www.samajalive.in
Thursday, December 11, 2025
18.1 C
Bhubaneswar

ଏଣିକି ତମାଖୁ ପ୍ୟାକେଟରେ ରହିବ ଚିତ୍ର ସହିତ ହେଲ୍ପ ଲାଇନ ନମ୍ବର

ନୂଆଦିଲ୍ଲୀ: ଏଣିକି ତମାଖୁ ଉତ୍ପାଦ ପ୍ୟାକେଟ ଉପରେ ନିର୍ଦ୍ଦିଷ୍ଟ ସ୍ୱାସ୍ଥ୍ୟ ଚେତାବନୀର ନୂଆ ଚିତ୍ର ଦେଖିବାକୁ ମିଳିବ। ଏ ନେଇ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସିଗାରେଟ ଓ ଅନ୍ୟ ତମାଖୁ ଉତ୍ପାଦ (ପ୍ୟାକେଜିଂ ଓ ଲେବଲିଂ) ନିୟମ, ୨୦୦୮ରେ ସଂଶୋଧନ କରାଯାଇଛି। ଏହି ସଂଶୋଧନ ଫଳରେ ୨୦୧୮ରେ ଜାରି ସିଗାରେଟ ଓ ଅନ୍ୟ ତମାଖୁ ଉତ୍ପାଦ ନିୟମର ଦ୍ୱିତୀୟ ସଂଶୋଧନକୁ ଲାଗୁ କରାଯାଇଛି।

ବିଜ୍ଞପ୍ତି ଅନୁଯାୟୀ ୧ ସେପ୍ଟେମ୍ବର, ୨୦୧୯ ତମାଖୁ ଓ ତମାଖୁ ସମ୍ପର୍କିତ ନିର୍ମିତ, ପ୍ୟାକେଜ ହୋଇଥିବା ଏବଂ ଆମଦାନୀ ହୋଇଥିବା ସମସ୍ତ ତମାଖୁ ଉତ୍ପାଦ ଉପରେ ଚେତାବନୀ ଚିତ୍ର ପ୍ରଦର୍ଶନ ହେବ। ‘”QUIT TODAY CALL ୧୮୦୦-୧୧-୨୩୫୬‘ ହେଲ୍ପ ଏହି ସ୍ୱାସ୍ଥ୍ୟ ଚେତାବନୀର ଏକ ଅଂଶବିଶେଷ। ଏହା ଫଳରେ ତମାଖୁ ବ୍ୟବହାରକାରୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯାଇ ପାରିବ ଏବଂ ସେମାନଙ୍କୁ ଅଭ୍ୟାସ ପରିବର୍ତନ ଲାଗି ପରାମର୍ଶ ସେବା ଯୋଗାଇ ଦିଅ ଯାଇପାରିବ।

- Advertisement -

ଏକ ସର୍ବେକ୍ଷଣରୁ ଜଣାପଡ଼ିଛି, ୧୫ ବର୍ଷ କିମ୍ବା ଅଧିକ ବୟସର ଲୋକମାନଙ୍କ ମଧ୍ୟରେ ସିଗାରେଟ ଧୂମପାନ କରୁଥିବା ଲୋକଙ୍କ ମଧ୍ୟରୁ ୬୧.୯ ପ୍ରତିଶତ, ବିଡ଼ି ଧୂମପାନ କରୁଥିବା ମଧ୍ୟରୁ ୫୩.୮ ପ୍ରତିଶତ ଏବଂ ଧୁଆଁମୁକ୍ତ ତମାଖୁ ସେବନ କରୁଥିବା ଲୋକଙ୍କ ମଧ୍ୟରୁ ୪୬.୨ ପ୍ରତିଶତ ତମାଖୁର ପ୍ୟାକେଟରେ ଚେତାବନୀ ଲେବଲ ଦେଖି ନିଶା ଛାଡ଼ିବା ବିଷୟରେ ଚିନ୍ତା କରିଛନ୍ତି।

Hot this week

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

Related Articles

Popular Categories