www.samajalive.in
Saturday, December 6, 2025
15.1 C
Bhubaneswar

ଖୁବ ଶୀଘ୍ର ହ୍ରାସ ପାଇବ ଟମାଟୋ ଓ ପିଆଜ ଦର : ଆନ୍ତଃ ମନ୍ତ୍ରୀ ସ୍ତରୀୟ କମିଟି ବୈଠକରେ ସମୀକ୍ଷା

ନୂଆଦିଲ୍ଲୀ : ଦେଶରେ ଖୁବ ଶୀଘ୍ର ଟମାଟୋ ଓ ପିଆଜ ଦର ହ୍ରାସ ପାଇବ। ମଧ୍ୟପ୍ରଦେଶରୁ ଟମାଟୋ ଆସିବା ଆରମ୍ଭ ହୋଇ ଯାଇଥିବାରୁ ବର୍ତ୍ତମାନ ମୂଲ୍ୟ ଆହୁରି ହ୍ରାସ ପାଇବ ବୋଲି ଆଶା କରାଯାଉଛି। ସେହିପରି ମଧ୍ୟପ୍ରଦେଶ ଓ ରାଜସ୍ଥାନରୁ ନୂଆ ପିଆଜ ପହଞ୍ଚିବା ଆରମ୍ଭ ହୋଇଛି ଏବଂ ଦୀପାବଳି ପରେ ମୂଲ୍ୟ ଆହୁରି କମିବ ବୋଲି ସମ୍ଭାବନା ରହିଛି । ଅନ୍ୟପକ୍ଷରେ ମଦର ଡାଏରୀ କେଜି ପ୍ରତି ୫୫ ଟଙ୍କା ଅବା ତା’ଠାରୁ ମ୍ ଦରରେ ଟମାଟୋ ବିକ୍ରି କରିବାକୁ ମଦର ଡାଏରୀ ସହମତ ହୋଇଛି।

ଦେଶରେ ପିଆଜ, ଟମାଟୋ ଓ ଡାଲିର ଉପଲବ୍ଧତା ଏବଂ ମୂଲ୍ୟ ଓ ଯୋଗାଣ ସଂକ୍ରାନ୍ତରେ ଶୁକ୍ରବାର ଆନ୍ତଃ ମନ୍ତ୍ରୀ ସ୍ତରୀୟ କମିଟି ସମୀକ୍ଷା କରିଛି। ଏହି ବୈଠକରେ ଏ ନେଇ ବିସ୍ତୃତ ଆଲୋଚନା ହୋଇଛି । କେଜି ପ୍ରତି ୫୫ ଟଙ୍କାରେ ଟମାଟୋ ବିକ୍ରି କରିବାକୁ ମଦର ଡାଏରୀ ରାଜି ହୋଇଛି ବୋଲି  ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ସେହିପରି ଟମାଟୋର ମୂଲ୍ୟ ସ୍ୱାଭାବିକ ହୋଇଥିବା ବିଷୟ ଏହି ବୈଠକରେ ଅବଗତ କରାଯାଇଛି ।

- Advertisement -

ବର୍ତ୍ତମାନ ଡାଲି ଜାତୀୟ ଶସ୍ୟ ଯଥେଷ୍ଟ ମହଜୁଦ୍‍ ରହିଛି ଏବଂ କେନ୍ଦ୍ରୀୟ ଭଣ୍ଡାର ଓ ସଫଲ ଭଣ୍ଡାର ଗୁଡ଼ିକ ଜରିଆରେ ଅଧକିଲୋ ଓ ଏକ କିଲୋ ପ୍ୟାକେଟରେ ଡାଲି ବିକ୍ରି ପାଇଁ ବ୍ୟବସ୍ଥା କରାଯାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories