www.samajalive.in
Friday, December 5, 2025
20.1 C
Bhubaneswar

କୋଭିଡ-୧୯ ମୁକାବିଲା : ଭାରତ-ଏଆଇଆଇବି ମଧ୍ୟରେ ୫୦ କୋଟି ଡଲାର ଋଣଚୁକ୍ତି

ନୂଆଦିଲ୍ଲୀ : କୋଭିଡ-୧୯ ମହାମାରୀର ମୁକାବିଲା ଏବଂ ଜନ ସ୍ବାସ୍ଥ୍ୟ ପ୍ରସ୍ତୁତିକୁ ସୁଦୃଢ଼ କରିବା ଲାଗି ଭାରତକୁ ସହାୟତା କରିବା ନିମନ୍ତେ ଶୁକ୍ରବାର ଭାରତ ସରକାର ଓ ଏସୀୟ ଭିତ୍ତିଭୂମି ନିବେଶ ବ୍ୟାଙ୍କ (ଏଆଇଆଇବି) ମଧ୍ୟରେ ୫୦ କୋଟି ଆମେରିକୀୟ ଡଲାରର ଏକ ଋଣଚୁକ୍ତି ସ୍ବାକ୍ଷରିତ ହୋଇଛି । “କୋଭିଡ-୧୯ ଜରୁରିକାଳୀନ ମୁକାବିଲା ଏବଂ ସ୍ବାସ୍ଥ୍ୟ ବ୍ୟବସ୍ଥା ପ୍ରସ୍ତୁତି ପ୍ରକଳ୍ପ” ନାମକ ଏହି ଚୁକ୍ତି ସ୍ବାସ୍ଥ୍ୟସେବା କ୍ଷେତ୍ରରେ ବ୍ୟାଙ୍କ ପକ୍ଷରୁ ଭାରତକୁ ମିଳିଥିବା ସର୍ବପ୍ରଥମ ସହଯୋଗ ।
ଏହି ନୂଆ ସହଯୋଗ ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶରେ କାର୍ଯ୍ୟକାରୀ ହେବ । ଏହି ଅର୍ଥରେ ସଂକ୍ରମିତ ଲୋକ, ବିପଦରେ ଥିବା ଲୋକ, ଚିକିତ୍ସା ଓ ଜରୁରିକାଳୀନ ବ୍ୟକ୍ତି ଓ ସେବା ପ୍ରଦାନକାରୀ, ଡାକ୍ତରୀ ଓ ପରୀକ୍ଷଣ ସୁବିଧା ଓ ଜାତୀୟ ଓ ପଶୁ ଚିକିତ୍ସା ସଂସ୍ଥାଗୁଡ଼ିକର ଆବଶ୍ୟକତା ପୂରଣ କରାଯାଇପାରିବ ।
ଭାରତ ସରକାରଙ୍କ ପକ୍ଷରୁ ଅର୍ଥ ମନ୍ତ୍ରଣାଳୟ ଅଧୀନ ଆର୍ଥିକ ବ୍ୟାପାର ବିଭାଗର ଅତିରିକ୍ତ ସଚିବ ସମୀର କୁମାର ଖାରେ ଏବଂ ଏଆଇଆଇବି ପକ୍ଷରୁ କାର୍ଯ୍ୟକାରୀ ଡିଜି ରଜତ ମିଶ୍ର ଏହି ଚୁକ୍ତିରେ ସ୍ବାକ୍ଷର କରିଥିଲେ।
ଏହି ଅବସରରେ ଶ୍ରୀ ଖାରେ କହିଥିଲେ ଯେ ଏଆଇଆଇବି ପକ୍ଷରୁ ଏହି ସହାୟତା କୋଭିଡ-୧୯ ମୁକାବିଲା କ୍ଷେତ୍ରରେ ଭାରତର ଜାତୀୟ ସ୍ବାସ୍ଥ୍ୟ ସେବା ବ୍ୟବସ୍ଥାକୁ ସୁଦୃଢ଼ କରିବ ଏବଂ ମହାମାରୀ ମୁକାବିଲା ଦିଗରେ ଭାରତ ସରକାରଙ୍କ ପ୍ରୟାସରେ ସହାୟକ ହୋଇପାରିବ ।
ଏଆଇଆଇବିର ଉପସଭାପତି (ନିବେଶ ପଦକ୍ଷେପ) ଡି.ଜେ. ପାଣ୍ଡିଆନ କହିଥିଲେ ଯେ ପ୍ରଭାବୀ ଢଙ୍ଗରେ କୋଭିଡ-୧୯ ରୋଗୀଙ୍କୁ ଚିକିତ୍ସା କରିବା ଏବଂ ତୁରନ୍ତ ଏହାର ସଂକ୍ରମଣକୁ ରୋକିବା ଜରୁରୀ ପ୍ରାଥମିକତା । ଏହି ପାଣ୍ଠି ଭବିଷ୍ୟତର ସଂକ୍ରାମକ ରୋଗକୁ ପ୍ରଭାବୀ ଢଙ୍ଗରେ ମୁକାବିଲା ଦିଗରେ ଭାରତର ସାମର୍ଥ୍ୟକୁ ବଢ଼ାଇବ ।
ସୂଚନାଯୋଗ୍ୟ ଯେ ବିଶ୍ବ ବ୍ୟାଙ୍କ ପକ୍ଷରୁ ଏହି ପ୍ରକଳ୍ପକୁ ପାଣ୍ଠିଯୋଗାଣ କରାଯାଉଛି । ପ୍ରକଳ୍ପ ବାବଦ ମୋଟ ବ୍ୟୟବରାଦ ୧୫୦ କୋଟି ଡଲାର ମଧ୍ୟରୁ ବିଶ୍ବବ୍ୟାଙ୍କ ୧୦୦ କୋଟି ଡଲାର ଏବଂ ଏଆଇଆଇବି ୫୦ କୋଟି ଡଲାର ଅର୍ଥ ଯୋଗାଇଦେବ । ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଅଧୀନ ଜାତୀୟ ସ୍ବାସ୍ଥ୍ୟ ମିଶନ(ଏନଏଚଏମ), ଜାତୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ର (ଏନସିଡିସି) ଏବଂ ଭାରତୀୟ ଚିକିତ୍ସା ଗବେଷଣା ପରିଷଦ (ଆଇସିଏମଆର) ଦ୍ବାରା ଏହି ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ।

Hot this week

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

Related Articles

Popular Categories