www.samajalive.in
Friday, December 12, 2025
16.1 C
Bhubaneswar

ପିଏମସି ବ୍ୟାଙ୍କ ପ୍ରସଙ୍ଗରେ ସରକାର ବିଚାର କରୁଛନ୍ତି – ସୀତାରମଣ

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି, ପଞ୍ଜାବ ଓ ମହାରାଷ୍ଟ୍ର ସମବାୟ ବ୍ୟାଙ୍କ୍‍ ଉପରେ ସରକାର ତୀକ୍ଷ୍ଣ ଦୃଷ୍ଟି ରଖିଛନ୍ତି ଏବଂ ଜମାକାରୀମାନେ ଯେଭଳି ସେମାନଙ୍କର ଟଙ୍କା ଫେରିପାଇବେ ସେଥିପାଇଁ ପଦକ୍ଷେପ ନେଉଛନ୍ତି। ନୂଆଦିଲ୍ଲୀରେ ରାଷ୍ଟ୍ରାୟତ ଉଦ୍ୟୋଗ ବ୍ୟାଙ୍କ୍‍ଗୁଡ଼ିକର ମୁଖ୍ୟମାନଙ୍କର ଏକ ବୈଠକ ପରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ସୀତାରମଣ କହିଛନ୍ତି, ଉପଭୋକ୍ତାମାନଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଯଥାସମ୍ଭବ ସମସ୍ୟାର ସମାଧାନ କରାଯିବ ବୋଲି ରିଜର୍ଭ ବ୍ୟାଙ୍କ୍‍ ବାରମ୍ବାର କହିଆସୁଛି।

ବ୍ୟାଙ୍କ୍‍ଗୁଡ଼ିକର ମିଶ୍ରଣ ସଂକ୍ରାନ୍ତରେ ଏକ ପ୍ରଶ୍ନର ଉତ୍ତରରେ ସୀତାରମଣ କହିଛନ୍ତି, ସବୁ କିଛି ସୁରୁଖୁରୁରେ ଚାଲିଛି। ସେ କହିଛନ୍ତି, ବ୍ୟାଙ୍କ୍‍ଗୁଡ଼ିକ ପାଖରେ ଯଥେଷ୍ଟ ପରିମାଣର ନଗଦି ରହିଛି ଏବଂ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗଗୁଡ଼ିକୁ ବଡ଼ବଡ଼ ଶିଳ୍ପପତିମାନଙ୍କ ଦ୍ୱାରା ଦେୟ ପ୍ରଦାନ ଲାଗି ସବୁ ବ୍ୟବସ୍ଥା କରାଯାଉଛି। ଉଦ୍ୟୋଗ ବ୍ୟାପାର ମନ୍ତ୍ରଣାଳୟରେ ବଡ଼ ବଡ଼ କମ୍ପାନୀଗୁଡ଼ିକ ପକ୍ଷରୁ ଦାଖଲ କରାଯାଇଥିବା ରିଟର୍ଣ୍ଣ ଅନୁଯାୟୀ ଏମ୍‍.ଏସ୍‍.ଏମ୍‍.ଇ. କ୍ଷେତ୍ରକୁ ୪୦ହଜାର କୋଟି ଟଙ୍କା ଦେୟ ଦେବାକୁ ପଡ଼ିବ। ଅର୍ଥମନ୍ତ୍ରୀ କହିଛନ୍ତି, ଦୀପାବଳି ପୂର୍ବରୁ ଏମ୍‍.ଏସ୍‍.ଏମ୍‍.ଇ. ଗୁଡ଼ିକର ଦେୟ ପୈଠ ପାଇଁ ନିଶ୍ଚିତ ପଦକ୍ଷେପ ନିଆଯାଉଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

Related Articles

Popular Categories