www.samajalive.in
Saturday, December 6, 2025
23.1 C
Bhubaneswar

କୃଷି ଆଇନକୁ ଦେଢ଼ ବର୍ଷ ଯାଏ ସ୍ଥଗିତ ରଖିବାକୁ କେନ୍ଦ୍ରର ପ୍ରସ୍ତାବ; ମାନିଲେନି କୃଷକ, କାଲି ଶୁଣାଇବେ ନିଷ୍ପତ୍ତି

ନୂଆଦିଲ୍ଲୀ: କୃଷି ଆଇନକୁ ନେଇ ସରକାର ଏବଂ କୃଷକଙ୍କ ମଧ୍ୟରେ ଜାରି ରହିଥିବା ବିବାଦ ସମାଧାନ ହୋଇପାରୁ ନାହିଁ। ବୁଧବାର ଏଥିପାଇଁ ସରକାର ଏବଂ କୃଷକଙ୍କ ମଧ୍ୟରେ ୧୦ମ ପର୍ଯ୍ୟାୟ ଆଲୋଚନା ହୋଇଥିଲା। କିନ୍ତୁ ଏଥିରୁ କୌଣସି ନିଷ୍କର୍ସ ବାହାରିପାରି ନାହିଁ। ସରକାରଙ୍କ ସମସ୍ତ ପ୍ରସ୍ତାବକୁ କୃଷକ ସଂଗଠନର ପ୍ରତିନିଧିମାନେ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି। ଆସନ୍ତା ୨୨ ତାରିଖରେ ପରବର୍ତ୍ତୀ ବୈଠକ ବସିବ।

ବୁଧବାର ଆଲେଚନା ସମୟରେ କେନ୍ଦ୍ର ସରକାର ନରମ ଆଭିମୁଖ୍ୟ ପୋଷଣ କରିଥିଲେ। ୩ଟି ଯାକ କୃଷି ଆଇନ ଉପରେ ଅସ୍ଥାୟୀ ଭାବେ ରୋକ୍‌ ଲଗାଇବାକୁ ସରକାର ପ୍ରସ୍ତାବ ଦେଇଥିଲେ। ଦେଢ଼ ବର୍ଷ ପର୍ଯ୍ୟନ୍ତ ଅସ୍ଥାୟୀ ଭାବେ ଆଇନକୁ ସ୍ଥଗିତ ରଖିବାକୁ ସରକାର ପ୍ରସ୍ତାବରେ କହିଥିଲେ। ଏଥିପାଇଁ ସରକାର ସୁପ୍ରିମକୋର୍ଟରେ ଲିଖିତ ସତ୍ୟପାଠ ଦାଖଲ କରିବାକୁ ପ୍ରସ୍ତୁତ ଥିବା କହିଥିଲେ। କିନ୍ତୁ କୃଷକ ସଂଗଠନଗୁଡ଼ିକର ପ୍ରତିନିଧିମାନେ ଏହାକୁ ଗ୍ରହଣ କରି ନ ଥିଲେ। ସେହିପରି ଆସନ୍ତା ୨୬ ତାରିଖ ସାଧାରଣତନ୍ତ୍ର ଦିବସରେ ପ୍ରସ୍ତାବିତ ଟ୍ରାକ୍ଟର ରାଲି ନ କରିବାକୁ ସରକାରଙ୍କ ପକ୍ଷରୁ ପ୍ରସ୍ତାବ ଦିଆଯାଇଥିଲା, ଯାହାକୁ ସେମାନେ ମାନି ନ ଥିଲେ।

- Advertisement -

ଅନ୍ୟ କୃଷକମାନଙ୍କ ସହିତ ଆଲେଚନା କରିବା ପରେ ଏହି ଦୁଇଟି ପ୍ରସ୍ତାବ ସମ୍ପର୍କରେ ନିଷ୍ପତ୍ତି ନେବେ ବୋଲି ପ୍ରତିନିଧିମାନେ କହିଥିଲେ। ଏହା ପରେ ସେମାନଙ୍କ ମଧ୍ୟରେ ଏକ ବୈଠକ ବସିଥିଲା। ଆସନ୍ତା କାଲି ଅର୍ଥାତ ଗୁରୁବାର ସରକାରଙ୍କ ପ୍ରସ୍ତାବ ଉପରେ ନିଷ୍ପତ୍ତି ଶୁଣାଇ ବୋଲି କୃଷକ ସଂଗଠନର ପ୍ରତିନିଧିମାନେ କହିଛନ୍ତି। କୃଷକ ପ୍ରତିନିଧିମାନେ କହିଛନ୍ତି ଯେ, ସରକାରଙ୍କ ପ୍ରସ୍ତାବ ସକାରାତ୍ମକ। କିନ୍ତୁ ଆମେ ଆଇନକୁ ସମ୍ପୂର୍ଣ୍ଣ ପ୍ରତ୍ୟାହାର ଦାବି କରୁଛୁ।

ବୈଠକରେ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର କହିଥିଲେ, ଆମକୁ ଏହି ପ୍ରସଙ୍ଗରେ ମିଳିମିଶି ସମାଧାନର ରାସ୍ତା ବାହାର କରିବାକୁ ପଡ଼ିବ। କେତେ ଦିନ ପର୍ଯ୍ୟନ୍ତ ଏମିତି ଚାଷୀମାନେ ଆନ୍ଦୋଳନ କରି ରାସ୍ତାରେ ବସି ରହିବେ। ଏଥିପାଇଁ ଆମ ସମସ୍ତଙ୍କୁ ମିଶି କରି ସମାଧାନ ବାଟ ଖୋଜିବାକୁ ପଡ଼ିବ।

ଏହାବ୍ୟତୀତ ସରକାର ଆଇନକୁ ସ୍ଥଗିତ ରଖିବା ସହିତ ଏକ କମିଟି ଗଠନ କରିବା ଲାଗି ପ୍ରସ୍ତାବ ଦେଇଥିଲେ। ଏହି କମିଟିରେ କୃଷକ ଏବଂ ସରକାରଙ୍କର ପ୍ରତିନିଧି ରହିବେ। କିନ୍ତୁ କୃଷକ ପ୍ରତିନିଧିମାନେ ତାହାକୁ ବି ଅସ୍ବୀକାର କରିଦେଇଥିଲେ।

Hot this week

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

Related Articles

Popular Categories