www.samajalive.in
Saturday, December 6, 2025
26.1 C
Bhubaneswar

ମଥୁରାରେ ଥିବା ଗୋବର୍ଦ୍ଧନ ପର୍ବତର ମହତ୍ତ୍ବ

ମଥୁରାରେ ଥିବା ଗୋବର୍ଦ୍ଧନ ପର୍ବତ ବିଷୟରେ ଅନେକ ଲୋକ ଜାଣିଛନ୍ତି। ଏହି ପର୍ବତର ପରିକ୍ରମା କରିବା ବିଶେଷ ରୂପେ ଧାର୍ମିକ ମହତ୍ତ୍ବ ରଖିଥାଏ। ମଥୁରାରେ ଥିବା ଗୋବର୍ଦ୍ଧନ ପର୍ବତ ପରିକ୍ରମା କରିବା ପାଇଁ ଦୂରଦୂରାନ୍ତରୁ ଅନେକ ଲୋକ ଆସି ଥାଆନ୍ତି। ମଥୁରାରେ ଥିବା ଗୋବର୍ଦ୍ଧନ ପର୍ବତ ଓ ଆଖପାଖ କ୍ଷେତ୍ରକୁ ଅନେକ ଲୋକେ ବ୍ରଜ ଭୂମି କହି ଥାଆନ୍ତି। କୁହାଯାଇଛି ଯେ, ଭଗବାନ ଶ୍ରୀକୃଷ୍ଣ ଦ୍ବାପର ଯୁଗରେ ବ୍ରଜ ବାସୀଙ୍କୁ ଇନ୍ଦ୍ରଙ୍କ ପ୍ରକୋପରୁ ବଞ୍ଚାଇବା ପାଇଁ ଗୋବର୍ଦ୍ଧନ ପର୍ବତକୁ ନିଜ ଛୋଟ ଆଙ୍ଗୁଠୀରେ ଉଠାଇ ଥିଲେ। ମଥୁରାକୁ ଗୋବର୍ଦ୍ଧନ ପର୍ବତ କିପରି ଆସିଲା ତାହା ଅନେକ ଜାଣି ନାହାନ୍ତି। ଆସନ୍ତୁ ଜାଣିବା ଏହି ବିଷୟରେ  ..

ପୁରାଣରେ ବର୍ଣ୍ଣିତ କଥା ଅନୁଯାୟୀ, ପାଖାପାଖି ପାଞ୍ଚ ହଜାର ବର୍ଷ ପୂର୍ବେ ଗୋବର୍ଦ୍ଧନ ପର୍ବତ ତିରିଶ ହଜାର ଫୁଟ ଉଚ୍ଚା ଥିଲା। କିନ୍ତୁ ବର୍ତ୍ତମାନ ଏହି ପର୍ବତର ଉଚ୍ଚତା ମାତ୍ର ତିରିଶି ମିଟର ହୋଇଯାଇଛି। ଏକ ପୁରାଣରେ ଉଲ୍ଲେଖ ରହିଛି ଯେ, ଗିରିଜା ପର୍ବତର ମାନ୍ୟତା ଅନୁଯାୟୀ ଏହି ପର୍ବତର ସୌନ୍ଦର୍ଯ୍ୟରେ ପୁଲସ୍ୟ ଋଷି ଅତ୍ୟନ୍ତ ପ୍ରଭାବିତ ହୋଇଥିଲେ। ସେ ପର୍ବତଟିକୁ ଦକ୍ଷିଣାଞ୍ଚଳ ନେବାକୁ ଇଚ୍ଛା ପ୍ରକାଶ କଲେ। ସେତେବେଳେ ଗିରିରାଜ କହିଥିଲେ ଯେ, ମୋତେ ନେଇ ଆପଣ ଯେଉଁଠି ପ୍ରଥମେ ରଖିବେ ମୁଁ ସେଠାରେ ସ୍ଥାପିତ ହୋଇ ରହିଯିବି।

- Advertisement -

ଏହା ଶୁଣିବା ପରେ ଋଷି ପୁଲସ୍ୟ ପର୍ବତକୁ ସାଙ୍ଗରେ ନେଇଯାଉଥିଲେ। ରାସ୍ତାରେ ଋଷି ସାଧନା କରିବା ପାଇଁ ପର୍ବତକୁ ତଳେ ରଖି ଦେଇଥିଲେ। ତାପ​‌ରେ ସାଧନା ସରିବା ପରେ ପର୍ବତକୁ ଦ୍ବିତୀୟ ଥର ଉଠାଇବା ପ୍ରଚେଷ୍ଟା କରିବା ସତ୍ତ୍ବେ ମଧ୍ୟ ସାମାନ୍ୟ ହଲାଇ ପାରିନଥିଲେ। ତାପରେ ଋଷି ଜଣକ ରାଗିଯାଇ ପର୍ବତକୁ ଅଭିଶାପ ଦେଇଥିଲେ ଯେ, ଦିନକୁ ଦିନ ତୁମ ଉଚ୍ଚତା ହ୍ରାସ ପାଇଯିବ। ସେହି ଦିନ ଠାରୁ ଗୋବର୍ଦ୍ଧନ ପର୍ବତର ଉଚ୍ଚତା ନିୟମିତ ରୂପେ ହ୍ରାସ ପାଉଛି।

 

Hot this week

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

Related Articles

Popular Categories