www.samajalive.in
Thursday, December 11, 2025
16.1 C
Bhubaneswar

ବମ୍ବେର ଗୋୱାଲିଆ ଟ୍ୟାଙ୍କ ପଡ଼ିଆରୁ ମହାତ୍ମାଙ୍କ ଆହ୍ୱାନ ; ମେହେରାଲିଙ୍କ ‘ଭାରତ ଛାଡ ଶବ୍ଦ’

୮ ଅଗଷ୍ଟ ୧୯୪୨ରେ ବମ୍ବେର ଗୋୱାଲିଆ ଟ୍ୟାଙ୍କ ପଡ଼ିଆରେ ମୌଲାନା ଆବୁଲ କାଲାମ ଆଜାଦଙ୍କ ସଭାପତିତ୍ୱରେ ଭାରତୀୟ ଜାତୀୟ କଂଗ୍ରେସର ଖୋଲା ଅଧିବେଶନ ହେଲା। ୨୫୦ ଜଣ ପ୍ରତିନିଧି ଓ ୧୦ ହଜାର ଦର୍ଶକ ଉପସ୍ଥିତ ଥିଲେ। ଇଂରେଜମାନେ ଭାରତ ଛାଡ଼ି ଚାଲିଯିବା ପାଇଁ ମୌଲାନା ଆଜାଦ ଭାରତ ଛାଡ଼ ପ୍ରସ୍ତାବ ଆଗତ କଲେ। ଇଂରେଜମାନେ ଭାରତକୁ ସ୍ୱାଧୀନତା ନ ଦେଲେ ଗାନ୍ଧୀଜୀଙ୍କ ନେତୃତ୍ୱରେ ଦେଶବ୍ୟାପୀ ଆନ୍ଦୋଳନ ହେବ ବୋଲି କହିଲେ। ମହାତ୍ମା ଗାନ୍ଧୀ ଡାକରା ଦେଲେ କର ବା ମର । ସେ କହିଥିଲେ, ଅହିଂସା ମାର୍ଗରେ ଆମେ ଆନ୍ଦୋଳନ କରିବୁ। ଆପଣମାନେ ଅହିଂସା ଛାଡ଼ିଦେଲେ ମୋତେ ଜୀବନ୍ତ ଅବସ୍ଥାରେ ପାଇବ ନାହିଁ। ଜବାହର ଲାଲ ନେହରୁ ଉଦବୋଧନ ଦେଇ କହିଥିଲେ, ଆମେ ନିଆଁକୁ ଡେଇଁଛୁ। ଆମେ ଜୟଯୁକ୍ତ ହେବୁ, ନଚେତ ପୋଡ଼ି ଭସ୍ମ ହୋଇଯିବୁ। ୟୁସୁଫ ମେହେରାଲିଙ୍କ କଣ୍ଠରୁ ବାହାରିଥିବା “କୁଇଟ ଇଣ୍ଡିଆ’  ବା ଭାରତ ଛାଡ ଶବ୍ଦକୁ ଗ୍ରହଣ କରାଗଲା ଓ ଏହି ଶବ୍ଦ ସମସ୍ତଙ୍କ ପ୍ରାଣରେ ଖେଳାଇଦେଳା ଉଦ୍ଦୀପନା। ଭାରତ ଛାଡ଼ ଆନ୍ଦୋଳନ ପ୍ରସ୍ତାବ ଗୃହୀତ ହେବା ପରେ ଗାନ୍ଧୀଜୀ ଆମେରିକା ରାଷ୍ଟ୍ରପତି ରୁଜଭେଲଟ ଓ ଚୀନର ଶାସକ ଚ୍ୟାଙ୍ଗ କାଇସେକଙ୍କୁ ପତ୍ର ଲେଖିଲେ, ଭାରତକୁ ସ୍ୱାଧୀନ କରିବାକୁ ବ୍ରିଟେନ ଉପରେ ଚାପ ପକାଇବା ନିମନ୍ତେ। ସେମାନେ ବ୍ରିଟେନ ପ୍ରଧାମନ୍ତ୍ରୀ ଚର୍ଚ୍ଚିଲଙ୍କ ଉପରେ ଚାପ ପକାଇଥିଲେ ହେଁ ସେ ଉପହାସ କରି କହିଥିଲେ, ବ୍ରିଟିଶ ସାମ୍ରାଜ୍ୟର ବିଲୋପ ପ୍ରକ୍ରିୟାରେ ପୌରୋହିତ୍ୟ କରିବା ନେଇ ସେ ବ୍ରିଟେନର ପ୍ରଥମ ପ୍ରଧାନମନ୍ତ୍ରୀ ହେବେ ନାହିଁ। ଅଗଷ୍ଟ ୯ ତାରିଖ ପାହାନ୍ତାରୁ ଗାନ୍ଧୀଜୀ ଓ ସବୁ ତୁଙ୍ଗ ନେତାଙ୍କୁ ଗିରଫ କରାଗଲା। କଂଗ୍ରେସକୁ ବେଆଇନ ଘୋଷଣା କରାଗଲା।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories