ମେଲ୍ବୋର୍ଣ୍ଣ: ଗ୍ରାଣ୍ଡସ୍ଲାମ୍ ଟେନିସ୍ ଟୁର୍ଣ୍ଣାମେଣ୍ଟ ଅଷ୍ଟ୍ରେଲିଆନ୍ ଓପନ୍ର ମହିଳା ଯୁଗଳ ଚମ୍ପିଆନ୍ ହୋଇଛନ୍ତି ଚେକ୍ ଗଣରାଜ୍ୟର ଯୋଡ଼ି ବାର୍ବୋରା କ୍ରେସିକୋଭା ଓ କାଟେରିନା ସିନିଆକୋଭା। ରବିବାର ଖେଳା ଯାଇଥିବା ଫାଇନାଲ ମ୍ୟାଚ୍ରେ କ୍ରେସିକୋଭା-ସିନିଆକୋଭା ୬-୭, ୬-୪, ୬-୪ ସେଟ୍ରେ କାଜାଖ୍ସ୍ତାନର ଆନ୍ନା ଡାନିଲିନା ଓ ବ୍ରାଜିଲ୍ର ବିଟ୍ରିଜ୍ ହାଡାଡ୍ ମାଇଆଙ୍କୁ ପରାସ୍ତ କରିଛନ୍ତି। ଏହି ବିଜୟ ସହ ଟପ୍ ସିଡ୍ କ୍ରେସିକୋଭା-ସିନିଆକୋଭା ଜୀବନର ୪ର୍ଥ ଗ୍ରାଣ୍ଡସ୍ଲାମ୍ ଟାଇଟଲ ଜିତିଛନ୍ତି। ପୂର୍ବରୁ କ୍ରେସିକୋଭା-ସିନିଆକୋଭା ୨୦୧୮ ଓ ୨୦୨୧ ଫ୍ରେଞ୍ଚ୍ ଓପନ୍ ଓ ୨୦୧୮ ୱିମ୍ବଲଡନ୍ରେ ମହିଳା ଡବଲ୍ସ ଟାଇଟଲ ଜିତିଥିଲେ। ଦୁହେଁ ୨୦୧୬ରୁ ଏକାଠି ଖେଳିବା ଆରମ୍ଭ କରିଥିଲେ। ଗତବର୍ଷ କ୍ରେସିକୋଭା-ସିନିଆକୋଭା ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲରେ ଏଲିଜ୍ ମର୍ଟେନ୍ସ ଓ ଆରିନା ସାବାଲେଙ୍କାଙ୍କଠାରୁ ପରାସ୍ତ ହୋଇ ଯାଇଥିଲେ। ମୋଟଉପରେ କ୍ରେସିକୋଭା-ସିନିଆକୋଭା ୧୧ଶ ଡବ୍ଲ୍ୟୁଟିଏ ଟାଇଟଲ ଜିତିଛନ୍ତି। ସେଥିରୁ ଦୁହେଁ ଗତବର୍ଷ କେବଳ ୫ଟି ଟାଇଟଲ ଜିତିଥିଲେ।
Popular Categories



