ନୂଆଦିଲ୍ଲୀ : ନେପାଳ ସୀମାନ୍ତବର୍ତ୍ତୀ ଗ୍ରାମଗୁଡ଼ିକରେ କରୋନା ଭୂତାଣୁ ସଂକ୍ରମଣ ଯାଞ୍ଚ କରିବା ଲାଗି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ବିଶେଷଜ୍ଞମାନଙ୍କୁ ନେଇ କେନ୍ଦ୍ରୀୟ ଦଳ ଗଠନ କରିଛି। ଏ ସଂପର୍କରେ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ନେପାଳ ସୀମାନ୍ତବର୍ତ୍ତୀ ଉତ୍ତରାଖଣ୍ଡ, ଉତ୍ତରପ୍ରଦେଶ,ବିହାର, ସିକିମ ଓ ପଶ୍ଚିମବଙ୍ଗର ଗ୍ରାମଗୁଡ଼ିକରେ ଏହି ବିଶେଷଜ୍ଞ ଦଳ କରୋନା ଭୂତାଣୁ ସଂପର୍କରେ ତଦାରଖ କରିବେ। ଏଥିସହିତ ସେମାନେ ସଂପୃକ୍ତ ଅଞ୍ଚଳରେ ଏହି ଭୂତାଣୁ ପ୍ରତିହତ କରିବା ଲାଗି ଜନସଚେତନତା ସୃଷ୍ଟି କରିବେ। ଏଥିଲାଗି ବିଶେଷଜ୍ଞ ଡାକ୍ତରମାନଙ୍କୁ ନେଇ ୫ଟି ସ୍ୱତନ୍ତ୍ର ଦଳ ଗଠନ କରାଯାଇଛି।
ନେପାଳ ସୀମାନ୍ତବର୍ତ୍ତୀ ଗ୍ରାମରେ କରୋନା ଭୂତାଣୁ ସଂକ୍ରମଣର ଯାଞ୍ଚ କରିବେ ୫ଟି ସ୍ୱତନ୍ତ୍ର ଦଳ
Popular Categories



