ନୂଆଦିଲ୍ଲୀ : ୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ଜିଏସ୍ଟି ରିଟର୍ଣ୍ଣ ଦାଖଲ କରିବାର ସମୟସୀମାକୁ ସରକାର ଆଉ ଏକ ମାସ ବୃଦ୍ଧି କରିଛନ୍ତି। ବର୍ତ୍ତମାନ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଜିଏସ୍ଟି ରିଟର୍ଣ୍ଣ ଦାଖଲ କରାଯାଇପାରିବ। ଏହି ବର୍ଦ୍ଧିତ ସମୟସୀମାର ଉପଯୋଗ କରିବାକୁ ଅର୍ଥମନ୍ତ୍ରଣାଳୟ
ଟିକସଦାତାମାନଙ୍କୁ ଅନୁରୋଧ କରିଛି। ଶେଷ ମୁହୂର୍ତ୍ତର ଭିଡ଼ରୁ ରକ୍ଷା ପାଇବା ପାଇଁ ସେମାନଙ୍କୁ ଆଗୁଆ ରିଟର୍ଣ୍ଣ ଦାଖଲ କରିବା ପାଇଁ ପରାମର୍ଶ
ଦିଆଯାଇଛି। କେବଳ ଦୁଇକୋଟିରୁ ଅଧିକ ଟଙ୍କାର ବାର୍ଷିକ କାରବାର କରୁଥିବା ଟିକସଦାତାମାନେ ବାଧ୍ୟତାମୂଳକ ଭାବେ ରିଟର୍ଣ୍ଣ ଦାଖଲ
କରିବେ।
ଜିଏସ୍ଟି ରିଟର୍ଣ୍ଣ ଦାଖଲ ସମୟସୀମା ଆଉ ଏକ ମାସ ବୃଦ୍ଧି
Popular Categories



