www.samajalive.in
Friday, December 12, 2025
15.1 C
Bhubaneswar

ଗୌରୀ ଲଙ୍କେଶ ହତ୍ୟା ମାମଲା: ଶିଳ୍ପପତିଙ୍କ ଘରୁ ଅଭିଯୁକ୍ତ ଗିରଫ, ପେଟ୍ରୋଲ ପମ୍ପରେ କାମ କରୁଥିଲା

ରାଞ୍ଚି: ସାମାଜିକ କର୍ମୀ ତଥା ବିଶିଷ୍ଟ ସାମ୍ବାଦିକା ଗୌରୀ ଲଙ୍କେଶ ହତ୍ୟା ମାମଲାର ଅଭିଯୁକ୍ତ ଋଷିକେଶ ଦିୱାରିକର ପୁଲିସ ହାତରେ ଧରାପଡ଼ିଛି। ହତ୍ୟାକାଣ୍ଡ ପରଠାରୁ ଋଷିକେଶ ଫେରାର ଥିଲା। ମାମଲାର ତଦନ୍ତ କରୁଥିବା ବେଙ୍ଗାଲୁରୁ ଏସଆଇଟି ତାଙ୍କୁ ଝାଡ଼ଖଣ୍ଡର କତରାସରୁ ଜଣେ ଶିଳ୍ପପତିଙ୍କ ଘରୁ ଗିରଫ କରିଛି। ଋଷିକେଶର ଘର ମହାରାଷ୍ଟ୍ରର ଔରଙ୍ଗାବାଦରେ।

ଝାଡ଼ଖଣ୍ଡ ପୁଲିସ ସହଯୋଗରେ ବେଙ୍ଗାଲୁରୁ ଏସଆଇଟି ଶିଳ୍ପପତି ପ୍ରଦୀପ ଖେମକାଙ୍କ ଘରେ ଚଢ଼ାଉ କରି ଋଷିକେଶକୁ ଗିରଫ କରିଥିଲା। ଋଷିକେଶ କିଛିଦିନ ତଳେ ଏଠାକୁ ଆସି ନିଜର ପରିଚୟ ବଦଳାଇ ପ୍ରଦୀପ ଖେମକାଙ୍କ ପେଟ୍ରୋଲ ପମ୍ପ କେୟାରଟେକର ଭାବେ କାମ କରୁଥିଲା। ଏହା ସହିତ ମଗତ ମହଲା ଅଞ୍ଚଳରେ ପ୍ରଦୀପଙ୍କ ଘରେ ଭଡ଼ାରେ ରହୁଥିଲା।

- Advertisement -

ସୂଚନାଯୋଗ୍ୟ, ୨୦୧୭ ସେପ୍ଟେମ୍ବର ୫ରେ ବିଶିଷ୍ଟ ସାମ୍ବାଦିକା ଗୌରୀ ଲଙ୍କେଶଙ୍କୁ ଦୁର୍ବୃତ୍ତମାନେ ଗୁଳି କରି ହତ୍ୟା କରିଥିଲେ। ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ଅଧିକାଂଶ ଅଭିଯୁକ୍ତଙ୍କୁ ଗିରଫ କରାଯାଇସାରିଛି। ଋଷିକେଶ ହିନ୍ଦୁବାଦୀ ସଂଗଠନ ସହିତ ସମ୍ପୃକ୍ତ ଥିବା କୁହାଯାଉଛି। ଶୁକ୍ରବାର ପୁଲିସ ତା’କୁ କୋର୍ଟରେ ହାଜର କରିବା ପରେ ଟ୍ରାନ୍‌ଜିଟ୍‌ ରିମାଣ୍ଡରେ ବେଙ୍ଗାଲୁରୁ ନେଇ ପଚରାଉଚରା କରିବ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories