www.samajalive.in
Sunday, December 14, 2025
26.1 C
Bhubaneswar

ବୈତରଣୀରେ ବୁଡି ଜେଜେ-ନାତିଙ୍କ ମୃତ୍ୟୁ

ପାଟଣା: ପାଟଣା ଥାନା ସାହାରପଡା ବ୍ଲକ ସିଲିପଦା ଗ୍ରାମର ବାସୁଦେବ ମହାନ୍ତ(୬୫) ଓ ତାଙ୍କ ସାନନାତି ଦିବ୍ୟାଂଶୁ ମହାନ୍ତ(୧୧) ଶୁକ୍ରବାର ନିକଟ ବୈତରଣୀ ଘାଟରେ ବୁଡି ପ୍ରାଣ ହରାଇଛନ୍ତି। ଶୁକ୍ରବାର ବାସୁଦେବଙ୍କ ବଡନାତି ଡାନିଏଲର(୧୪)ର ଜନ୍ମଦିନ ଥିଲା। ତେଣୁ ସେ ନିଜର ୨ନାତିଙ୍କୁ ନେଇ ଗାଁ ପାଖ ବୈତରଣୀରେ ଗାଧୋଇବାକୁ ଯାଇଥିଲେ। ଗାଧୋଇବା ସମୟରେ ୨ ନାତି ଗଭୀର ଜଳକୁ ଚାଲିଯିବାରୁ ସେମାନଙ୍କୁ ବଞ୍ଚାଇବାକୁ ବାସୁଦେବ ମଧ୍ୟ ଗଭୀର ପାଣିକୁ ପଶି ଯାଇଥିଲେ। ତେବେ ବଡ଼ ନାତି ପହଁରି ପହଁରି ଜୀବନ ରକ୍ଷା କରିଥିବା ବେଳେ ସାନନାତି ଦିବ୍ୟାଂଶୁ ଓ ବାସୁଦେବ ବୁଡିଯାଇ ପ୍ରାଣ ହରାଇଥିଲେ।

ସ୍ଥାନୀୟ ଲୋକେ ଉଭୟଙ୍କୁ ଉଦ୍ଧାର କରିବା ପରେ ଅଗ୍ନିଶମ ବାହିନୀ ସହାୟତାରେ ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। ଦିବ୍ୟାଂଶୁର ଜୀବନ ରକ୍ଷା ଉଦ୍ଦେଶ୍ୟରେ ତାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ହେଲେ ସେଠାରେ ଡାକ୍ତର ତା’କୁ ମୃତ ଘୋଷଣା କରିଥିଲେ। ଏ ନେଇ ପାଟଣା ଥାନାରେ ଏକ ଅପମୃତ୍ୟୁ ମାମଲା୧୩/୨୦୨୫ ରୁଜୁ ହୋଇଛି। ବ୍ୟବଚ୍ଛେଦ ପରେ ଉଭୟଙ୍କ ମୃତଦେହକୁ ପରିବାରକୁ ହସ୍ତାନ୍ତର କରାଯାଇଛି। ବଡ଼ ନାତିର ଜନ୍ମଦିନରେ ଜେଜେ ଓ ସାନ ନାତିର ମୃତ୍ୟୁ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି।

Hot this week

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

Related Articles

Popular Categories