www.samajalive.in
Saturday, December 6, 2025
15.1 C
Bhubaneswar

ଅଙ୍ଗନବାଡୀ କର୍ମୀଙ୍କ ଅକାଳ ବିୟୋଗ, ସରକାର ଆର୍ଥିକ ସହାୟତା ଯୋଗାଇଦେବାକୁ ଦାବି

ନବରଙ୍ଗପୁର: ତେନ୍ତୁଳିଖୁଣ୍ଟି ବ୍ଳକ ଅନ୍ତର୍ଗତ ଦିଗି-୧ର ଅଙ୍ଗନବାଡୀ କର୍ମୀ ଶାନ୍ତିକୁମାରୀ ପଣ୍ଡାଙ୍କର ଅକାଳ ବିୟୋଗ ହୋଇଯାଇଛିା ମୃତ୍ୟୁବେଳକୁ ତାଙ୍କୁ ୫୫ ବର୍ଷ ବୟସ ହୋଇଥିଲା। ସେ ସ୍ତନ କର୍କଟ ରୋଗରେ ପୀଡ଼ିତ ହୋଇଥିଲେ। ତାଙ୍କ ସ୍ୱାମୀଙ୍କ ସମେତ ପରିବାରର ୯ଜଣ ଅଛନ୍ତି। ତାଙ୍କ ୬୫ ବର୍ଷୀୟ ସ୍ୱାମୀ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡିତ ଥିବାବେଳେ ବଡପୁଅ ପକ୍ଷାଘାତ ରୋଗରେ ପୀଡିତ। ସାନ ପୁଅ ରୋଜଗାରହୀନ। ଅତିଗରୀବ ପରିବାର ହୋଇଥିବାବେଳେ ତାଙ୍କର ଜମିବାଡି କିମ୍ବା ଅନ୍ୟ ରୋଜଗାର ନାହିଁ। ଶାନ୍ତି କୁମାରୀଙ୍କର ଦରମାରେ ପରିବାର ଚଳୁଥିଲେ। ତେବେ ତାଙ୍କର ଅକାଳ ବିୟୋଗରେ ପରିବାର ଲୋକ ଭାଙ୍ଗିପଡିଛନ୍ତି। ଏହି ପରିବାରକୁ ସରକାରୀ ସହାୟତା ପ୍ରଦାନ କରିବାକୁ ଗ୍ରାମବାସୀମାନେ ଅନୁରୋଧ କରିଛନ୍ତି।

ଅନ୍ୟପକ୍ଷରେ ରାଜ୍ୟ ସରକାରଙ୍କ ପକ୍ଷରୁ କେନ୍ଦ୍ରସରକାରଙ୍କ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ଯୋଜନା, ପ୍ରଧାନମନ୍ତ୍ରୀ ସୁରକ୍ଷା ଯୋଜନା ଓ ଆୟୁଷ୍ମାନ ଯୋଜନା ଲାଗୁ କରି ନ ଥିବାରୁ ଶାନ୍ତି କୁମାରୀ ଚିକିତ୍ସା ସୁବିଧାରୁ ବଞ୍ଚିତ ହୋଇ ପ୍ରାଣ ହରାଇଥିବା ଭାରତୀୟ ମଜଦୂର ସଂଘର ଜିଲା ସମ୍ପାଦକ ପରମେଶ୍ୱର ବିଷୋୟୀ ଅଭିଯୋଗ କରିଛନ୍ତିା ଏହି ଯୋଜନା କାର୍ଯ୍ୟକାରୀ ହୋଇଥିଲେ ହୁଏତ ଶାନ୍ତିକୁମାରୀ ବଞ୍ଚିଯାଇଥାନ୍ତେ ବୋଲି କହିଛନ୍ତି। ଏହି ସମସ୍ତ କେନ୍ଦ୍ରୀୟ ଯୋଜନା ଅଙ୍ଗନବାଡୀ କର୍ମୀଙ୍କର ପାଇଁ ଲାଗୁ ହୋଇଥାନ୍ତା ଓ କେନ୍ଦ୍ରସରକାର ସମସ୍ତ ପ୍ରିମିୟମ ଦେଇଥାନ୍ତେ। ମୃତ୍ୟୁକାଳୀନ ୪ ଲକ୍ଷ ଟଙ୍କା ପରିବାର ଲୋକ ପାଇପାରିଥାନ୍ତେ। କିନ୍ତୁ ଏହି ରାଜ୍ୟରେ ଏହା ଲାଗୁ ନହେବା ପରିତାପର ବିଷୟ। ଯାହାଫଳରେ ଚିକତ୍ସା ସୁବିଧା ଓ ଆର୍ଥିକ ସହାୟତାରୁ ବଞ୍ଚିତ ହୋଇଥିବା କହିଛନ୍ତି। ତେବେ ରାଜ୍ୟ ସରକାର ଏହି ମୃତ ଅଙ୍ଗନବାଡୀକର୍ମୀଙ୍କର ଗରୀବ ଓ ଅସହାୟ ପରିବାରକୁ ୪ଲକ୍ଷ ଟଙ୍କା ସହାୟତା ପ୍ରଦାନ କରିବାକୁ ସେ ଦାବି କରିଛନ୍ତି।

- Advertisement -

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories