www.samajalive.in
Monday, December 15, 2025
26.1 C
Bhubaneswar

ମହିଳାମାନେ ଶ୍ରାବଣ ମାସରେ ହସ୍ତରେ ପିନ୍ଧନ୍ତୁ ସବୁଜ ଚୁଡ଼ି : ମିଳିବ ଶୁଭଫଳ

ଶ୍ରାବଣ ମାସରେ ସବୁଜ ରଙ୍ଗ ଚୁଡ଼ି ପିନ୍ଧିବାର ମହତ୍ତ୍ୱ ରହିଛି। ଏହି ମାସରେ ପ୍ରଭୁ ମହେଶ୍ୱରଙ୍କୁ ଆରାଧନା କରିବା ଦ୍ୱାରା ବିଶେଷ କୃପା ପ୍ରାପ୍ତି ହୋଇଥାଏ। ଶିବ ଭକ୍ତ ମାନଙ୍କ ପାଇଁ ଏହି ମାସର  ମହତ୍ତ୍ୱ ଖୁବ ଅଧିକ। ଏହି ପବିତ୍ର ମାସରେ ଚାରିଆଡ଼ ଶସ୍ୟଶ୍ୟାମଳା ଦେଖାଯାଏ। ମହିଳାମାନେ ସବୁଜ ରଙ୍ଗର ପୋଷାକ, ଚୁଡି ପିନ୍ଧିଥାଆନ୍ତି। ମାତ୍ର ଏହି ମାସରେସବୁଜ ରଙ୍ଗ ଚୁଡ଼ି ପିନ୍ଧିବାର ମହତ୍ତ୍ୱ ବିଷୟରେ ଜାଣନ୍ତୁ……
– ପ୍ରଭୁ ଶିବ ଜଣେ ଯୋଗୀ। ତେଣୁ ତାଙ୍କୁ ପ୍ରକୃତିର ସୁନ୍ଦର ରୂପ ମଧ୍ୟରେ ଧ୍ୟାନ କରିବାକୁ ଖୁବ ପସନ୍ଦ। ସବୁଜ ରଙ୍ଗର ପୋଷାକ ପିନ୍ଧିବା ଓ ଦ୍ରବ୍ୟ ବ୍ୟବହାର କରିବା ଦ୍ୱାରା ମହାଦେବ ପ୍ରସନ୍ନ ହୋଇଥାଆନ୍ତି। ତେଣୁ ମହିଳାମାନେ ଏହି ମାସରେ ସବୁଜ ରଙ୍ଗ ବ୍ୟବହାର କରିଥାଆନ୍ତି।
 – ଯେପରି ଲାଲ ରଙ୍ଗ ବୈବାହିକ ଜୀବନର ସୁଖଶାନ୍ତି ଓ ସୌଭାଗ୍ୟର ପ୍ରତୀକ ହୋଇଥାଏ ସେହିପରି ସବୁଜ ରଙ୍ଗ ମଧ୍ୟ ଖୁବ ମହତ୍ତ୍ୱପୂର୍ଣ୍ଣ ଅଟେ। ଶ୍ରାବଣ ମାସରେ ମହିଳାମାନେ ସବୁଜ ରଙ୍ଗର ଚୁଡ଼ି ପିନ୍ଧନ୍ତି। ଏପରି କରିବା ଦ୍ୱାରା ପ୍ରଭୁ ମହେଶ୍ୱରଙ୍କର ଆଶୀର୍ବାଦ ମିଳିବା ସହ ପତ୍ନି ଦୀର୍ଘାୟୁ ହୋଇଥାଆନ୍ତି। ଧାର୍ମିକ ଗନ୍ଥରେ ସବୁଜ ରଙ୍ଗ ବୁଧ ଗ୍ରହର ପ୍ରତୀକ ବୋଲି କୁହାଯାଏ। ସବୁଜ ରଙ୍ଗ ଧାରଣ କରିବା ଦ୍ୱାରା ଜାତକରେ ବୁଧଙ୍କ ସ୍ଥିତି ଭଲ ହେବା ସହ ସନ୍ତାନ ସୁଖ ପ୍ରାପ୍ତି ହୋଇଥାଏ ବୋଲି କୁହାଯାଏ। ଏତଦ୍‍ ବ୍ୟତୀତ ସବୁଜ ରଙ୍ଗ ଧାରଣ କରିବା ଦ୍ୱାରା ବୁଦ୍ଧି ଓ ସମୃଦ୍ଧି ମିଳିଥାଏ।
 – ବୁଧ ଗ୍ରହ ଯେକୌଣସି ବ୍ୟକ୍ତିଙ୍କ କ୍ୟାରିୟର ଓ ବ୍ୟବସାୟ ସହ ମଧ୍ୟ ଜଡ଼ିତ। ତେଣୁ ସବୁଜ ରଙ୍ଗ ଧାରଣ କରିବା ଦ୍ୱାରା ମନୁଷ୍ୟକୁ କର୍ମକ୍ଷେତ୍ରରେ ସଫଳତା ମିଳିଥାଏ।

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories