୁସନ୍ଧାନକାରୀ ଦଳରେ କ୍ରିୟା ବିଶ୍ୱବିଦ୍ୟାଳୟର ଡ.ଦେବଦୁଲାଲ ଠାକୁର, ଉତ୍କଳ ବିଶ୍ୱବିଦ୍ୟାଳୟର ବିଶ୍ଲେଷଣାତ୍ମକ ଓ ପ୍ରୟୋଗାତ୍ମକ ଅର୍ଥନୀତି ବିଭାଗର ଡ.ଶିବଶଙ୍କର ମହାନ୍ତି, କ୍ରିୟା ବିଶ୍ୱବିଦ୍ୟାଳୟର ଅକ୍ଷୟ ମହାଦେବନ, କ୍ରିୟା ବିଶ୍ୱବିଦ୍ୟାଳୟ ଲିଡ୍‍ର ଦେବାଶିଷ ପଣ୍ଡା ଅନ୍ତର୍ଭୁକ୍ତ ଥିଲେ। ଏହି କର୍ମଶାଳା ଓଡ଼ିଶାରେ ସବୁଜ ପୁନରୁତ୍ଥାନ ନିମନ୍ତେ ନିର୍ଦ୍ଧିଷ୍ଟ କାର୍ଯ୍ୟ ପାଇଁ ଆହ୍ୱାନ ସହିତ ସମାପ୍ତ ହୋଇଥିଲା ଏବଂ ପରବର୍ତ୍ତୀ ଅନୁସନ୍ଧାନ କାର୍ଯ୍ୟାର ତଥ୍ୟାବଳୀ ଏହି କ୍ଷେତ୍ରରେ ନୀତି ନିର୍ମାତାମାନଙ୍କୁ ଆଗାମୀ ଦିନରେ ଆବଶ୍ୟକ ଜ୍ଞାନ ପ୍ରଦାନ କରିବାରବ ବୋଲି ସୂଚିତ କରାଯାଇଥିଲା।

ଏହି କର୍ମଶାଳାରେ କ୍ରିୟା ବିଶ୍ୱବିଦ୍ୟାଳୟର ପ୍ରଫେସର ଦେବଦୁଲାଲ ଠାକୁରଙ୍କର ସ୍ୱାଗତ ଅଭିଭାଷଣ ଦହିତ ଆରମ୍ଭ ହୋଇଥିଲା। ଜଣାଶୁଣା ପରିବେଶବିତ ତଥା କୃଷି କାର୍ଯ୍ୟକର୍ତ୍ତା ନଟବର ଷଡ଼ଙ୍ଗୀ ଓଡ଼ିଶା ପ୍ରସଙ୍ଗରେ ଚିହ୍ନିତ ହୋଇଥିବା ପ୍ରତ୍ୟେକ ରଣନୀତି ଉପରେ ସମ୍ୟକ ଜ୍ଞାନ ପ୍ରଦାନ କରିଥିଲେ।
ଏହି କର୍ମଶାଳାରେ ଆଗାମୀ ଦିନରେ ପ୍ରମୁଖ ଅଂଶଗ୍ରହଣକାରୀ ଭାବରେ ସମସ୍ତ ଜିଲାର କୃଷକମାନଙ୍କୁ ଅନ୍ତର୍ଭୁକ୍ତ କରି ପ୍ରତ୍ୟେକ ରଣନୀତି ଉପରେ ଅନେକ ବିଜ୍ଞାନ ଅନୁସନ୍ଧାନମୂକଳ ପ୍ରକଳ୍ପ ଆରମ୍ଭ କରିବାକୁ ଆହ୍ୱାନ ଦିଆଯାଇଛି।

kalyan agarbati

Comments are closed.