ମାଣ୍ଡିଆରୁ ମଦ ତିଆରି କରିବେ ସରକାର !

ସମାଜ ଡିଜିଟାଲ ଡେସ୍କ: ମାଣ୍ଡିଆ ଚାଷକୁ ପ୍ରୋତ୍ସାହନ ଦେବା ଲାଗି ସରକାର ମାଣ୍ଡିଆରୁ ମଦ ତିଆରି କରିବାକୁ ଯୋଜନା କରିଛନ୍ତି। ଯେଉଁ କମ୍ପାନୀ ଏଥିପାଇଁ ଆଗ୍ରହ ପ୍ରକାଶ କରିବା ତାହାକୁ ସବସିଡି ଯୋଗାଇ ଦିଆଯିବ ବୋଲି ସରକାର କହିଛନ୍ତି। ୨୦୨୫-୨୬ ଅବକାରୀ ନୀତିକୁ ନେଇ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏପରି ନିଷ୍ପତ୍ତି ହୋଇଥିବା ଜଣାପଡ଼ିଛି।

ସୂଚନା ଅନୁସାରେ, ସରକାର କିଛି ମଦ ପ୍ରସ୍ତୁତକାରୀ କମ୍ପାନୀ ସହ ଆଲୋଚନା କରିଛନ୍ତି। ମାଣ୍ଡିଆ, ଯଅ, ବାଜରା ଭଳି ଶସ୍ୟରୁ ଏହି କମ୍ପାନୀଗୁଡ଼ିକ ମଦ ତିଆରି କରିବାକୁ ଆଗ୍ରହୀ ରହିଛନ୍ତି। ସେହିପରି ମହୁଲିକୁ ବିଶୁଦ୍ଧ କରି ନାନା ପ୍ରକାର ଫ୍ଲେଭର ମିଶାଇ ବିଶ୍ଵସ୍ତରୀୟ କରିବାକୁ ସରକାର ଯୋଜନା କରିଛନ୍ତି। ଏହାବ୍ୟତୀତ ରାଜ୍ୟରେ ଭଲ ବ୍ରାଣ୍ଡର ବିଦେଶୀ ମଦ କାରଖାନା ପ୍ରତିଷ୍ଠା ଦିଗରେ ମଧ୍ୟ ସରକାର ଆଲୋଚନା କରିଥିବା ସୂଚନା ମିଳିଛି।

Comments are closed.